ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ନବୀନଙ୍କ ‘ହିଲିଂ ଟଚ୍’

ସିଭିଲ ସର୍ଭିସ ପ୍ରସ୍ତୁତି ପାଇଁ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ବର () ରାଜ୍ୟର ଭଲ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ରାଜ୍ୟ ସରକାର ଆଉ ଏକ ଯୋଜନା କରିଛନ୍ତି । ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା 100 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢା ଖର୍ଚ୍ଚ ସରକାର ବହନ କରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟରରେ ଏହି ଘୋଷଣା କରିଛନ୍ତି ।

ବାର୍ଷିକ ଆୟ ଦୁଇ ଲକ୍ଷରୁ କମ ଥିବା ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ୟୁପିଏସସି କିମ୍ବା ସିଭିଲ ସର୍ଭିସ ପ୍ରସ୍ତୁତି ପାଇଁ ସରକାର 100 ପ୍ରତିଶତ ଖର୍ଚ୍ଚ ବହନ କରିବେ । ତେବେ ଯେଉଁ ପରିବାରର ବାର୍ଷିକ ଆୟ ଦୁଇ ଲକ୍ଷରୁ ଅଧିକ ହୋଇଥିବା ସେମାନଙ୍କ ସିଭିଲ ସର୍ଭିସ ପ୍ରସ୍ତୁତି ଖର୍ଚ୍ଚର 75 ପ୍ରତିଶତ ଅର୍ଥ ସରକାର ବହନ କରିବେ । ଆଗାମୀ ଭବିଷୟର ପ୍ରଶାସକ ପ୍ରସ୍ତୁତିରେ ସରକାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଆଉ ଏକ ଉପହାର ଦେଇଛନ୍ତି ।

ଏଥିସହିତ ସିଭିଲ ପ୍ରିଲମ ଓ ମେନ ପରୀକ୍ଷା ପାଇଁ କ୍ଲାସ ରୁମ ଟିଚିଂ ସୁବିଧା ମଧ୍ୟ ପ୍ରଦାନ କରାଯିବ । Dhyeya IAS କୋଚିଂ ସେଣ୍ଟରରେ ସକାଳେ ଓ ସନ୍ଧ୍ୟାରେ ଦୈନିକ ଅଢେଇ ଘଣ୍ଟାର କୋଚିଂ ମିଳିବ । ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ମଧ୍ୟ ପ୍ରଦାନ କରାଯିବ । ଓଡିଶାର ଯେକୌଣସି ଶିକ୍ଷାନୁଷ୍ଠାନ କିମ୍ବା ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନର କେବଳ ଓଡିଆ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ । ଏହି ସୁବିଧା ହାସଲ କରିବାକୁ ଛାତ୍ରଛାତ୍ରୀଙ୍କୁ ଏକ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ପଡିବ । ଯେଉଁମାନେ ପୂର୍ବବର୍ଷ ପ୍ରିଲମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସେମାନଙ୍କୁ ସିଧାସଳଖ କୋଚିଂ ସୁବିଧା ମିଳିବ । ଏହି ଯୋଜନାରେ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ସୁବିଧା ମଧ୍ୟ ରହିଛି ।

Share

Leave a Reply

Your email address will not be published. Required fields are marked *

twenty − 18 =