ସହେଲି କାର୍ଯ୍ୟକ୍ରମ ଜରିଆରେ ଆମାଜନ ପକ୍ଷରୁ ଗେମ୍ ସହିତ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଥିବା ମହିଳା ‌ଉଦ୍ୟୋଗୀମାନଙ୍କ ଡିଜିଟାଲ୍ ବିକାଶକୁ ଆଗକୁ ବଢ଼ାଇବାରେ ସହଯୋଗ ପ୍ରଦାନ କରିବା ଲାଗି ଆମାଜନ ଇଣ୍ଡିଆ ପକ୍ଷରୁ ଗ୍ଲୋବାଲ ଆଲାଏନ୍ସ ଫର ମାସ ଏଂଟରପ୍ରେନ୍ୟୁଅରସି (ଗେମ) ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତା ଜରିଆରେ ପ୍ରାୟ ୨୫,୦୦୦ ମହିଳା ଉଦ୍ୟୋଗୀ ଓ କାରିଗରମାନଙ୍କୁ ଡିଜିଟାଲ ଉଦ୍ୟୋଗୀ ଯାତ୍ରାରେ ସହାୟକ ହେବା ଲାଗି ଆମାଜନ ଇଣ୍ଡିଆ ଲକ୍ଷ୍ୟ ରଖିଛି । ବ୍ୟବସାୟିକ କ୍ଷମତା ନିର୍ମାଣ କରିବା, ଡିଜିଟାଲ ମାର୍କେଟିଂରେ କୌଶଳ ଅଭାବକୁ ଦୂର କରିବା ଏବଂ ଏକତ୍ରୀତ ବ୍ରାଣ୍ଡ ରୂପରେ ଆଗକୁ ଆଣିବା ଲାଗି ଗେମ୍ ସହାୟତା ପ୍ରଦାନ କରୁଛି ।
ଏମ୍‌ଏସଏମଇ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ବିଭିନ୍ନ ଉଦ୍ୟମିତା ବିକାଶ ଓ ସୁବିଧା ପ୍ରଦାନ କରିବା ଆମାଜନ ଇଣ୍ଡିଆ ଓ ଗେମ ମଧ୍ୟରେ ସହଯୋଗିତା ସ୍ଥାପନର ମୂଳ ଉଦ୍ଦେଶ୍ୟ ରହିଛି । ଆମାଜନ କାରିଗର ଓ ସହେଲି ବିନା କୌଣସି ନିବେଶରେ ଏହି ଉଦ୍ୟମିତାରେ ସାମିଲ ହୋଇଥିବା ବିକ୍ରେତାଙ୍କ ଲାଗି କାର୍ଯ୍ୟକ୍ରମ, ପ୍ରଶିକ୍ଷଣ, ଅନ୍ତର୍ଭୁକ୍ତ ଏବଂ ଏଏମ ସମର୍ଥନ ପ୍ରଦାନ କରିବ । ୨୦୩୦ ସୁଦ୍ଧା ଲକ୍ଷାଧିକ ନିଯୁକ୍ତି ସୃଷ୍ଟି କରିବା ଲାଗି ଆମାଜନ ଇଣ୍ଡିଆର ଥିବା ପ୍ରତିବଦ୍ଧତା ଅନୁସାରେ ଏହି ସହଯୋଗିତା ସ୍ଥାପନ କରାଯାଇଛି ।
ଆମାଜନ ଇଣ୍ଡିଆର ବିକ୍ରେତା ଅଧିଗ୍ରହଣ ଏବଂ ବିକାଶ ମୁଖ୍ୟ ଗୌରବ ଭଟନାଗର କହିଛନ୍ତି ଯେ, “ସାରା ଦେଶରେ ମହିଳା ଉଦ୍ୟୋଗୀମାନେ ସେମାନଙ୍କ ବ୍ୟବସାୟ ନିର୍ମାଣ ଏବଂ ଅଭିବୃଦ୍ଧି ପାଇଁ ଇ-କମର୍ସର ଶକ୍ତି ଉପଯୋଗ କରିବା ପ୍ରକୃତରେ ପ୍ରେରଣାଦାୟକ । ଅଭିନବ ଉତ୍ପାଦ ମାଧ୍ୟମରେ ସେମାନେ ଗ୍ରାହକଙ୍କ ପସନ୍ଦକୁ ପୂରଣ କରୁଛନ୍ତି ଏବଂ ସାମାଜିକ କଲ୍ୟାଣ ଓ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବା ବ୍ୟାପକ ଉଦ୍ୟୋଗ ପ୍ରତିଷ୍ଠା କରୁଛନ୍ତି । ଆମର ସହେଲି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଉଦ୍ୟୋଗୀ ଯାତ୍ରାରେ ସହଭାଗୀ ଭା‌ବେ ଆମେ ଗର୍ବିତ । ଡିଜିଟାଲ ଇଣ୍ଡିଆ ଦୃଶ୍ୟପଟରେ ଏହି ମହିଳାମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟ ଉପଲବ୍ଧ କରାଇ ସଶକ୍ତ କରି ସମଗ୍ର ବିଶ୍ୱର ଗ୍ରାହକଙ୍କ ପାଖରେ ପହାଂଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।”
ଗ୍ଲୋବାଲ ଆଲାଏନ୍ସ ଫର ମାସ୍ ଏଂଟେରପ୍ରେନ୍ୟୁଅରସିପ୍‌ର ସଭାପତି କେତୁଲ ଆଚାର୍ଯ୍ୟ କହିଛନ୍ତି ଯେ, “ସହେଲି କାର୍ଯ୍ୟକ୍ରମ ପାଇଁ ଆମାଜନ ସହ ସହଯୋଗିତା ସ୍ଥାନ କରି ଆମେ ଆନନ୍ଦିତ । ଗେମର ମହିଳା ଅର୍ଥନୈତିକ ସଶକ୍ତୀକରଣ (ଡବ୍ଲ୍ୟୁଇଇ) କାର୍ଯ୍ୟକ୍ରମ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଜୀବିକା ସୁଯୋଗ ବୃଦ୍ଧି କରିବା ଏବଂ ସେମାନଙ୍କୁ ବିଭିନ୍ନ ପ୍ଲାଟଫର୍ମ ଏବଂ ଅର୍ଥନୈତିକ ଅଂଶୀଦାରମାନଙ୍କ ସହିତ ଯୋଡ଼ି ସେମାନଙ୍କୁ ସକ୍ଷମ କରିବାକୁ ଚେଷ୍ଟା କରୁଛି । ଏହି ସହଯୋଗିତା ମାଧ୍ୟମରେ ଡିଜିଟାଲ ବଜାରରେ ପ୍ରଶିକ୍ଷଣ ସହିତ ନୂତନ ବଜାରରେ ପ୍ରବେଶ ବିଷୟରେ ଗବେଷଣା ଏବଂ ତଥ୍ୟ ପ୍ରଦାନ କରିବା ସହିତ ମହିଳାଙ୍କ ଅର୍ଥନୈତିକ ସଶକ୍ତୀକରଣ ପାଇଁ ରହିଥିବା ଆହ୍ୱାନର ସମାଧାନ କରିବାରେ ଆମାଜନକୁ ଗେମ୍ ସାହାଯ୍ୟ କରୁଛି।”
ଆମାଜନ ୨୦୧୭ରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏହାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଆମାଜନ୍ ସହେଲି\’ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ହେଉଛି ଭାରତରେ ମହିଳା ଉଦ୍ୟୋଗୀ ଏବଂ ସ୍ଥାନୀୟ ମହିଳାଙ୍କ ମାଲିକାନାରେ ଥିବା ବ୍ୟବସାୟ ଦ୍ୱାରା ସ୍ଥାନୀୟ ଭାବରେ ନିର୍ମିତ ଉତ୍ପାଦଗୁଡ଼ିକୁ ସାମ୍ନାକୁ ଆଣିବା। ଏହି ପଦକ୍ଷେପର ଏକ ଅଂଶ ଭାବରେ ଆମାଜନ ଅଂଶୀଦାର ଏବଂ ମହିଳା ଉଦ୍ୟୋଗୀମାନଙ୍କ ସହିତ ଡିଜିଟାଇଜେସନକୁ ପ୍ରୋତ୍ସାହିତ କରିବା ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଡିଜିଟାଲ ପ୍ରୟାସରେ ସଫଳ ହେବା ପାଇଁ ଆବଶ୍ୟକ ଉପକରଣ ପ୍ରଦାନ କରିବା ପାଇଁ କାର୍ଯ୍ୟ କରୁଛି । ପ୍ରତିଷ୍ଠା ପରଠାରୁ ସହେଲି ଏହାର ଅଂଶୀଦାର ନେଟୱାର୍କ ମାଧ୍ୟମରେ ୧.୮ ନିୟୁତରୁ ଅଧିକ ଗ୍ରାମୀଣ ଏବଂ ସହରାଂଚଳ ମହିଳାଙ୍କ ନେତୃତ୍ୱାଧୀନ ବ୍ୟବସାୟକୁ ଡିଜିଟାଇଜ୍ କରିଛି ଏବଂ ଇ-କମର୍ସ ମାର୍କେଟପ୍ଲେସରେ ପୋଷାକ, ଅଳଙ୍କାର, ଗ୍ରୋସରୀ ଭଳି ଉତ୍ପାଦ ବିକ୍ରି କରୁଛି । ଏହି ଉତ୍ପାଦଗୁଡିକ ଭାରତରେ ଥିବା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ (ଏନଜିଓ)ରୁ ସଂଗ୍ରହ କରାଯାଏ । ୮୦ ହଜାରରୁ ଅଧିକ ମହିଳା କାରିଗର ଏହି ସହଯୋଗିତାରେ ସାମିଲ ହୋଇ ଉପକୃତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − fifteen =