ହୋଣ୍ଡା ମାନେସର ହାଫ୍ ମାରାଥନ୍ ପ୍ରବଳ ଉତ୍ସାହର ସହ ସମାପନ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ଲିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ)ର ହୋଣ୍ଡା ମାନେସର ହାଫ୍ ମାରାଥନ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଥିଲା । ସଡ଼କ ସୁରକ୍ଷା ପାଇଁ ଦୌଡ଼ ଭଳି ମହତ ଉଦ୍ଦେଶ୍ୟ ଉପରେ ଆଧାରିତ ଏହି ହାଫ୍ ମାରାଥନ୍‌ରେ ବିଭିନ୍ନ ବୟସ ବର୍ଗର ୨୧୦୦ରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।
ହରିୟାଣାର ମାନେସରଠାରେ ଥିବା ଏଚ୍‌ଏମ୍‌ଏସ୍‌ଆଇର ଗ୍ଲୋବାଲ୍ ରିସୋର୍ସ ଫ୍ୟାକ୍ଟ୍ରିରୁ ପତାକା ଦେଖାଇ , ଏହି ମାରାଥନ୍‌ର ଶୁଭାରମ୍ଭ କରାଯାଇଥିଲା । ବିଶ୍ୱସ୍ତରରେ ୨୦୫୦ ସୁଦ୍ଧା ହୋଣ୍ଡା ମୋଟରସାଇକଲ୍ ଓ ଗାଡ଼ିକୁ ନେଇ ଘଟୁଥିବା ଟ୍ରାଫିକ ଦୁର୍ଘଟଣା ଜନିତ ଆଘାତକୁ ଶୂନରେ ପଂଚାଇବା ଉଦ୍ୟମ ଲାଗି ହୋଣ୍ଡାର ରହିଥିବା ଲକ୍ଷ୍ୟ ଅନୁସାରେ ଏହି ହାଫ୍ ମାରାଥନ୍ ଆୟୋଜନ କରାଯାଇଥିଲା । ଏଥି ପାଇଁ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଏନ୍‌ଜିଓ ଡିଭିନିଟି ସହିତ ସହଯୋଗିତା ସ୍ଥାପନ କରାଯାଇଥିଲା । ଏଥିରୁ ଯେଉଁ ଆୟ ହୋଇଥିଲା ସେହି ସମସ୍ତ ରାଶିକୁ ସଡ଼କ ସୁରକ୍ଷା ଅଭିଯାନ ଲାଗି ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀ ଆତସୁସି ଓଗାତା କହିଛନ୍ତି ଯେ, “ସଡ଼କରେ ଦୁର୍ଘଟଣା ଜନିତ ସମସ୍ୟା ସହ ଭାରତ ଲଢ଼େଇ କରୁଥିବା ବେଳେ କେବଳ ଚାଳକ ଭାବେ ନୁହେଁ ବରଂ ଯେଉଁମାନେ ପ୍ରଭାବିତ ହେଉଛନ୍ତି ସେମାନଙ୍କ ଦୃଷ୍ଟିରୁ ନିଜର ଭୂମିକା ଓ ଦାୟିତ୍ୱକୁ ଲୋକମାନେ ବୁଝିବା ବେଶ୍ ଜରୁରୀ । ସଡ଼କ ସୁରକ୍ଷା ପାଇଁ ଏହି ଦୌଡ଼ ହେଉଛି ଏକ ଗଣ ଆନ୍ଦୋଳନ । ଏହି ମହତ ଉଦେଶ୍ୟରେ ସାମିଲ ହେବା ଲାଗି ଯେଉଁ ଉତ୍ସାହର ସହ ଲୋକମାନେ ଆଗେଇ ଆସିଥିଲେ ତାହାକୁ ଦେଖି ଆମେ ବହୁତ ଖୁସି । ଆଜି ଅଂଶଗ୍ରହଣକାରୀମାନେ ଗ୍ରହଣ କରିଥିବା ପ୍ରତିଟି ପଦକ୍ଷେପ ଏହି ମାରାଥନ୍ ଜରିଆରେ ସଡ଼କ ସୁରକ୍ଷାକୁ ନେଇ ଆମେ ପ୍ରଚାର କରିବାକୁ ଚାହୁଁଥିବା ସଚେତନତାକୁ ସାକାରା କରିବାରେ ବଡ଼ ଭୂମିକା ନିର୍ବାହ କରବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ମାନେସର ଓ ଗୁରୁଗ୍ରାମର ବିଭିନ୍ନ ସରକାରୀ ଅଧିକାରୀ, ଆଇଏମଟି ମାନେସରର ଶିଳ୍ପ ସଂଘ ଓ ଆଇଏମଟି ମାନେସରରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରତି ଆମେ କୃତଜ୍ଞ ।’’
ଏହି କାର୍ଯ୍ୟକ୍ରମରେ ଫିଟ୍‌ନେସ୍ ଜଗତର ଚର୍ଚ୍ଚିତ ଚେହେରା ତଥା ମଡେଲ୍‌, ଅଭିନେତା ମିଲିନ୍ଦ ସୋମନ ଓ ଅଭିନେତ୍ରୀ ମନ୍ଦିରା ବେଦୀ ଯୋଗ ଦେଇ ଅଂଶଗ୍ରହଣକାରୀମାନଙ୍କ ଉତ୍ସାହ ବଢ଼ାଇଥିଲେ ।
ସବୁ ବୟସ ବର୍ଗର ଲୋକଙ୍କୁ ଖୁସି କରିବା ଲାଗି ୨୧.୧ କିମି, ୧୦ କିମି, ୫ କିମି, ଓ ବରିଷ୍ଠ ନାଗରିକଙ୍କ ପାଇଁ ୩ କିମିର ଦୌଡ଼ ଆୟୋଜନ କରାଯାଇଥିଲା । ୨୧.୧ କିମି ହାଫ୍ ମାରାଥନ୍‌ରେ ୬୦୦ରୁ ଅଧିକ ଧାବକ ଅଂଶଗ୍ରହଣ କରିଥିବା ବେଳେ ୧୦ କିମି ଦୌଡ଼ରେ ପ୍ରାୟ ୭୦୦ ଜଣ ପ୍ରତିଦ୍ୱନ୍ଦ୍ୱ୍‌ୀତା କରିଥିଲେ । ୫ କିମି ଓ ୩ କିମି ଦୌଡ଼ରେ ଏନ୍‌ଜିଓ ଭୟାତର ୨୫ ଅନଗ୍ରସର ପିଲାଙ୍କ ସମେତ ୮୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ ।

୨୧.୧ କିମି ହାଫ୍ ମାରାଥନ୍‌ରେ ପୁରୁଷ ବର୍ଗରେ ରଞ୍ଜିତ କୁମାର ପଟେଲ୍ ଓ ମହିଳା ବର୍ଗରେ ରିନା ଶର୍ମା ବିଜୟୀ ହୋଇ ପୁରସ୍କାର ଭାବେ ହୋଣ୍ଡା ଆକ୍ଟିଭା ଜିତିଥିଲେ । ଅନିଲ କୁମାର ଯାଦବ ଓ ଅର୍ଜୁନ ପ୍ରଧାନ ପୁରୁଷ ବର୍ଗରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଏବଂ ବଧୋ ଓ ସୋନମ ମହିଳା ବର୍ଗରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ବିଜେତା ହୋଇଥିଲେ ।
୧୦ କିମି ଦୌଡ଼ରେ ତନୁ ଭଟ୍‌ସ ଓ ଲଭ୍ ଚୌଧୁରୀ ବିଜୟୀ ହୋଇ ୧୦ ହଜାର ଟଙ୍କାର ପୁରସ୍କାର ଜିତିଥିଲେ । ମେଗା ଲକି ଡ୍ର’ରେ ପ୍ରତାପ ସିଂହ ଲାମ୍ବା ଏକ ହୋଣ୍ଡା ହାଇନେସ୍ ସିବି ୩୫୦ ବାଇକ୍ ଜିତିଥିଲେ ।

Share

Leave a Reply

Your email address will not be published. Required fields are marked *

2 × three =