ନିରଂଜନଙ୍କ ଜୁମ୍ବୋ ଟିମ

ଭୁବନେଶ୍ୱର () ଦାଇତ୍ୱ ଗ୍ରହଣର 4 ମାସ ପରେ ପିସିସି ସଭାପତି ନିରଞ୍ଜନ ପଟନାୟକ ନିଜର ନୂଆ ଟିମ ଗଠନ କରିଛନ୍ତି । ପିସିସିର ପ୍ରସ୍ତାବ କ୍ରମେ ରାହୁଲ ଗାନ୍ଧି ନୂଆ ଜୁମ୍ବୋ ଟିମ ଗଠନକୁ ସ୍ୱୀକୃତି ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଘୋଷଣା କରିଛନ୍ତି ଏହି ନୂଆ ଟିମ୍‌। କମିଟିରେ ୧୪ ଉପସଭାପତି ରହିଥିବା ବେଳେ, ଜଣେ କୋଷାଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି । ୨୪ ସାଧାରଣ ସମ୍ପାଦକ ଓ ୨୭ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ନିଯୁକ୍ତି କରିଛନ୍ତି ରାହୁଲ ଗାନ୍ଦି ।ରାହୁଳଙ୍କ ଏହି ଜୁମ୍ଵୋ ଟିମର ଉପସଭାପତି ଭାବରେ ଅନନ୍ତ ପ୍ରସାଦ ସେଠି ,ଆର୍ଯ୍ୟ କୁମାର ଞ୍ୟାନେନ୍ଦ୍ର,ସୋନ୍ତୋଷ ସିଂ ସାଲୁଜା ,ଗଣେଶ୍ଵର ବେହେରା ଓ ଦେବାଶିଷ ପଟ୍ଟନାୟକ ଙ୍କ ଭଳି ଅଭିଞ୍ଜ ନେତାଙ୍କୁ ସାମିଲ କରିଛନ୍ତି ରାହୁଳ ।କୋଷାଧ୍ୟକ୍ଷ ଭାବେ କିଶୋର ପଟେଲ ରହିଥିବା ବେଳେ ସଂପାଦକ ଭାବେ ସଞ୍ଜୀବ ଗିରି ,ବିଶ୍ଵଜିତ୍ ଦାସ ,ବିଷ୍ଣୁ ବାରିକ୍ ,ବିଶ୍ଵଭୁଷଣ ଦାସ ,ସେହିପରି ପିସିସି ସଭାପତି ଙ୍କ ନେତୃତ୍ୱରେ ଗଠନ ହୋଇଥିବା କାର୍ଯ୍ୟ ନିର୍ବାହି କମିଟି ରେ କିଶୋର ପଟେଲ,ନରସିଂହ ମିଶ୍ର ,ଚିରଞ୍ଜିବ୍ ବିଶ୍ଵାଳ ,ନବକିଶୋର ଦାସ ,ପ୍ରଦିପ ମାଝି ରବି କୁମାର ସେଠି ,ନରେନ ପଲେଇ ପ୍ରମୁଖ ରହିଛନ୍ତି ।ସେହିଭଳି ସ୍ପେସାଲ ଇନଭାଇଟ୍ ରେ ବରିଷ୍ଠ ଓ ପୂର୍ବତନ ମନ୍ତ୍ରୀ ଓ ପିସିସି ସଭାପତି ଙ୍କୁ ଗୁରୁତ୍ୱ ଦେଇଛନ୍ତି ରାହୁଳ ।ପ୍ରସାଦ ହରିଚନ୍ଦନ ,ହେମାନନ୍ଦ ବିଶ୍ଵାଳ ,କାହ୍ନୁ ଚରଣ ଲେଙ୍କା ,ଶରତ ପଟ୍ଟନାୟକ, କେପି ସିଂଦେଓ ,ଜୟଦେବ ଓ ଶ୍ରୀ କାନ୍ତ ଜେନା,ଭକ୍ତ ଚରଣ ଦାସ ପ୍ରମୁଖ ରହିଛନ୍ତି ।
ପିସିସି ଡିସିପ୍ଲିନାରି କମିଟି ରେ ହେମାନନ୍ଦ ବିଶ୍ଵାଳ ଙ୍କ ନେତୃ ତ୍ଵରେ ଅନନ୍ତ ସେଠି ଏବଂ ଅନ୍ୟ ସାତ ଜଣଙ୍କୁ ସ୍ତାନ ଦିଆଯାଇଛି ।ମିଡିଆ ଓ କମୁନିକେସନ ଦାଇତ୍ଵ ରେ ସତ୍ୟ ପ୍ରକାଶ ନାୟକ ।ଡିସିସି କମିଟି ଓ କୋର କମିଟି ପ୍ରଦେଶ ଇଲେକସନ କମିଟି ,ଆଦି ଘୋଷଣା କରାଯାଇଛି ।ସେହିଭଳି କ୍ୟାମ୍ପେନିଂ କମିଟି ରେ ୪୪ଜଣ ସ୍ତାନ ଦେଇଛନ୍ତି ରାହୁଳ।

Share

Leave a Reply

Your email address will not be published. Required fields are marked *

1 × four =