ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳର ଚଉମୁଖ ଓ ଡଗରାରେ ମହିଳା ଓ ଶିଶୁମାନଙ୍କ ପାଇଁ ପୁଷ୍ଟିକର ବଗିଚା ଅଭିଯାନ

କାର୍ଯ୍ୟକ୍ରମରେ ୧୬୦ ସ୍ଥାନୀୟ ମହିଳାଙ୍କ ଯୋଗଦାନ
ବିହନ କିଟ୍ ବଂଟନ
ଭୁବନେଶ୍ୱର: ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ପକ୍ଷରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଓ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ବାଲିଆପାଳ ସହଯୋଗରେ ନ୍ୟୁଟ୍ରିସନାଲ୍ ଗାର୍ଡେନ୍ (ପୁଷ୍ଟିକର ବଗିଚା) ଉପରେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ବାଲିଆପାଳର ଡଗରା ଓ ଚଉମୁଖ ଗ୍ରାମ ପଂଚାୟତରେ ଏହି ଅଧିବେଶନ ଆୟୋଜନ କରାଯାଇଥିଲା ଓ ଏଥିରେ ୧୬୦ରୁ ଅଧିକ ମହିଳା ଯୋଗ ଦେଇଥିଲେ । ଗର୍ଭବତୀ, ସ୍ତନ ପାନ କରୁଥିବା ଏବଂ ପାଂଚ ବର୍ଷରୁ କମ୍ ଶିଶୁ ଥିବା ମହିଳାମାନଙ୍କୁ ପୋଷଣ ପ୍ରଦାନ କରିବା ଏହି ଅଧିବେଶନର ଲକ୍ଷ୍ୟ ଥିଲା ।
ଏହି ଅବସରରେ ବିଭିନ୍ନ ପ୍ରକାର ବିହନ ଯଥା କଲରା, ଲାଉ, ଲଙ୍କା, ବିନ୍‌ସ, ବାଇଗଣ, ଟମାଟୋ, ଧନିଆ ପତ୍ର, କଖାରୁ, ପାଳଙ୍ଗ ଶାଗ, କାକୁଡ଼ି, ଭେଣ୍ଡି ଏବଂ ପତ୍ର ପନିପରିବାର ବିହନ ଥିବା ପୁଷ୍ଟିକର କିଟ୍‌କୁ ମହିଳାମାନଙ୍କୁ ବଂଟନ କରାଯାଇଥିଲା । ସେହି କିଟ୍ ରେ ଭର୍ମିକମ୍ପୋଷ୍ଟ୍ ( ଜିଆଖତ) ବି ରହିଛି । ଏସ୍‌ପିପିଏଲ୍‌ର ସିଏସ୍‌ଆର୍ ଲକ୍ଷ୍ୟ “ଜଳ, ଜୀବନ ଓ ଜୀବିକା’ ବିଷୟର “ଜୀବନ” ଅଧୀନରେ ଏହି ଅଭିଯାନ ରହିଛି ।
ଏହି ତାଲିମ କାର୍ଯ୍ୟକ୍ରମ ଓ ବିତରଣ ଅଧିବେଶନ ବେଶ ଗ୍ରହଣୀୟ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ବସ୍ତା ଓ ବାଲିଆପାଳ ବ୍ଲକ୍‌ର ୫୦୦ରୁ ଅଧିକ ମହିଳାଙ୍କୁ ତାଲିମ ଓ ପୁଷ୍ଟିକର କିଟ୍ ପ୍ରଦାନ କରାଯିବ । କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ବାଲିଆପାଳର ବୈଜ୍ଞାନିକ ଅମିତା ରାଣୀ ପାତ୍ର, ଜିପିଏଲ୍‌ଏଫ୍‌, ଚଉମୁଖର ସଭାପତି ସୁଷମା ଦତା, ଏସ୍‌ପିପିଏଲ୍‌ର ବରିଷ୍ଠ ଡିଭିଜନାଲ୍ ପ୍ରବନ୍ଧକ-ପ୍ରଶାସନ ଓ କମ୍ୟୁନିଟି ସଂପୃକ୍ତି ପ୍ରମୋଦ କୁମାର ଓ ଟିଏସ୍‌ଏଫ୍‌, ବାଲେଶ୍ୱରର ଲିଡ୍ ପ୍ରମୋଦ କୁମାର ପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ସମାଜର ଉନ୍ନତୀକରଣ ଦିଗରେ ଦ୍ରୁତ ପ୍ରତିବଦ୍ଧତା ବଜାୟ ରଖିଛି ଏବଂ ସାହାଯ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସଶକ୍ତ ଓ ଉନ୍ନତ କରିବା ଲାଗି ଅର୍ଥପୂର୍ଣ୍ଣ ଅଭିଯାନ ଆୟୋଜନ କରୁଛି ।

Share

Leave a Reply

Your email address will not be published. Required fields are marked *

4 × 4 =