ଚଳିତ ବର୍ଷ ବଢ଼ିବ ନାହିଁ ବିଦ୍ୟୁତ୍‌ ଦର

ଆଜି ଓଇଆରସି ସଚିବ ଏକ ସାମ୍ବାଦିକ ସମ୍ମିଳନୀ କରି ବିଦ୍ୟୁତ୍‌ ଦର ସମ୍ପର୍କିତ ସୂଚନା ଦେଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ବିଜୁଳି ଦର ଅପରିବର୍ତ୍ତିତ ରହିବ। ଅର୍ଥାତ୍‌ ଚଳିତ ବର୍ଷ ବିଦ୍ୟୁତ୍‌ ଦର ବଢ଼ିବ ନାହିଁ ବୋଲି ଓଇଆରସି ସଚିବ ସୂଚନା ଦେଇଛନ୍ତି। ଓପିଟିସିଏଲ ଟ୍ରାନ୍ସମିସନ୍‌ ଚାର୍ଜ ଅପରିବର୍ତ୍ତିତ ରହିବା ସହିତ ଡିସକମ୍‌ ପାଖରେ ଥିବା ଅର୍ଥକୁ ତାରିଫରେ ବାଲାନ୍ସ କରାଗଲା। ଏହି ବଳକା ଅର୍ଥକୁ ବ୍ୟବହାର କରି ଦର ଅପରିବର୍ତ୍ତିତ ରହିଥିବା ସୂଚନା। ଏନେଇ ଗତ କିଛି ସପ୍ତାହ ଧରି ଓଇଆରସିରେ ଶୁଣାଣି ହୋଇଥିଲା। ବିତରଣ କମ୍ପାନୀମାନେ ଏଥିରେ ନିଜର ପକ୍ଷ ରଖିଥିଲେ। ଏହି ପରିପ୍ରେକ୍ଷିତରେ ଏଭଳି ନିର୍ଣ୍ଣୟ ନିଆଯାଇଥିବା ବେଳେ ୧୯ ପଇସା ପାୱାର ପରଚେଜ୍‌ ଦର ବଢ଼ିଛି। କିନ୍ତୁ ଏହି ଦର ଖାଉଟିଙ୍କ ଉପରେ ଲାଗୁ କରାଯିବ ନାହିଁ। ଡିଜିଟାଲରେ ବିଦ୍ୟୁତ୍‌ ବିଲ୍‌ ଦେଲେ ୩ % ରିହାତି ମିଳିବ। ପୂର୍ବରୁ ବିଲ୍‌ ପେମେଣ୍ଟରେ ୨ % ରିହାତି ମିଳୁଥିଲା।

Share

Leave a Reply

Your email address will not be published. Required fields are marked *

5 + 15 =