ସୋନି ଇଣ୍ଡିଆ ପକ୍ଷରୁ ଆଲ୍‌ଫା ୯-୩ ଇମେଜ୍ ସେନ୍‌ସର୍ କ୍ୟାମେରା ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ଆଲ୍‌ଫା ୯-୩ ସିରିଜ୍ କ୍ୟାମେରାକୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ବିଶ୍ୱର ପ୍ରଥମ ଫୁଲ୍‌-ଫ୍ରେମ୍ ଗ୍ଲୋବାଲ୍ ସଟର୍ ଇମେଜ୍ ସେନ୍‌ସର୍ ରହିଛି । ଏହି ସେନ୍‌ସର୍ ଥିବାରୁ ବିନା କୌଣସି ପ୍ରତିବନ୍ଧକରେ କ୍ୟାମେରାରେ ୧୨୦ ଏଫ୍‌ପିଏସ୍ ପର୍ଯ୍ୟନ୍ତ ସ୍ପିଡ୍‌ରେ ଫଟୋ ଉଠାଇହେବ । ଏହି ଅଭିନବ ସେନ୍‌ସର୍ ଏବଂ ସୋନିର ସବୁଠୁ ଉନ୍ନତ ଏଏଫ୍ ବ୍ୟବସ୍ଥାର ମିଶ୍ରଣରେ ଏଆଇ ଅଟୋଫୋକସ୍ ସହ ପ୍ରତି ସେକେଣ୍ଡରେ ୧୨୦ ଗୁଣା ଏଏଫ୍‌/ଏଇ ଫୋକସ୍ ବ୍ୟବହାର କରିହେବ । ଯେକୌଣସି ସୁଟିଂ ସ୍ପିଡ୍‌ରେ ଫ୍ଲାସ୍‌କୁ ଯୋଡ଼ିହେବ । ପ୍ରଫେସନାଲ୍ ଫଟୋଗ୍ରାଫରମାନଙ୍କ ଲାଗି ଆଲ୍‌ଫା ୯-୩ ସିରିଜ୍ ନୂଆ ସମ୍ଭାବନାର ଦୁନିଆ ପ୍ରଦାନ କରିବ ।
ନୂଆ ଆଲ୍‌ଫା ୯-୩ ସିରିଜ୍ ଫୋନ୍‌ରେ ନୂତନ ଭାବେ ବିକାଶ କରାଯାଇଥିବା ଦୁନିଆର ପ୍ରଥମ ଗ୍ଲୋବାଲ୍ ସଟର ଫୁଲ୍ ଫ୍ରେମ୍ ଷ୍ଟାକ୍ ଥିବା ସିଏମ୍‌ଓଏସ୍ ଇମେଜ୍ ସେନ୍‌ସର୍ ରହିଛି ଯାହାର ପ୍ରଭାବୀ ମେଗାପିକ୍‌ସେଲ୍ ହେଉଛି ୨୪.୬ ଏବଂ ଏଥିରେ ବିଲ୍‌ଟ-ଇନ୍ ମେମୋରି ରହିଛି । ତାହାକୁ ଇମେଜ୍ ପ୍ରୋସେସିଂ ଇଂଜିନ୍ ବିଆଇଓଏନ୍‌ଜେଡ୍ ଏକ୍ସଆର୍ ସହ ଯୋଡ଼ାଯାଇଛି । ଏଥିରେ ହାଇ-ଡେନ୍‌ସିଟି ଫୋକାଲ୍ ଫେଜ୍ ଚିହ୍ନଟ ଏଏଫ୍ ରହିଛି । ସଠିକତାର ସହ ବିଭିନ୍ନ ପ୍ରକାର ବିଷୟକୁ ଚିହ୍ନଟ କରିବା ଲାଗି ଏଥିରେ ବାସ୍ତବ ସମୟ ଚିହ୍ନଟ ଏଏଫ୍ (ଅଟୋଫୋକସ୍‌) ରହିଛି।

ପୂର୍ବରୁ ବ୍ୟବହାରକାରୀମାନେ ଫ୍ଲାସ୍‌ସହ ତାଳ ଦେଇପାରୁନଥିବା ସ୍ପିଡ୍‌ରେ ସଟର୍ ରିଲିଜ କଲେ ଆଲୋକର ମାତ୍ରା କମ୍ ହୋଇଯାଉଥିଲା । କିନ୍ତୁ ଫୁଲ୍‌-ସ୍ପିଡ୍ ଫ୍ଲାସ୍ ବ୍ୟବହାର କରାଯାଇଥିବାରୁ ପାରମ୍ପରିକ କ୍ୟାମେରାରେ ଉତୋଳନ ସମ୍ଭବ ହେଉନଥିବା ଦୃଶ୍ୟକୁ ଏବେ ଉତୋଳନ କରାଯାଇପାରୁଛି । ଏଥିରେ ଥିବା ପ୍ରି-କ୍ୟାପ୍‌ଚର୍ ସୁବିଧା ବ୍ୟବହାରକାରୀ ଏକ ସେକେଣ୍ଡ ପର୍ଯ୍ୟନ୍ତ ପଛକୁ ଆସିପାରିବେ ଏବଂ ସଟର ଦବାଇ ସେହି ଦୃଶ୍ୟକୁ କଏଦ କରିପାରିବେ । କଂଟିନିଅସ୍ ସୁଟିଂ ସ୍ପିଡ୍ ବୁଷ୍ଟ୍ ପାଇଁ ବହୁତ କିଛିକୁ ଭରସାର ସହିତ କଏଦ କରାଯାଇପାରିବ । ଆଲ୍‌ଫା ସିରିଜ୍‌ର ଏହା ପ୍ରଥମ କ୍ୟାମେରା ଯେଉଁଥିରେ ବିନା କ୍ରପିଂରେ ୪କେ ୧୨୦ପି ହାଇ-ଫ୍ରେମ୍‌-ରେଟ୍ ଭିଡିଓ ଉତୋଳନ କରିହେଉଛି । ୬କେ ଓଭରସାମ୍ପଲିଂ ସହ ଏଥିରେ ୪କେ ୬୦ପି ଭିଡିଓ ସୁଟିଂ କରାଯାଇପାରିବ । ଏହି କ୍ୟାମେରାରେ ୪-ଆକ୍ସିସ୍ ମଲ୍‌ଟି-ଆଙ୍ଗେଲ ଏଲ୍‌ସିଡି ମନିଟର ରହିଛି ଯାହାକୁ ଟଚ୍ ଜରିଆରେ ପରିଚାଳନା କରିହେବ ।
ଆଲ୍‌ଫା ୯-୩ କ୍ୟାମେରାର ମୂଲ୍ୟ ୫,୨୯,୯୯୦ ଟଙ୍କା ରହିଛି । ସୋନି ରିଟେଲ ଷ୍ଟୋର୍‌, ୱେବସାଇଟ୍‌, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍ ଏବଂ ଇ-କମର୍ସ ପ୍ଲାଟଫର୍ମରେ ୨୦୨୪ ଫେବ୍ରୁଆରି ୨୬ରୁ ଏହା ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

19 − 14 =