ଦ୍ରୌପଦୀଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ରାମଗୋପାଲ ବର୍ମା

ଅଶୋଭନୀୟ ମନ୍ତବ୍ୟ ଦେଇ ଅଡୁଆରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ରାମଗୋପାଲ ବର୍ମା । ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବ ନେଇ ସେ ଟ୍ବିଟ୍ କରିଥିଲେ, ‘ଯଦି ଦ୍ରୌପଦୀ ରାଷ୍ଟ୍ରପତି ହେବେ, ତେବେ ପାଣ୍ଡବ କିଏ ? …କୌରବ କିଏ ? ’ ରାମ ଗୋପାଲ ବର୍ମାଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରି ଥାନାରେ ମାମଲା ରୁଜୁ ହୋଇଛି । ତେଲେଙ୍ଗାନା ବିଜେପିର ବରିଷ୍ଠ ନେତା ଜି. ନାରାୟଣ ରେଡ୍ଡି ଅବିଡ୍ସ ଥାନାରେ ରାମ ଗୋପାଲଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି । ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯାଉଛି ଏବଂ ଆବଶ୍ୟକ ହେଲେ ରାମ ଗୋପାଲଙ୍କ ବିରୋଧରେ ଅନୁସୂଚିତ ଜାତା ଜନଜାତି ଆଇନ ଆଧାରରେ ମାମଲା ରୁଜୁ ହେବ ବୋଲି ଥାନା ଅଧିକାରୀ କହିଛନ୍ତି । ତେବେ ରାମଗୋପାଲଙ୍କ ବିବାଦୀୟ ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ରାମଗୋପାଲ ରିଟ୍ବିଟ୍ କରି ସେ କାହାକୁ ଉଦ୍ଦେଶ୍ୟମୂଳକ ଭାବେ ଓ କାହା ଭାବାବେଗକୁ ଆଘାତ ଦେବା ପାଇଁ ଲେଖି ନ ଥିଲେ ବୋଲି କହିଛନ୍ତି । ମହାଭାରତର ଦ୍ରୌପଦୀ ଚରିତ୍ରକୁ ସେ ଭଲପାନ୍ତି ଏବଂ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ବକୁ ନେଇ ସେ କେବଳ ମଜାରେ ଏଭଳି ମନ୍ତବ୍ୟ ଦେଇଥିଲେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 5 =