ମାଡ଼ିଆସୁଛି ବାତ୍ୟା ତୌକତ: ଗୁଜୁରାଟରେ ହାଇଆଲର୍ଟ

ଗୁଜୁରାଟ: ଗୁଜୁରାଟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ଧାରଣ କରିବ ସାମୁଦ୍ରିକ ଝଡ ତୌକତ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ଝଡ ଗୁଜୁରାଟ ଉପକୂଳରେ ମେ ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସାମୁଦ୍ରିକ ଝଡ ତୌକାତ ମେ ୧୮ ତାରିଖ ସକାଳେ ଗୁଜୁରାଟର ପୋରବନ୍ଦର ଓ ମହୁଆ ମଧ୍ୟ ଦେଇ ଅତିକ୍ରମ କରିବ । ଏହି ସମୟରେ ଏହାର ବେଗ ଘଣ୍ଟାପ୍ରତି ୧୭୫ କିଲୋମିଟର ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ଗୁଜୁରାଟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ମୁମ୍ବାଇ ଭଳି ସହର ଅଧିକ ପ୍ରଭାବିତ ହେବ ନାହିଁ ।୧୭ ମେ ରେ ମୁମ୍ବାଇ ସମେତ ଉତ୍ତର କୋଙ୍କଣର କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହେବ ।ଆଇଏମଡି ବରିଷ୍ଠ ନିର୍ଦ୍ଦେଶକ ଶୁଭନୀ ଭୁଟେ କହିଛନ୍ତି ଯେ ରବିବାର ଅପରାହ୍ନରୁ ମହାରାଷ୍ଟ୍ରର ରାଜଧାନୀରେ ବର୍ଷା ହୋଇପାରେ । ବର୍ତ୍ତମାନ ଘୂର୍ଣ୍ଣିବଳୟ ଗୋଆଠାରୁ ୨୫୦ କିଲୋମିଟରେ ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

ତୌକାତର ଭୟଙ୍କର ରୂପକୁ ନଜରରେ ରଖି ୬ ଟି ରାଜ୍ୟରେ ଏନଡିଆରଏଫ୍ ର ୪୨ ଟି ଟିମ୍ ନିୟୋଜିତ କରାଯାଇଛି । ସେମାନେ ଡଙ୍ଗା ସଜାଡିବା, ଗଛ କାଟିବା, ଦୂରସଂଚାର ଉପକରଣ ଆଦି ସାଙ୍ଗରେ ନେଇ ପ୍ରହରା ଦେଉଛନ୍ତି । ଏହାସହ ତୁରନ୍ତ ଆବଶ୍ୟକତା ପାଇଁ ୨୬ ଟି ଟିମ୍ କୁ ପ୍ରସ୍ତୁତ କରି ରଖାଯାଇଛି ।ଅନ୍ୟପକ୍ଷେ,ପଶ୍ଚିମ ରେଳ ବିଭାଗ ପକ୍ଷରୁ ଗୁଜୁରାଟର ତଟୀୟ ଅଞ୍ଚଳରେ ଯିବା ଆସିବା କରୁଥିବା ୫୬ ଟି ରେଳକୁ ମେ ୧୭ ଓ ୧୮ ତାରିଖ ପାଇଁ ରଦ୍ଦ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

15 + 1 =