ତୃଣମୂଳ ସ୍ତରରେ ଜନ ସୁରକ୍ଷା ସ୍କିମ୍‌ର ସମ୍ପ୍ରସାରଣ ପାଇଁ ଏସ୍‌ବିଆଇ ପକ୍ଷରୁ ଜିଲ୍ଲା ପ୍ରବନ୍ଧକଙ୍କ ସଶକ୍ତୀକରଣ

ଭୁବନେଶ୍ୱର: ଗ୍ରାମ ପଂଚାୟତ ସ୍ତରରେ ଜନ ସୁରକ୍ଷା ସ୍କିମ୍ ପହଂଚାଇବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏକ ବ୍ୟାପକ କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଲିଡ୍ ଜିଲ୍ଲା ପ୍ରବନ୍ଧକମାନେ ଭୋଗ ଦେଇଥିଲେ । ଯୋଗ୍ୟ ନାଗରିକମାନଙ୍କ ପାଖରେ କିଭଳି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା (ପିଏମ୍‌ଜେଜେବିୱାଇ) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ)ର ଗ୍ରହଣୀୟତା ବଢ଼ାଇବା ଲାଗି ସେମାନଙ୍କୁ କୁହାଯାଇଥିଲା । ଦେଶର ପ୍ରତି ଗ୍ରାମ ପଂଚାୟତ ଓ ୱାର୍ଡରେ ଶିବିର ଆୟୋଜନ କରି ବ୍ୟାଙ୍କ ଅଧିକାରୀମାନେ ଏହି ଦୁଇ ସ୍କିମ୍ ବିଷୟରେ ସଚେତନତାର ପ୍ରସାର କରିବେ ।
ପିଏମ୍‌ଜେଜେବିୱାଇ ସ୍କିମ୍‌ରେ ଲୋକମାନଙ୍କୁ ବାର୍ଷିକ ୪୩୬ ଟଙ୍କା ପ୍ରିମିୟମ୍‌ରେ ଜୀବନ ବୀମା ସୁରକ୍ଷା ମିଳୁଥିବା ବେଳେ ପିଏମ୍‌ଏସ୍‌ବିୱାଇରେ ମାତ୍ର ୨୦ ଟଙ୍କାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳୁଛି ।
ଏହି କର୍ମଶାଳାର ଉଦ୍‌ଘାଟନୀ ସମାରୋହରେ ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ପ୍ରଶାନ୍ତ କୁମାର ଗୋୟଲ, ଏସ୍‌ବିଆଇର ପରିଚାଳନା ନିର୍ଦ୍ଦେଶକ (ଆର୍‌ବି ଆଣ୍ଡ୍‌ଓ) ଆଲୋକ କୁମାର ଚୌଧୁରୀ, ଏସ୍‌ବିଆଇ କର୍ପୋରେଟ୍ କେନ୍ଦ୍ର, ମୁମ୍ବାଇର ମୁଖ୍ୟ ମହାପ୍ରବନ୍ଧକ-ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଡକ୍ଟର ପି ସି ସାବୁ ଉପସ୍ଥିତ ଥିଲେ । ଏଥିରେ ଏସବିଆଇ ଲିଡ୍ ଜିଲ୍ଲା ପ୍ରବନ୍ଧକ, ଏସ୍‌ଏଲ୍‌ବିସି ଅଧିକାରୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଲିଡ୍ ବ୍ୟାଙ୍କର ନୋଡାଲ୍ ଅଫିସରମାନେ ଯୋଗ ଦେଇଥିଲେ ।
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତାର ପ୍ରତିଫଳନ ହେଉଛି ଏହି କାର୍ଯ୍ୟକ୍ରମ । ଜନ ସୁରକ୍ଷା ଯୋଜନାରେ ପ୍ରତିଟି ଯୋଗ୍ୟ ନାଗରିକଙ୍କୁ ସାମିଲ କରିବା ଉପରେ ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ପ୍ରଶାନ୍ତ କୁମାର ଗୋୟଲ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, “ଜନ ସୁରକ୍ଷା ସ୍କିମ୍‌ରେ ୧୦୦% ଲୋକଙ୍କୁ ସାମିଲ କରିବା ହେଉଛି ଆମର ମୂଳ ଲକ୍ଷ୍ୟ ।’’ ଏସ୍‌ବିଆଇର ପରିଚାଳନା ନିର୍ଦ୍ଦେଶକ (ଆର୍‌ବି ଆଣ୍ଡ୍‌ଓ) ଆଲୋକ କୁମାର ଚୌଧୁରୀ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

13 − six =