ଭାରତୀୟଙ୍କ ନିବେଶ ଯାତ୍ରାର ଆରମ୍ଭରେ ସହାୟତା ପାଇଁ ଅପ୍‌ଷ୍ଟକ୍ସ ପକ୍ଷରୁ “ଇନଭେଷ୍ଟ୍ ରାଇଟ୍‌” ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ୍ ନିବେଶ ପ୍ଲାଟଫର୍ମ ଅପଷ୍ଟକ୍ସ ପକ୍ଷରୁ ଭାରତୀୟମାନଙ୍କୁ ନିବେଶ ଯାତ୍ରା ଆରମ୍ଭରେ ସହାୟତା ପ୍ରଦାନ କରିବା ଲାଗି ଇନଭେଷ୍ଟ୍ ରାଇଟ୍ ଅଭିଯାନର ଶୁଭାରମ୍ଭ କରାଯାଇଛି । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ନୂଆ ଋତୁ ଆରମ୍ଭ ହୋଇଥିବା ବେଳେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଅପଷ୍ଟକ୍ସ ହେଉଛି ଟାଟା ଆଇପିଏଲ୍‌ର ଅଫିସିଆଲ୍ ପାର୍ଟନର । ଗତ ଦଶନ୍ଧିରେ ଆଇପିଏଲ୍ ଯେଭଳି କ୍ରିକେଟ୍‌କୁ ଏକ ନୂତନ ଦିଗ ପ୍ରଦାନ କରିଛି ସେହିପରି ଭାରତୀୟମାନେ ଯେଉଁଭଳି ଭାବେ ନିବେଶ କରୁଛନ୍ତି ତାହାକୁ ସରଳ ଓ ଆକର୍ଷଣୀୟ କରିବାକୁ ଏହି ଅଭିଯାନ ସହ ଅପଷ୍ଟକ୍ସ ଚାହୁଛି ।
ଗତବର୍ଷ ଆଇପିଏଲ୍ ସମୟରେ କଂପାନି “ଷ୍ଟାର୍ଟ କର୍‌କେ ଦେଖୋ” ଅଭିଯାନ ଜରିଆରେ ନିବେଶ କରିବାର ପ୍ରଥମ ପଦକ୍ଷେପ ଗ୍ରହଣ କରିବା ଲାଗି ଭାରତୀୟମାନଙ୍କୁ ଉତ୍ସାହିତ କରାଯାଇଥିବା ବେଳେ ଚଳିତ ବର୍ଷ ଅଭିଯାନରେ “ସଠିକ୍ ନିବେଶ’ ଉପରେ ଗୁରୁତ୍ୱାରୋପ କରାଯାଇଛି । ଆଜିର ଲୋକମାନେ ନିବେଶ କରିବାକୁ ଚାହୁଛନ୍ତି, ମାତ୍ର ବହୁ ବିକଳ୍ପ ଥିବାରୁ ସେମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି । ତେଣୁ ସେମାନଙ୍କୁ ସାହାଯ୍ୟ କରିବା ଲାଗି ଅପଷ୍ଟକ୍ସ କଠିନ ପରିଶ୍ରମ କରି ନିବେଶର ସରଳୀକରଣ କରିଛି ।
ଭାରତର ଆଗକୁ ବଢ଼ୁଥିବା ବିଶ୍ୱାସ ରହିଥିବା ବେଳେ ଇକ୍ୱିଟିରେ ଅଂଶଗ୍ରହଣ କରି ଭାରତର ଅଭିବୃଦ୍ଧିରୁ ଯେକେହି ଲାଭ ପାଇପାରିେ । ଭାରତରେ ଯେକେହି ନିବେଶ କରିପାରିବା ଉପରେ ଅପଷ୍ଟକ୍ସର ଏହି ଅଭିଯାନ ପର୍ଯ୍ୟବେସିତ ରହିଛି ।ସେମାନଙ୍କୁ ଇଣ୍ଡେକ୍ସ ଫଣ୍ଡ୍ ବିଷୟରେ ପରିଚିତ କରାଇ ଅପଷ୍ଟକ୍ସ ସେମାନଙ୍କୁ ମୁଦ୍ରାସ୍ଫୀତିର ମୁକାବିଲା କରିବା ଏବଂ ସେମାନଙ୍କ ସମ୍ପତି ବଢ଼ାଇବା ଲାଗି ସୁଲଭ, ସହଜ ଓ ଦୀର୍ଘସ୍ଥାୟୀ ସମାଧାନ ପ୍ରଦାନ କରୁଛି ।
ମ୍ୟୁଚୁଆଲ୍ ଫଣ୍ଡ୍‌ରେ ରହିଥିବା ବହୁ ବିକଳ୍ପ ମଧ୍ୟରୁ ଅପଷ୍ଟକ୍ସ ପ୍ରତି ବର୍ଗର ଶ୍ରେଷ୍ଠ ସ୍କିମ୍‌ଗୁଡ଼ିକୁ ଚୟନ କରି ଏକ ତାଲିକା ପ୍ରସ୍ତୁତ କରିଛି । କଂପାନି ପକ୍ଷରୁ ସୂଚନା ଓ ଗବେଷଣା ଭିତିକ ତଥ୍ୟ ପ୍ରଦାନ କରୁଛି ଯାହା ଦ୍ୱାରା ନିବେଶକମାନେ ସୂଚନା ଆଧାରରେ ନିଷ୍ପତି ଗ୍ରହଣ କରିପାରୁଛନ୍ତି । ଅପଷ୍ଟକ୍ସ ପକ୍ଷରୁ ଭାରତୀୟମାନଙ୍କୁ ନିବେଶର ସହଜ ସତ୍ୟ ଉପରେ ମଧ୍ୟ ସଚେତନ କରାଯାଉଛି । ଏହି ଅଭିଯାନରେ କଂପାନି ମ୍ୟୁଚୁଆଲ୍ ଫଣ୍ଡ୍‌, ବୈଷୟିକ ସମୀକ୍ଷା ଓ ଅପ୍ସନ ଟ୍ରେଡିଂ ଉପରେ ଅନଲାଇନ୍ ଓ ଅଫଲାଇନ୍ ସିରିଜ୍ ପ୍ରଦାନ କରୁଛି ।
ଏହି ଅବସରରେ ଅପଷ୍ଟକ୍ସର ସହ ପ୍ରତିଷ୍ଠାତା କବିତା ସୁବ୍ରମଣ୍ୟନ କହିଛନ୍ତି ଯେ, “ନିଜ ପୋର୍ଟଫୋଲିଓରେ ବିବିଧତା ଆଣିବା ଏବଂ ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ଅଭିବୃଦ୍ଧିରେ ଅଂଶଗ୍ରହଣ କରିବା ଲାଗି ନିବେଶକମାନଙ୍କୁ ମ୍ୟୁଚୁଆଲ୍ ଫଣ୍ଡ୍ ଶ୍ରେଷ୍ଠ ସୁଯୋଗ ପ୍ରଦାନ କରୁଛି । ଆମର ବିଶ୍ୱାସ ରହିଛି ଯେ ଭାରତର ଅଭିବୃଦ୍ଧି ଓ ବିକାଶ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଗୁରୁତ୍ୱପୂର୍ଣ୍ଣ । ଅପଷ୍ଟକ୍ସରେ ଆମର ଅଭିଳାଷ ହେଉଛି ପ୍ରତି ନିବେଶକମାନଙ୍କ ନିକଟରେ ନିବେଶ ପରାମର୍ଶ ଓ ମାର୍ଗଦର୍ଶନ ପହଂଚାଇବା । ଲୋକମାନଙ୍କୁ ସୂଚନା ଆଧାରରେ ନିବେଶ ନିଷ୍ପତି ଗ୍ରହଣ କରିବାରେ ସହାୟକ ହେବା ଲାଗିି ଟୁଲ୍‌ସ, ସମ୍ବଳ, ଓ ସହାୟତାପ୍ରଦାନ କରି ସଠିକ୍ ଧରଣର ଫଣ୍ଡ୍‌ରେ ନିବେଶ କରିବାକୁ ଏହି ଅଭିଯାନକୁ ପ୍ରସ୍ତୁତ କରାଯାଇଛି ।
ନିଜର ଫାଇନାନ୍ସକୁ ନିୟନ୍ତ୍ରଣ କରିବା ଏବଂ ନିଜ ଓ ନିଜ ପରିବାର ଲାଗି ଏକ ଉତମ ଭବିଷ୍ୟତ ଗଠନ କରିବା ଲାଗି ସବୁ ଭାରତୀୟମାନଙ୍କୁ ଦରକାର ଜ୍ଞାନ ଓ ବିଶ୍ୱାସ ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରସାର କରି ଏବଂ ଗୁଣାତ୍ମକ ନିବେଶ ପରାମର୍ଶ ଅଧିକ ଲୋକଙ୍କ ପାଖରେ ପହଂଚାଇ ଆମେ ବିଶ୍ୱାସ କରୁଛୁ ଯେ ଅଧିକ ସମୃଦ୍ଧ ଅର୍ଥନୀତି ସୃଷ୍ଟି କରିବାରେ ସହାୟକ ହୋଇପାରିବୁ ।’’
ଭାରତର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରର ୧୮ରୁ ୩୫ ବର୍ଷ ବୟସର ବ୍ୟକ୍ତିମାନଙ୍କୁ ନଜରରେ ରଖି ଏହି ଅଭିଯାନ ପ୍ରସ୍ତୁତ କରାଯାଇଛି ।

LinkedIn:https://www.linkedin.com/posts/upstox_upstox-investright-invest-in-indias-activity-7047586709986791426-rZhw?utm_source=share&utm_medium=member_desktop

Share

Leave a Reply

Your email address will not be published. Required fields are marked *

20 + 4 =