ଟିପିସିଓଡିଏଲ୍ ପକ୍ଷରୁ ଗ୍ରାହକ ସଚେତନତା ମାସ “ଆପଣଙ୍କ ମିତ୍ର, ଆପଣଙ୍କ ସାଥିରେ’ର ଶୁଭାରମ୍ଭ

. ବିଭିନ୍ନ ଗ୍ରାହକ ମିତବ୍ୟୟୀ ଅଭିଯାନ ଉପରେ ସଚେତନତା ବଢ଼ାଇବା ଲକ୍ଷ୍ୟ
. କଂପାନିର ପ୍ରଯୁକ୍ତି ଭିତିକ ଅଭିଯାନର ଅନୁଭୂତି ଦେବା ଲାଗି କାର୍ଯ୍ରକ୍ରମରେ ୨୦ ଆର୍‌ଡବ୍ଲୁଏ ସଦସ୍ୟଙ୍କ ଅଂଶଗ୍ରହଣ
. ୨୦୨୩ ଏପ୍ରିଲ୍ ମାସ ସାରା ଏହି ଅଭିଯାନ ଜାରି ରହିବ
ଭୁବନେଶ୍ୱର: ଗ୍ରାହକମାନଙ୍କୁ ବିଭିନ୍ନ ଗ୍ରାହକ ମିତବ୍ୟୟୀ ଅଭିଯାନ ଏବଂ ନିଜ ଲାଇସେନ୍ସ ପ୍ରାପ୍ତ କାର୍ଯ୍ୟକ୍ଷେତ୍ରରେ ବିଦ୍ୟୁତ ବଂଟନ ଦୃଶ୍ୟପଟଟକୁ ବଦଳାଇବା ଲାଗି କଂପାନି ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ବିଷୟରେ ଅବଗତ କରିବା ଲାଗି ଉତ୍କଳ ଦିବସ ଅବସରରେ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ମେଗା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ “ଆପଣଙ୍କ ମିତ୍ର, ଆପଣଙ୍କ ସାଥିରେ’ର ଶୁଭାରମ୍ଭ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ୨୦୨୩ ଏପ୍ରିଲ୍ ମାସ ସାରା ଚାଲିବ ।
ଭୁବନେଶ୍ୱର ଓ କଟକ ଆଖାପାଖର ଅଗ୍ରଣୀ ହାଉସିଂ ସୋସାଇଟିର ଆବାସିକ କଲ୍ୟାଣ ସଂଘ (ଆର୍‌ଡବ୍ଲୁଏ)ର ବିଭିନ୍ନ ସଦସ୍ୟ ଓ ୨୦ ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଏମ୍ ସେନବାଗମ ଏହି ଅଭିଯାନକୁ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଆବାସିକ କଲ୍ୟାଣ ସଂଘର ସଦସ୍ୟମାନେ କଂପାନିର କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ ବ୍ୟବସ୍ଥା, କଲ୍ ସେଂଟର ଓ ଗ୍ରାହକ ସେବା କେନ୍ଦ୍ରକୁ ବୁଲି ଦେଖିବା ସହ ଗ୍ରାହକମାନଙ୍କୁ ଉତମ ସେବା ଯୋଗାଇବା ଏବଂ ଗ୍ରାହକମାନଙ୍କ ସାମଗ୍ରିକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ପ୍ରଯୁକ୍ତିକୁ କଂପାନି କିଭଳି ବ୍ୟବହାର କରୁଛି ତାହାର ପ୍ରଥମ ଅନୁଭୂତି ପାଇଥିଲେ ।
ଏହି ଗ୍ରାହକ ସଚେତନତା ମାସରେ ଟିପିସିଓଡିଏଲ୍ ଉଭୟ ଡିଜିଟାଲ୍ ଓ ପାରମ୍ପରିକ ସମେତ ବିଭିନ୍ନ ମିଡିଆ ପ୍ଲାଟଫର୍ମ ଏବଂ ବିଟିଏଲ୍ କାର୍ଯ୍ୟକ୍ରମକୁ ବ୍ୟବହାର କରି ଗ୍ରାହକମାନଙ୍କ ଲାଗି କଂପାନି ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯଥା କେନ୍ଦ୍ରୀୟ କଲ୍ ସେଂଟର, ସବୁ ପ୍ରକାର ପ୍ରଶ୍ନ ଏବଂ ବିଲ୍ ସମସ୍ୟାର ସମାଧାନ ଲାଗି ଦେୟମୁକ୍ତ ନମ୍ବର, ହ୍ୱାଟସ୍‌ଆପ୍‌ରେ ବିଲ୍‌, ଗ୍ରାହକଙ୍କ ସବୁ ପ୍ରକାର ଆବଶ୍ୟକତା ଲାଗି ଏକକ ସମାଧାନ ମିତ୍ର ଆପ୍‌, ଅନ୍‌ଲାଇନ୍ ବିଲ୍ ପେମେଂଟ୍‌, ଗ୍ରାମୀଣ ଗ୍ରାହକଙ୍କ ସୁବିଧା ଲାଗି ବିଦ୍ୟୁତ ସେବା କେନ୍ଦ୍ର ଆଦି ବିଷୟରେ ଗ୍ରାହକଙ୍କୁ ସୂଚିତ କରିବ ।
ଏହି ଅବସରରେ ଉପସ୍ଥିତ ଆବାସିକ କଲ୍ୟାଣ ସଂଘର ସଦସ୍ୟମାନେ ଟିପିସିଓଡିଏଲ୍‌ର ଉଦ୍ୟମକୁ ପ୍ରଶଂସା କରିଥିଲେ ଏବଂ ଗ୍ରାହକ ମିତବ୍ୟୟୀ ସୁବିଧାସୁଯୋଗଗୁଡ଼ିକ ବିଷୟରେ ଜାଣିବା ପରେ ସେମାନେ ବଡ଼ ଧରଣରେ ଉପକୃତ ହେବେ ବୋଲି ସେମାନେ ସହମତ ହୋଇଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆବାସିକ କଲ୍ୟାଣ ସଂଘର ସଦସ୍ୟ ତଥା ଓଇଆର୍‌ସିର ପୂର୍ବତନ ସଦସ୍ୟ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ବଡ଼ୁ କହିଛନ୍ତି ଯେ, “ନିକଟ ଅତୀତରେ ଓଡ଼ିଶାର ବିଦ୍ୟୁତ୍ ବଂଟନ କ୍ଷେତ୍ରରେ ଗ୍ରାହକ ସେବା ଦୃଶ୍ୟପଟ୍ଟରେ ବୈପ୍ଳବିକ ପରିବର୍ତନ ହୋଇଛି । ସେବାରେ ଉନ୍ନତି ଆଣିବା ଲାଗି ଟିପିସିଓଡିଏଲ୍ ପ୍ରଯୁକ୍ତିର ବ୍ୟବହାର କରୁଛି । କେନ୍ଦ୍ରୀୟ କଲ୍ ସେଂଟର, ଅନଲାଇନ୍ ବିଲ୍ ପେମେଂଟ୍ ଓ ଅଭିଯୋଗ ସେବା କାର୍ଯ୍ୟକାରୀ ହେବା ପରେ ଗ୍ରାହକମାନେ ନିଜ ଘରେ ଆରାମରେ ବସି ସେମାନଙ୍କ ବିଦ୍ୟୁତ୍ ଯୋଗାଣ ସମ୍ପର୍କିତ ସମସ୍ୟାର ସମାଧାନ କରିପାରିବେ ।’’ବାସ୍ତବରେ ଲାଭ ପାଇବା ପାଇଁ ଶେଷ ଦୂରତାରେ ଥିବା ଗ୍ରାହକଙ୍କ ପାଖରେ ଟିପିସିଓଡିଏଲ୍‌ର ସମସ୍ତ ଗ୍ରାହକ ମିତବ୍ୟୟୀ କାର୍ଯ୍ୟ ବ୍ୟାପକ ଭାବେ ପ୍ରସାରିତ ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।’’
ଆବାସିକ କଲ୍ୟାଣ ସଂଘର ସଦସ୍ୟମାନଙ୍କୁ ସମ୍ବୋଧିତ କରି ଶ୍ରୀ ଏମ୍ ସେନବାଗମ କହିଛନ୍ତି ଯେ, “ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବା ଉପରେ ଆମେ ବିଶ୍ୱାସ କରୁଛୁ । ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସହ ଗ୍ରାହକ ସୁବିଧାସୁଯୋଗ ଏବଂ ସନ୍ତୁଷ୍ଟି ହେଉଛି ଆମର ପ୍ରାଥମିକତା । ସେହି ଦିଗରେ ଆମେ ବହୁ ସଂଖ୍ୟକ ପଦକ୍ଷେପ ଗ୍ରହଣ କରିଛୁ । ଗ୍ରାହକମାନେ ଏହି ସବୁ ସୁବିଧା ବିଷୟରେ ନିଶ୍ଚିତ ରୂପେ ଜାଣିବା ଓ ତାହାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଦରକାର ।’’

Share

Leave a Reply

Your email address will not be published. Required fields are marked *

five × four =