ରୁଙ୍ଗ୍‌ଟା ମାଇନ୍ସ ପକ୍ଷରୁ ଓୟାର୍ ରଡ୍ ମିଲ୍ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଖଣି ଓ ଇସ୍ପାତ କ୍ଷେତ୍ରରେ ଭାରତର ଅଗ୍ରଣୀ ସଂସ୍ଥା ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍ ପକ୍ଷରୁ ଝାଡ଼ଖଣ୍ଡର ଚାଲିୟାମା ଇସ୍ପାତ କାରଖାନାରେ ରୁଙ୍ଗ୍‌ଟା ଷ୍ଟିଲ ଓୟାର୍ ରଡସ୍ ମିଲ୍‌କୁ କାର୍ଯ୍ୟକ୍ଷମ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି ।
ଓୟାର୍ ରଡ୍ ମିଲ୍‌କୁ କାର୍ଯ୍ୟକ୍ଷମ କରାଯାଇଥିବାରୁ ଉତ୍ପାଦ ପୋର୍ଟଫୋଲିଓର ବିସ୍ତାର କରିବା ଏବଂ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାରର ସମାଧାନ ପ୍ରଦାନ କରିବାରେ ତାହା ରୁଙ୍ଗଟା ମାଇନ୍ସ ପାଇଁ ସହାୟକ ହେବ ।
ରୁଙ୍ଗଟା ମାଇନ୍ସ ଲିମିଟେଡ୍‌ର ଓୟାର୍ ରଡ୍ ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହେବ । କେବଳ ଓୟାର୍ ରଡ୍ ବିକ୍ରେତା ନୁହେଁ ବରଂ ଚୂଡ଼ାନ୍ତ ବ୍ୟବହାରକାରୀମାନଙ୍କ ଲାଗି ମଧ୍ୟ ଓୟାର୍ ରଡ୍ ବିକ୍ରି ସୁବିଧା ଉପଲବ୍ଧ ହେବ ।
ରୁଙ୍ଗଟା ଓୟାର୍ ରଡ୍ ବେଶ ଉଜ୍ୱଳ ଏବଂ ଏକ କଏଲ୍ ବଣ୍ଡ୍‌ଲ ପ୍ୟାକେଜିଂରେ ତାହା ଆସୁଛି । ଏହା ସହିତ ଏହି ରଡ୍‌ଗୁଡ଼ିକର ଏକ ହଟ୍ ଚାର୍ଜିଂ ପ୍ଲାଂଟ୍ ସହିତ ଏଲ୍‌ଆର୍‌ଏଫ୍ ଏବଂ ଇଣ୍ଡକ୍ସନ୍ ଫର୍ଣ୍ଣାସ୍ ପାଇଁ ମଧ୍ୟ ବିକଳ୍ପ ରୁଟ୍ ରହିଛି ।
ରୁଙ୍ଗଟା ଷ୍ଟିଲ୍ ଓୟାର୍ ରଡ୍ ପକ୍ଷରୁ ଏଚ୍‌ବି ଓୟାର୍ ଶିଳ୍ପ, କେବୁଲ୍ ଶିଳ୍ପ, ଇଲେକ୍ଟ୍ରୋଡ୍ ନିର୍ମାତା, ସ୍ୱତନ୍ତ୍ର ମାନର ଚୂଡ଼ାନ୍ତ ବ୍ୟବହାରକାରୀଙ୍କୁ ଓୟାର୍ ରଡ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହି ଓୟାର୍ ରଡ୍‌ଗୁଡ଼ିକୁ ଫାଷ୍ଟେନର ଶିଳ୍ପ ଏବଂ ଓୟାର୍ ଡ୍ରଇଂ, ବାଇଣ୍ଡିଂ ଓୟାର୍‌, ବାର୍ବଡ୍ ଓୟାର୍ ଆଦି ପାଇଁ ବ୍ୟବହାର କରାଯାଇପାରିବ ।

Share

Leave a Reply

Your email address will not be published. Required fields are marked *

20 + twelve =