ମହାପ୍ରଭୁଙ୍କୁ ଦର୍ଶନ କଲେ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ପୁରୀ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍। ଆଜି ସକାଳେ ୫ଟି ସଚିବ ପୁରୀରେ ପହଞ୍ଚିବା ପରେ ମରିଚିକୋଟ ଛକ ଠାରୁ ବ୍ୟାଟେରୀ ଚାଳିତ ଗାଡି ଯୋଗେ ଶ୍ରୀମନ୍ଦିର ଯାଇଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

ଏହି ଅବସରରେ ୫-T ସଚିବଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।‌ ଏହାସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ ୫-T ସଚିବ।

Share

Leave a Reply

Your email address will not be published. Required fields are marked *

11 + three =