ରାକ୍ଷୀଙ୍କୁ ରଣବୀର କହିଥିଲେ ‘ରକଷ୍ଟାର’ ଓ ‘I LOVE U’, ଉତ୍ତରରେ ରାକ୍ଷୀ କଣ କଲେ ପଢନ୍ତୁ…

ସୋସିଆଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ସେଲିବ୍ରିଟୀଙ୍କ କଥା ଯଦି ଆମେ କହିବା ତେବେ ଡ୍ରାମା କ୍ବିନ ରାକ୍ଷୀ ସାମନ୍ତଙ୍କ ନାମ ଆଗରେ ରହିବ । ରାକ୍ଷୀ ସାମନ୍ତ ସବୁ ମନ୍ତବ୍ୟରେ ନିଜ ବୟାନ ରଖିଥାନ୍ତି । କଥା ସେଣିକି କାହା କମେଣ୍ଟ କରିବାକୁ ନେଇ ହେଉ କିମ୍ବା ପଲିଟିକାଲ ପାର୍ଟି ହେଉ ସେ ବହୁତ ସହଜରେ ମିଡିଆରେ ଧ୍ୟାନରେ ରହିପାରନ୍ତି ।
ନିକଟରେ ରଣବୀର ସିଂହ ରାକ୍ଷୀଙ୍କୁ ରକଷ୍ଟାର ବୋଲି କହିଥିଲେ । କେବଳ ଏତିକି ନୁହେଁ ରଣବୀର ରାକ୍ଷୀଙ୍କୁ ଆଇ ଏଭ୍ ୟୁ ମଧ୍ୟ କହିଥିଲେ। ବର୍ତ୍ତମାନ ଏହାର ଉତ୍ତରରେ ରାକ୍ଷୀ ମଧ୍ୟ ରଣବୀରଙ୍କ ପାଇଁ କିଛି ଏମିତି କଲେ ଯାହାକୁ ଦେଖି କେବଳ ରଣବୀର ନୁହେଁ ବରଂ ଦୀପିକା ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ ।
ରାକ୍ଷୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଏମିତି ସେମିତି ଭିଡିଓ ନୁହେଁ, ଏହା ଏମିତି ଭିଡିଓ ଯାହାକୁ ଦେଖି ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଭିଡିଓରେ ରାକ୍ଷୀ କହୁଛନ୍ତି ଯେ, ଏହା ତାଙ୍କ ତରଫରୁ ରଣବୀରଙ୍କ ପାଇଁ ଗିଫ୍ଟ ଅଟେ କାରଣ ସେ ତାଙ୍କୁ ରକଷ୍ଟାର କହିଥିଲେ ।
ରାକ୍ଷୀ ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ରାକ୍ଷୀଙ୍କ ଛାତିରେ ରଣବୀର ସିଂହ ଲେଖା ହୋଇଥିଲା। ଖାସ କଥା ଏହା ହେଉଛି ଯେ ଏହି ଫଟୋର ହାସ ଟ୍ୟାଗରେ ରାକ୍ଷୀ ରଣବୀର ସିଂହ,ଆଲିୟା ଭଟ୍ଟ, ଦୀପିକା ପାଦୁକୋନ ଏବଂ ଗଲିବୟର ପ୍ରମୋସନ ମଧ୍ୟ କରିଛନ୍ତି। ଏମିତି କରିବା ଦ୍ବାରା ରାକ୍ଷୀ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + 6 =