ବେଦାନ୍ତର ପ୍ରିୟା ଅଗ୍ରୱାଲ ହେବରଙ୍କୁ ଡବ୍ଲ୍ୟୁଇଏଫର ୨୦୨୪ କ୍ଲାସ ଅଫ ୟଙ୍ଗ ଗ୍ଲୋବାଲ ମଧ୍ୟରେ ସ୍ଥାନିତ

ଭୁବନେଶ୍ୱର: ହିନ୍ଦୁସ୍ତାନ ଜିଙ୍କ ଲିମିଟେଡର ଅଧ୍ୟକ୍ଷା ତଥା ବେଦାନ୍ତ ଲିମିଟେଡର ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶିକା ପ୍ରିୟା ଅଗ୍ରୱାଲ ହେବରଙ୍କୁ ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ସମ୍ମାନଜନକ କ୍ଲାସ ଅଫ ୟଙ୍ଗ ଗ୍ଲୋବାଲ ଲିଡର୍ସ ୨୦୨୪ରେ ଯୋଗ ଦେବା ପାଇଁ ୫ ଜଣ ଭାରତୀୟଙ୍କ ମଧ୍ୟରୁ ଅନ୍ୟତମ ଭାବେ ମନୋନୀତ କରାଯାଇଛି ।
୨୦୦୪ ମସିହାରେ ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ପ୍ରତିଷ୍ଠିତ ୟଙ୍ଗ ଗ୍ଲୋବାଲ ଲିଡର୍ସ ଫୋରମ ରାଜନୀତି, ବ୍ୟବସାୟ, ନାଗରିକ ସମାଜ, କଳା ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରର ୪୦ ବର୍ଷରୁ କମ୍ ଲିଡରଙ୍କୁ ପ୍ରତିନିଧିତ୍ୱ କରୁଛି ଯେଉଁମାନେ ସମସ୍ତେ ସେମାନଙ୍କ ସମୁଦାୟ ଏବଂ ବାହାରେ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଉତ୍ସର୍ଗୀକୃତ । ସମ୍ମାନଜନକ ଗୋଷ୍ଠୀରେ ପ୍ରିୟାଙ୍କୁ ସାମିଲ କରିବା ତାଙ୍କ ଅସାଧାରଣ ନେତୃତ୍ୱ, ଦୂରଦୃଷ୍ଟି ଏବଂ ସମାଜରେ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିବା ପାଇଁ ସମର୍ପଣକୁ ଦର୍ଶାଉଛି ।
ହିନ୍ଦୁସ୍ତାନ ଜିଙ୍କ ଲିମିଟେଡର ଅଧ୍ୟକ୍ଷା ତଥା ବେଦାନ୍ତ ଲିମିଟେଡର ଅଣ-କାର୍ଯ୍ୟନିର୍ବାହୀ ନିର୍ଦେଶିକା ପ୍ରିୟା ଅଗ୍ରୱାଲ ହେବର ଟ୍ୱିଟ୍ କରି ଲେଖିଛନ୍ତି, ଯେ, “ସମ୍ମାନଜନକ ଡବ୍ଲ୍ୟୁଇଏଫର ୟଙ୍ଗ ଗ୍ଲୋବାଲ ଲିଡର୍ସ ୨୦୨୪ ଗୋଷ୍ଠୀର ଅଂଶ ଭାବରେ ସ୍ୱୀକୃତି ପାଇ ମୁଁ ଗର୍ବିତ ଏବଂ ଆନନ୍ଦିତ । ସକାରାତ୍ମକ ସାମାଜିକ ପ୍ରଭାବ ମାଧ୍ୟମରେ ଭବିଷ୍ୟତ ଗଠନ କରୁଥିବା ସମଗ୍ର ବିଶ୍ୱର ଯୁବ ପରିବର୍ତ୍ତନକାରୀଙ୍କ ସହ ଶିଖିବା ଏବଂ ସହଯୋଗ କରିବାକୁ ମୁଁ ଆଗ୍ରହୀ ।”
ବିଗତ କିଛି ବର୍ଷ ମଧ୍ୟରେ ପ୍ରିୟା ପୁରୁଷ ପ୍ରଧାନ ଖଣି ଓ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ନିଜ ପାଇଁ ଏବଂ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବେଦାନ୍ତରେ ସେ କମ୍ପାନୀର ଇଏସଜି (ପରିବେଶ, ସାମାଜିକ, ପ୍ରଶାସନ) ପରିବର୍ତ୍ତନକୁ ସମର୍ଥନ କରୁଛନ୍ତି ଏବଂ ପରିବେଶ ପରିଚାଳନା ଏବଂ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ନିକଟରେ ପ୍ରିୟାଙ୍କୁ ହିନ୍ଦୁସ୍ତାନ ଜିଙ୍କ ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଥିଲା ଏବଂ ତାଙ୍କ ନେତୃତ୍ୱରେ କମ୍ପାନୀ ସର୍ବଶ୍ରେଷ୍ଠ ଖନନ ଧାତୁ ଉତ୍ପାଦନ ହାସଲ କରି ୧ ନିୟୁତ ଟନ୍ ଅତିକ୍ରମ କରିଥିଲା । ଭୂତଳ ଖଣିରେ ପ୍ରଥମ ବ୍ୟାଟେରୀ ଇଲେକ୍ଟ୍ରିକ୍ ଯାନ ପ୍ରଚଳନ ଭଳି ଅନେକ ଅଗ୍ରଣୀ ପଦକ୍ଷେପର ନେତୃତ୍ୱ ନେଇ ସେ ପ୍ରାକୃତିକ ସମ୍ପଦ କ୍ଷେତ୍ରକୁ ଏକ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ କ୍ଷେତ୍ରରେ ପରିଣତ କରିବାକୁ ଆଗ୍ରହୀ ।
ଡବ୍ଲ୍ୟୁଇଏଫର ୨୦୨୪ ଶ୍ରେଣୀ ବିଶ୍ୱର ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଏବଂ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବାରେ ସେମାନଙ୍କର ଅସାଧାରଣ ଅବଦାନ ପାଇଁ ସ୍ୱୀକୃତି ପ୍ରାପ୍ତ ହୋଇଛି । ଏହି ଉଦୀୟମାନ ତାରକାମାନେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ଉଦ୍ଭାବନ, ସହଯୋଗ ଏବଂ ନେତୃତ୍ୱର ଭାବନାର ଉଦାହରଣ ଦିଅନ୍ତି ।
ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଫୋରମ୍ ଅଫ୍ ୟଙ୍ଗ ଗ୍ଲୋବାଲ୍ ଲିଡର୍ସ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଲିଡର ଏକ ସମୁଦାୟ ସୃଷ୍ଟି କରିଛି । ଏହି ସମ୍ପ୍ରଦାୟ ଜନସ୍ୱାସ୍ଥ୍ୟ, ଅର୍ଥନୈତିକ ବିକାଶ, ପ୍ରଯୁକ୍ତି ବିଦ୍ୟା ଏବଂ ସ୍ଥାୟୀତ୍ୱ କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ ସାମୂହିକ କାର୍ଯ୍ୟର ପ୍ରତୀକ ଭାବରେ କାର୍ଯ୍ୟ କରୁଛି ।

Share

Leave a Reply

Your email address will not be published. Required fields are marked *

two × five =