ଟିଟୋ ଲିଙ୍କରେ ଦାମ

ଭୁବନେଶ୍ୱର—ଗ୍ୟାଙ୍କଷ୍ଟାର ଟିଟୋ ସହିତ ଦାମ ରାଉତଙ୍କର ସମ୍ପର୍କ ରହିଛି ବୋଲି ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ସୁର୍ଯ୍ୟ ନାରାୟଣ ପାତ୍ର ସିଧାସଳକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଏ ସମ୍ପର୍କରେ ତଦ୍ଦନ୍ତ ଚାଲିଛି ଓ ଖୁବ ଶୀଘ୍ର ଟିଟୋ -ଦାମ ଲିଙ୍କର ପରଦା ଫାସ ହେବ । ଶ୍ରୀ ପାତ୍ର ଆଜି ଦାମଙ୍କୁ ଏହିଭଳି ଭାବେ ସିଧାସଳଖ ଟାରଗେଟ୍ କରି ଦାମଙ୍କ ଲାଙ୍ଗୁଡରେ ନିଆଁ ଲଗେଇ ଦେଇଛନ୍ତି ।ସେ କହିଛନ୍ତି ଯେ ଦାମ ମନ୍ତ୍ରୀ ଥିଲାବେଳେ ଦୁର୍ନୀତି କଥା ନଉଠାଇ ମନ୍ତ୍ରୀ ପଦରୁ ବିଦା ହେବା ପରେ ଏବେ ଦୁର୍ନୀତି କଥା ଉଠାଉଛନ୍ତି । ସେ ଜଣେ ଦୋମୁହାଁ ବ୍ୟକ୍ତି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି ।
ସୁର୍ଯ୍ୟଙ୍କୁ କଡା ଜବାବ ଦବାରେ ଦାମ ମଧ୍ୟ ହେଳା କରିନାହାନ୍ତି । ଦାମ କହିଛନ୍ତି ଯେ ଟିଟୋ ଲିଙ୍କରେ ସେ ନିଜେ ଅଛନ୍ତି କି ଅନ୍ୟ କେଉଁମାନେ ଅଛନ୍ତି ତାହା ଖୁବ ଶୀଘ୍ର ଗଣାପଡିବ । ଶ୍ରୀ ପାତ୍ର ସେପର୍ଯ୍ୟନ୍ତ ୈଧର୍ଯ୍ୟ ଧରି ଅପେକ୍ଷା କରନ୍ତୁ । ଦାମ କହିଛନ୍ତି ଯେ ସୁର୍ଯ୍ୟ ପାତ୍ର ସମାଜ ଖବର କାଗଜର ହକରରୁ ସହସହ କୋଟି ଟଙ୍କାର ମାଲିକ କିପରି ହେଲେ ,୍ତାଙ୍କ ପୁଅ ବିପୁଳ ପା୍ତ୍ରଙ୍କର ପିତା ନାରାୟଣ ପାତ୍ର କିପରି ହେଲା ସେ ସବୁ ଗୁମର ଖୁବ ଶୀଘ୍ର ଫିଟିବ ।ସୁର୍ଯ୍ୟ ପଇସା ଲାଗି ସବୁ କଥା ବଦଳାଇ ପାରନ୍ତି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 3 =