ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ସୈଫ୍ ଅଲ୍ଲୀ ଖାନ୍ ଓ କରୀନା କପୁର ଖାନ୍‌ଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ନିଯୁକ୍ତି

ଭୁବନେଶ୍ୱର: ‘ଜୟ ଇ-ବାଇକ’୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଭାରତର ଅଗ୍ରଣୀ କଂପାନି ୱାର୍ଡୱିଜାର୍ଡ ଇନୋଭେସନ୍ସ୍ ଆଣ୍ଡ୍ ମୋବିଲିଟି ପକ୍ଷରୁ ବଲିଉଡ୍ ଦମ୍ପତି ସୈଫ ଅଲ୍ଲୀ ଖାନ୍ ଓ କରୀନା କପୁର ଖାନଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି ।
ଲୋକମାନଙ୍କ ମଧ୍ୟରେ ବ୍ରାଣ୍ଡ୍‌ର ପରିଚୟକୁ ବଢ଼ାଇବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଚୁକ୍ତି ଅନୁସାରେ ଏହି ବଲିଉଡ୍ ଦମ୍ପତି ‘ଜୟ ଇ-ବାଇକ୍‌’ର ବିଭିନ୍ନ ମଡେଲ୍‌କୁ ବିଜ୍ଞାପନ ଓ ବ୍ରାଣ୍ଡିଂ କାର୍ଯ୍ୟକ୍ରମ ଜରିଆରେ ପ୍ରଚାର କରିବେ ।
ଏହି ସହଯୋଗିତା ସମୟରେ ଏହି ଦମ୍ପତିଙ୍କ ଗ୍ଲାମରସ୍ ଓ ଶକ୍ତିଶାଳୀ ଛବି ଗ୍ରାହକମାନଙ୍କୁ ‘ଜୟ ଇ-ବାଇକ୍‌’ ପ୍ରଦାନ କରୁଥିବା ଉତ୍ପାଦ ସହ ବେଶ ଖାପଖାଇବ । ଜନ ସାଧାରଣଙ୍କ ମଧ୍ୟରେ ସେମାନଙ୍କ ଲୋକପ୍ରିୟତାକୁ ଅଧିକ ବଢ଼ାଇବା ସହ ସ୍କ୍ରିନ୍‌ରେ ଉତ୍ପାଦକୁ ଜୀବନ୍ତ କରିପାରିବ ।
ଏହି ସହଯୋଗିତା ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେସନ୍‌୍ସ୍ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଆମର ସୁଦୃଢ଼, ଷ୍ଟାଇଲିସ୍ ଓ କ୍ଲାସିକ୍ ବର୍ଗର ଉତ୍ପାଦର ପ୍ରଚାର କରିବା ଲାଗି ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଶ୍ରୀ ସୈଫ୍ ଅଲ୍ଲୀ ଖାନ୍ ଓ ଶ୍ରୀମତୀ କରୀନା କପୁର ଖାନ୍‌ଙ୍କୁ ସାମିଲ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଯାହା ସେମାନଙ୍କ ବ୍ୟକ୍ତିତ୍ୱ ସହ ବେଶ ଖାପଖାଉଛି । ସେମାନଙ୍କ ଉପସ୍ଥିତି ଆମକୁ ଅଧିକ ଗ୍ରାହକଙ୍କ ପାଖରେ ପହଂଚାଇବ ଓ ସେମାନଙ୍କ ଉଦୀୟମାନ ଆବଶ୍ୟକତାକୁ ପୂରଣ କରିବାରେ ଆମ ଉଦ୍ୟମକୁ ସଫଳ କରିବାରେ ସହାୟକ ହେବ । ନିଜ ଷ୍ଟାଇଲ୍ ଭାବକୁ ବଢ଼ାଇବା ଲାଗି ଆଜିର ଷ୍ଟାଇଲ୍ ସଚେତନ ଗ୍ରାହକମାନେ ଚାହୁ ଥିବା ଉତ୍ପାଦ ସେମାନଙ୍କୁ ଭେଟି ଦେବା ଲାଗି ୱାର୍ଡୱିଜାର୍ଡରେ ଆମେ ନିରନ୍ତର ଉଦ୍ୟମ କରୁଛୁ । ଏହି ସହଯୋଗିତା ଆମକୁ ଗ୍ରାହକମାନଙ୍କୁ ଷ୍ଟାଇଲିସ ଉତ୍ପାଦ ପ୍ରଦାନ କରିବା ଏବଂ ସେମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବାରେ ଆମ ଅଭିଳାଷକୁ ଆହୁରି ମଜଭୁତ କରିବ ।’’
ୱାର୍ଡୱିଜାର୍ଡ ନିକଟରେ ଏହାର ନୂଆ ରେଟ୍ରୋ ଷ୍ଟାଇଲ୍ ଇଲେକ୍ଟ୍ରିକ୍ କ୍ଲାସିକ୍ ମିହୋସ୍‌କୁ ଉନ୍ମୋଚନ କରିଛି ଏବଂ ୨୦୨୩-୨୪ରେ ଏହା ନିଜ ଉତ୍ପାଦ ପୋର୍ଟଫୋଲିଓରେ ପରିବର୍ତନ ଆଣିବାକୁ ଚାହୁଁଛି । କଂପାନି ଏହା ଗିଗାୱାଟ୍ ବ୍ୟାଟେରି ଉତ୍ପାଦନ ଲାଇନ୍‌ରେ କାର୍ଯ୍ୟର ଶୁଭାରମ୍ଭ କରିଛି ଏବଂ ଏହାର ଆର୍‌ଆଣ୍ଡ୍‌ଡି ଦକ୍ଷତା ଓ ଇଭି ଆନସିଲାରି କ୍ଲଷ୍ଟରରେ ଇଲେକ୍ଟ୍ରୋନିକ୍ ଉପାଦନ ବଢ଼ାଇବାକୁ ଚାହୁଁଛି ।

Share

Leave a Reply

Your email address will not be published. Required fields are marked *

18 − six =