ଗୋଦରେଜ୍‌ର ନୂଆ ଡାର୍କ ଏଡିସନ୍ ରେଫ୍ରିଜରେଟର କିଚେନ୍‌ର ଇଟେଂରିୟର ଶୋଭା ବଢ଼ାଇବ

ଭୁବନେଶ୍ୱର: ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ମ୍ୟାଟ୍ ବ୍ଲାକ୍‌, ଗ୍ଲାସ୍ ବ୍ଲାକ୍‌, ଓନିକ୍ସ ବ୍ଲାକ୍‌, ଆଇସ୍ ବ୍ଲାକ୍ ଓ ଫସିଲ୍ ଷ୍ଟିଲ୍ ଭଳି ରଙ୍ଗରେ ୧୯ ଏସ୍‌କେୟୁ ସହ ଡାର୍କ ଏଡିସନ୍ ରେଫ୍ରିଜରେଟରର ଶୁଭାରମ୍ଭ କରାଯାଇଛି । ଏହି ବର୍ଗମାଳାରେ ଥିବା ରେଫ୍ରିଜରେଟର ଗୁଡ଼ିକ ଦେଖିବାକୁ ସ୍ଲିକ୍‌, ଗଭୀର କଳା ରଙ୍ଗର ବାହ୍ୟ ପାଶ୍ୱର୍ ଏବଂ କ୍ଲାସିକ୍ ପ୍ରିମିୟମ୍ ଫିନିସ୍ ରହିଛି ଯାହା ଆଧୁନିକ ରୋଷେଇ ଘରର ଶୋଭା ବର୍ଦ୍ଧନ କରିବ । ଇଟେଂରିୟରରେ ସ୍ଥାନର ଶ୍ରେଷ୍ଠ ଉପଯୋଗ ଲାଗି ଏହାକୁ ସେହିଭଳି ଡିଜାଇନ୍ କରାଯାଇଥିବା ବେଳେ ଏଥିରେ ଉନ୍ନତ ଶୀତଳତା ପ୍ରଦାନକାରୀ ପ୍ରଯୁକ୍ତି ରହିଛି ।
କଳା ହେଉଛି ସମ୍ଭ୍ରାନ୍ତର ପ୍ରତୀକ ଯାହା କୋଠରିକୁ ଆଧୁନିକ ସ୍ପର୍ଶ ଦେବ ଏବଂ ଗ୍ରାହକମାନଙ୍କ ଲାଗି ଏହାକୁ ନୂଆ କୁଲ୍ ଭାବେ ବିଚାର କରାଯାଉଛି । ଭାରତର ବିଭିନ୍ନ ଅଂଚଳରେ ଗାଢ଼ ରଙ୍ଗର ହୋମ୍ ଆପ୍ଲାଏନ୍‌ସେସ୍‌ର ଚାହିଦା ବୃଦ୍ଧି ପାଉଛି ଏବଂ ତାହା ଦୋକାନରେ ମଧ୍ୟ ବାରି ହୋଇପଡ଼ୁଛି । ସେହି ଧାରାକୁ ଭଲ ଭାବେ ବୁଝିପାରିଥିବା ଗୋଦରେଜ୍ ଆପ୍ଲାଏନ୍‌ସେସ୍ ଇଅନ୍ ଭେଲ୍‌ଭେଟ୍‌, ଏନ୍‌ଏକ୍ସଡବ୍ଲୁ ଅଉରା, ଇଅନ୍ ଭାଲୋର କନଭର୍ଟିବଲ୍‌, ଇଅନ୍ ଭାଇବ୍ କନଭର୍ଟିବଲ୍‌, ଇଅନ୍ ଭାଲୋର, ଇଅନ୍ କ୍ରିଷ୍ଟାଳ ଓ ଏଜ୍ ଜାଜ୍ ଭଳି ଗାଢ଼ ରଙ୍ଗର ସାମ୍ନା ପାଶ୍ୱର୍ ଥିବା ରେଫ୍ରିଜରେଟର ବିକାଶ କରିଛି । ଶ୍ରେଷ୍ଠ ଦେଖାଯାଉଥିବା ବେଳେ ଏହି ରେଫ୍ରିଜରେଟରଗୁଡ଼ିକରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଶୀତଳତା ପ୍ରଦାନକାରୀ ପ୍ରଯୁକ୍ତି ଯଥା ୪ ଇନ୍ ୧ ଫୁଲି୍ କନଭର୍ଟିବଲ୍ ମୋଡ୍‌, ନାନୋ ସିଲ୍‌ଡ ପ୍ରଯୁକ୍ତି, ୩୦ ଦିନ ପର୍ଯ୍ୟନ୍ତ ଫାର୍ମ ଫ୍ରେସନେସ୍‌, କୁଲ୍ ବାଲାନ୍ସ ପ୍ରଯୁକ୍ତି, ଟର୍ବୋ କୁଲିଂ ପ୍ରଯୁକ୍ତି ଆଦି ରହିଛି ।
ଏହି ଅବସରରେ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ପ୍ରଡକ୍ଟ ଗ୍ରୁପ୍ ହେଡ୍ ଅନୁପ ଭାର୍ଗବ କହିଛନ୍ତି ଯେ, “ଲୋକମାନେ କଳା ରଙ୍ଗର ଉତ୍ପାଦକୁ ବିଭିନ୍ନ କ୍ଷେତ୍ର ଓ ଉତ୍ପାଦରେ ଗ୍ରହଣ କରୁଥିବାର ଧାରାରୁ ଅନୁପ୍ରାଣିତ ହୋଇ ଏହି ଉତ୍ପାଦ ବର୍ଗମାଳାକୁ ପ୍ରସ୍ତୁତ କରାଯାଇଛି । ସାମ୍ନା ପାଶ୍ୱର୍ ଗାଢ଼ କଳା ରଙ୍ଗ ଥିବା ରେଫ୍ରିଜରେଟର ବିକ୍ରିରେ ୪୪ ପ୍ରତିଶତ ବୃଦ୍ଧି ହୋଇଥିବା ଆମେ ଜାଣିପାରିଛୁ । ଗ୍ରାହକମାନଙ୍କ ଲାଗି ରୋଷେଇ ଘରର ନବୀକରଣ କରିବା କିମ୍ବା ଇଟେଂରିୟରକୁ ସମ୍ଭାନ୍ତ କରିବା ଲାଗି ଅନେକ ସୁବିଧାସୁଯୋଗ ଓ ଉନ୍ନତ ପ୍ରଯୁକ୍ତି ଥିବା ଗୋଦରେଜ୍ ଡାର୍କ ଏଡିସନ୍ ରେଫ୍ରିଜରେଟର ହେଉଛି ବିଚାର କରିବାର ଉପଯୁକ୍ତ ପସନ୍ଦ ।’’
୧୯୨-୫୬୪ ଲିଟର କ୍ଷମତାର ସିଙ୍ଗଲ ଡୋର, ଡବଲ ଡୋର, ବଟମ୍ ମାଉଂଟ୍ ଓ ସାଇଡ୍ ବାଏ ସାଇଡ୍ ରେଫ୍ରିଜରେଟରର ମୂଲ୍ୟ ୨୪,୦୦୦-୯୦,୦୦୦ ଟଙ୍କା ରହିଛି ଯାହାକୁ ଗ୍ରାହକମାନେ ଷ୍ଟୋର୍ ଓ ଅନଲାଇନ୍‌ରେ କିଣିପାରିବେ ।

Share

Leave a Reply

Your email address will not be published. Required fields are marked *

3 × 5 =