କୋଭିଡ୍ କଟକଣାରେ ଶ୍ରୀଜିଉଙ୍କ ପବିତ୍ର ଚନ୍ଦନ ଯାତ୍ରା

ଭୁବନେଶ୍ବର: ଆଜି ପବିତ୍ର ଚନ୍ଦନ ଯାତ୍ରା ଉପଲକ୍ଷେ ମହାବାହୁ ଚାପ ଖେଳିଛନ୍ତି । ଆଜି ଶ୍ରୀମନ୍ଦିରରୁ ୩ଟି ଆଜ୍ଞାମାଳ ରଥ ଅନୂକୁଳ ପାଇଁ ପ୍ରଥମେ ନିଆଯାଇଥିଲା । ଏହାପରେ ପ୍ରଭୁ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁ ମହାଦେବ ବିମାନରେ ବସି ରଥ ଖଳାକୁ ବିଜେ କରିଛନ୍ତି । ପରେ ରଥଖଳାରେ ରଥ ଅନୂକୁଳ ନୀତି ଅନୁଷ୍ଠିତ ହୋଇଛି ।

ତେବେ ଏ ସବୁ ନୀତି ପରେ ବିମାନରେ ନରେନ୍ଦ୍ର ପୁଷ୍କରିଣୀ ଯାତ୍ରା କରିଛନ୍ତି ଶ୍ରୀଜୀଉ ।ଆଜିଠାରୁ ପ୍ରାୟ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଛି । ଏଥି ପାଇଁ ନନ୍ଦା ଓ ଭଦ୍ରା ନାମକ ଦୁଇଟି ନୌକା ସୁସଜ୍ଜିତ କରାଯାଇଥିବା ସମୟରେ କୋଭିଡ କଟକଣା ମଧ୍ୟରେ ସୀମିତ ସେବାୟତରେ ଯାତ୍ରାର ଆୟୋଜନ କରାଯାଇଛି । ବଡଦାଣ୍ଡରେ ଅପରାହ୍ନ ୩ଟାରୁ ୯ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

three × three =