ବନ୍ଧନ ବ୍ୟାଙ୍କ ରିଟେଲ୍ ଋଣ ବୁକ୍‌ରେ ୮୭% ବୃଦ୍ଧି

ଜୁନ୍ ୩୦, ୨୦୨୩ ସୁଦ୍ଧା ମୋଟ ବ୍ୟବସାୟ ୨.୧୧ ଲକ୍ଷ କୋଟି ଟଙ୍କା
ମୋଟ ଜମା ବର୍ଷକୁ ବର୍ଷ ୧୬.୬% ବୃଦ୍ଧି ସହ ୧.୦୮ ଲକ୍ଷ କୋଟି ଟଙ୍କା
ମୋଟ ଜମାରେ ରିଟେଲ୍‌ର ଭାଗ ୭୧%
କାସା ଅନୁପାତ ସୁସ୍ଥକର ୩୬%
ଲୋନ୍ ବୁକ୍ ବର୍ଷକୁ ବର୍ଷ ୬.୭% ବୃଦ୍ଧି ସହ ୧.୦୩ ଲକ୍ଷ କୋଟି ଟଙ୍କା
ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ପରିଚାଳନା ପରିବେଶ ଅନୁକୂଳ ହୋଇରହିିଥିବାରୁ ବ୍ୟାଙ୍କର ସୁଦୃଢ଼ ବ୍ୟବସାୟ ଅଭିବୃଦ୍ଧି ଜାରି ରହିଛି । ବ୍ୟାଙ୍କର ବିବିଧକରଣ ଏଜେଣ୍ଡା ଅନୁସାରେ ବ୍ୟାଙ୍କର ରିଟେଲ୍ ଋଣ ବୁକ୍‌ରେ ସୁସ୍ଥକର ୮୭ ପ୍ରତିଶତ ବୃଦ୍ଧି ଘଟିଛି । ବ୍ୟାଙ୍କର ମୋଟ ଜମାରେ ରିଟେଲ୍‌ର ଭାଗ ଏବେ ୭୧% ରହିଛି । ଆଠ ବର୍ଷରୁ କମ୍ ସମୟର ଉପସ୍ଥିତି ମଧ୍ୟରେ ଶାଖା ଉପସ୍ଥିତିକୁ ତିନି ଗୁଣା ବଢ଼ାଇବାର ମାଇଲଖୁଂଟକୁ ବ୍ୟାଙ୍କ ଏହି ତୈମାସିକରେ ହାସଲ କରିଛି । ଏହି ସମୟରେ ବ୍ୟାଙ୍କର ମୋଟ ବ୍ୟବସାୟ ୨.୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ବିତରଣରେ ସମ୍ପ୍ରସାରଣ ଓ ଅନୁକୂଳ ପରିଚାଳନା ପରିବେଶକୁ ନେଇ ଏହି ତ୍ରୈମାସିକରେ ବ୍ୟାଙ୍କ ସନ୍ତୁଳିତ ଅଭିବୃଦ୍ଧି ହାସଲ କରିଛି ।
ବ୍ୟାଙ୍କର ମୋଟ କାରବାର (ଜମା ଓ ଅଗ୍ରୀମ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବର୍ଷକୁ ବର୍ଷ ଭିତିରେ ୧୧% ବୃଦ୍ଧି ପାଇ ୨.୧୧ ଲକ୍ଷ କୋଟି ଟଙ୍କା ହୋଇଛି । ବ୍ୟାଙ୍କ ଭାରତର ୩୬ଟିି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରୁ ୩୪ଟିରେ ୬୧୪୦ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ୩.୦୭ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ୭୨୦୦୦ ରହିଛି ।
୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୬% ବୃଦ୍ଧି ପାଇଛି । ମୋଟ ଜମା ଏବେ ୧.୦୮ ଲକ୍ଷ କୋଟି ଟଙ୍କା ରହିଛି । (କରେଂଟ୍‌) ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ମୋଟ ଜମାର ୩୬% ରହିଛି । ଅଗ୍ରୀମ କ୍ଷେତ୍ରରେ ବ୍ୟାଙ୍କ ପୂର୍ବବର୍ଷର ସମାନ ତ୍ରୈମାସିକ ତୁଳନାରେ ୭% ବୃଦ୍ଧି ହାସଲ କରିଛି । ମୋଟ ଅଗ୍ରୀମ ଏବେ ୧.୦୩ ଲକ୍ଷ କୋଟି ଟଙ୍କା ରହିଛି । ବ୍ୟାଙ୍କର ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର୍‌) ୧୯.୮% ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି ।
ଫଳାଫଳ ସମ୍ପର୍କରେ ଚନ୍ଦ୍ର ଶେଖର ଘୋଷ, ଏମଡି ଓ ସିଇଓ, ବନ୍ଧନ ବ୍ୟାଙ୍କ କହିଛନ୍ତି ଯେ, “ବ୍ୟାଙ୍କର ପ୍ରଥମ ତ୍ରୈମାସିକ ବ୍ୟାଙ୍କ ପାଇଁ ଏକ ସନ୍ତୁଳିତ ତ୍ରୈମାସିକ ହୋଇଛି । ବ୍ୟାଙ୍କର ବିବିଧକରଣ ଏଜେଣ୍ଡା ଅନୁସାରେ ଏହା ନିଜର ରିଟେଲ୍ ବ୍ୟାଙ୍କିଙ୍ଗ ପୋର୍ଟଫୋଲିଓକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱାରୋପ କରୁଛି । ଗତବର୍ଷ ଓ ଚଳିତ ବର୍ଷ ଶୁଭାରମ୍ଭ କରାଯାଇଥିବା ନୂଆ କାରବାର କ୍ଷେତ୍ରକୁ ନେଇ ଚଳିତ ଆର୍ଥିକ ବର୍ଷର ପ୍ରଦର୍ଶନ ଭଲ ରହିବ ବୋଲି ଆମର ବିଶ୍ୱାସ ରହିଛି ।’’
ବ୍ୟାଙ୍କ ଏହାର ମୂଳ ବଜାର ପୂର୍ବ ଓ ଉତର ପୂର୍ବ ବାହାରେ ନିଜ ଉପସ୍ଥିତିର ସମ୍ପ୍ରସାରଣ ଜାରି ରଖିଛି । ଏସ୍‌ଏମ୍‌ଇ ଋଣ, ସୁନା ଋଣ, ବ୍ୟକ୍ତିଗତ ଋଣ ଏବଂ ଗାଡ଼ି ଋଣ ସମେତ ଅନ୍ୟାନ୍ୟ ଉତ୍ପାଦରେ ବ୍ୟାଙ୍କ ଏହାର ପୋର୍ଟଫୋଲିଓ ବଢ଼ାଇଛି । ବ୍ୟାଙ୍କ ପକ୍ଷରୁ ଗତବର୍ଷ କମର୍ସିଆଲ୍ ଯାନ ଋଣ ଏବଂ ବ୍ୟବସାୟ ପାଇଁ ସଂପତି ବିରୋଧ ଋଣ ବର୍ଗର ଶୁଭାରମ୍ଭ କରିଛି ଯାହାର ଫଳ ଚଳିତ ଆର୍ଥିକ ବର୍ଷରେ ମିଳିବ ।

Share

Leave a Reply

Your email address will not be published. Required fields are marked *

3 × five =