ସରକାରୀ ଖର୍ଚ୍ଚରେ ଦଳୀୟ ପ୍ରଚାର

ସୁନ୍ଦରଗଡ () ନେତାଙ୍କୁ ଏବେ ଘାରିଛି ଭୋଟ୍‌ ଚିନ୍ତା । ଟିକେ ସୁଯୋଗ ମିଳିଲେ ଭୋଟ୍‌ ମାଗିବାକୁ ଭୁଲୁନାହାନ୍ତି । ଏପରିକି ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଭୋଟ୍‌ ମାଗୁଛନ୍ତି । ଏକ ସରକାରୀ ଖର୍ଚ୍ଚରେ ସରକାରୀ କାର୍ଯ୍ୟକ୍ରମରେ ଦଳ ପାଇଁ ଭୋଟ ମାଗୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସୁନ୍ଦରଗଡରେ ଏଭଳି ଏକ ଘଟଣା ଘଟିଥିବା ବେଳେ ତାକୁ ନେଇ ରାଜନୀତି ଏବେ ସରଗରମ ହୋଇଛି । ଏପରିକି ନୀତି ନୈତିକତାର ପ୍ରବଚନ ଦେଉଥିବା ବିଜେପି ନେତାମାନେ କିଭଳି ସରକାରୀ ଗସ୍ତକୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୁନ୍ଦରଗଡ଼ର ଜଗତଗଡ଼ରେ ନିର୍ମାଣ ଶ୍ରମିକଙ୍କୁ ସାଇକେଲ ଓ ନିର୍ମାଣ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ। ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ ଥିଲେ ସରକାରୀ ପଦପଦବିରେ ନଥିବା ବିଜେପି ନେତା । ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ବି ନିର୍ବାଚନ ପ୍ରଚାର ସହିତ ଭୋଟ୍‌ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ । ନିଜେ ଜୁଏଲ ମଧ୍ୟ ଏହି ସଭାରେ ନିଜ ଭାଷଣରେ ସ୍ବୀକର କରିଛନ୍ତି ଯେ, ଆଉ ମାତ୍ର ଦୁଇ ତିନି ଦିନରେ ନିର୍ବାଚନ ଘୋଷଣା ହୋଇଯିବ, ତେଣୁ ସେ ଆଉ ସରକାରୀ କାର୍ଯ୍ୟକ୍ରମରେ ଆସି ଭୋଟ ମାଗି ପାରିବେନି । ତେଣୁ ଏହି ସରକାରୀ କାର୍ଯ୍ୟକ୍ରମରେ ସେ ନିଜ ପାଇଁ ଓ ନିଜ ଦଳ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ସରକାରୀ କାର୍ଯ୍ୟକ୍ରମରେ ଜୁଏଲଙ୍କ ଏଭଳି ପ୍ରଚାରକୁ ନେଇ ଆପତ୍ତି ଉଠାଇଛନ୍ତି ବିଜେଡି ଓ କଂଗ୍ରେସ । ସରକାରୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଭୋଟ୍‌ ଭିକ୍ଷାକୁ ନାପସନ୍ଦ କରିଛନ୍ତି । ଗତ ନିର୍ବାଚନରେ ଜୁଏଲ୍‌ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନଥିବା ବେଳେ ଏବେ ସେ ଖାଲି ପ୍ରଳାପ କରୁଛନ୍ତି ବୋଲି ସୁନ୍ଦରଗଡ ବିଜେଡି ଓ କଂଗ୍ରେସ ନେତାମାନେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × two =