ରିଲିଜ ହେଲା ‘ଗଲି ବୟ’

ଭ୍ୟାଲେନ୍ଟାଇନ୍ସ ଡେ-ରେ ରିଲିଜ୍ ହୋଇଛି ଗଲି ବୟ । ଜୋୟା ଅଖତାର୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଥମଥର ପାଇଁ ଏକାଠି ହୋଇଛନ୍ତି ରଣବିର୍ ସିଂ ଓ ଆଲିୟା ଭଟ୍ଟ । ରଣବିର୍ ସିଂ-ଙ୍କ ଲାଷ୍ଟ ଫିଲ୍ମ ସିମ୍ବାର ହ୍ୟୁଜ୍ ସକ୍ସେସ୍ ପରେ ରଣବିର୍ ଏହି ଫିଲ୍ମରେ ର୍ୟାପର୍ ମୁରାଦ୍ ସୈଖ୍ ଭୂମିକାରେ ଦେଖାଦେଇଛନ୍ତି ।
ଅନ୍ୟପଟେ ୨୦୧୮ର ସୁପରହିଟ୍ ଫିଲ୍ମ ରାଜି ପାଇଁ ଅନେକ ଆୱାର୍ଡ ଜିତିବା ପରେ ଗଲି ବୟରେ ଆଲିୟା ମୁସଲିମ୍ ଗର୍ଲ ସଫିନା ଅଲ୍ଲୀ ଚରିତ୍ରରେ ଅଭିନୟ କରିଛନ୍ତ । ଫିଲ୍ମରେ ଆଲିୟାଙ୍କ କ୍ୟାରେକ୍ଟର ଅଧିକ ଦମଦାର ରହିଛି । କିନ୍ତୁ ଫିଲ୍ମର କାହାଣୀ ରଣବିର୍ ସିଂକୁ ନେଇ ଗତି କରିଛି । ଷ୍ଟ୍ରିଟ୍ ବୟ ମୁରାଦର ସଂଘର୍ଷମୟ କାହାଣୀକୁ ନେଇ ତିଆରି ହୋଇଛି ଗଲି ବୟ । ଫିଲ୍ମର କାହାଣୀ ରିଅଲ୍ ଲାଇଫ୍ ଗଲି ବୟ ଡିଭାଇନ୍ ଓ ନୈଜିଙ୍କ ଲାଇଫ୍ ଷ୍ଟ୍ରଗଲ୍-ରୁ ପ୍ରେରିତ ହୋଇ ନିର୍ମାଣ କରାଯାଇଛି । ଖାସ୍ ସେଥିପାଇଁ ଫିଲ୍ମର ମ୍ୟୁଜିକ୍ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ତେବେ ଏହି ଫିଲ୍ମର ପ୍ରାୟ ଗୀତ ରଣବିର୍ ସିଂ ନିଜେ ଗାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + 10 =