ଆଚାର୍ଯ୍ୟବିହାର ଫ୍ଲାଏଓଭର ଅଘଟଣ,ବାଇକ ସହ ଜଳିଗଲେ ଯୁବକ

ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏଓଭରରେ ଅଘଟଣ । ମହାରାଜା ହଲ ସମ୍ମୁଖ ଫ୍ଲାଏଓଭର ଉପରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି । ରାତି ପ୍ରାୟ ୧୨ଟାରେ ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଏବଂ ତାଙ୍କ ବାଇକ୍ ପୋଡି ଯାଉଥିବା ଦେଖିବାକୁ ମିଳିଥିଲା । ବାଟରେ ଯାଉଥିବା ଲୋକ ଏହାକୁ ଦେଖି ଖବର ଦେବାରୁ ସହିଦନଗର ଥାନା ପୋଲିସ ଓ ଦମକଳବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏବଂ ଜଳୁଥିବା ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ ।ହେଲେ ଉଦ୍ଧାରବେଳକୁ ଯୁବକ ଜଣଙ୍କର ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡିଯାଇଥିଲା । ତାଙ୍କର ମୃତ୍ୟୁ ହୋଇସାରିଥିଲା ।ତେବେ ଏହି ଯୁବକ ଜଣଙ୍କ କିଏ ଏବଂ କେମିତି ତାଙ୍କ ଦେହରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । ଆଜି ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ପୋଲିସ ବାଇକର ଗାଡି ନମ୍ବରକୁ ଯାଞ୍ଚ କରି ଯୁବକଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଚେଷ୍ଟା ଚଳାଇଛି । ଏଥିସହିତ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରୁଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ଯୁବକଙ୍କ ଗାଡି ନମ୍ବର ରହିଛି । ବାଇକ୍ ଓନରଙ୍କ ନାଁ ଅମ୍ବିକା ପ୍ରସନ୍ନ ପତି ।

Share

Leave a Reply

Your email address will not be published. Required fields are marked *

17 − fourteen =