ଆକ୍ସିସ୍ ବ୍ୟାଙ୍କର ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ନିଟ୍ ଲାଭ ୫୮୬୪ କୋଟି ଟଙ୍କା

ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଏବଂ ଅର୍ଧ ବାର୍ଷିକ ଫଳାଫଳ ଘୋଷଣା କରାଯାଇଛି । ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କ ୫୮୬୪ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି । ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡ ବୈଠକରେ ଆର୍ଥିକ ଫଳାଫଳକୁ ମଂଜୁରି ପ୍ରଦାନ କରାଯାଇଛି ।
ବ୍ୟାଙ୍କର ପରିଚାଳନା ରାସ୍ୱ ତ୍ରୈମାସିକ ଭିତିରେ ୧୨% ବୃଦ୍ଧି ପାଇ ୮,୬୩୨ କୋଟି ଟଙ୍କା ହୋଇଥିବା ବେଳେ ମୂଳ ପରିଚାଳନା ରାଜସ୍ୱ ୧୨% ବୃଦ୍ଧି ପାଇ ୮,୭୩୩ କୋଟି ଟଙ୍କା ହୋଇଛି । ବ୍ୟାଙ୍କର ନିଟ୍ ସୁଧ ଆୟ ଏହି ସମୟରେ ୧୯ ପ୍ରତିଶତ ବୃଦ୍ଧି ପାଇ ୧୨,୩୧୫ କୋଟି ଟଙ୍କା ହୋଇଛି । ନିଟ୍ ସୁଧ ମାର୍ଜିନ ଏହି ସମୟରେ ୪.୧୧ ପ୍ରତିଶତ ରହିଛି ।
୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କର ମୋଟ କାରବାର ୧୩ ପ୍ରତିଶତ ବୃଦ୍ଧି ପାଇ ୧୩,୩୮,୯୧୪ କୋଟି ଟଙ୍କା ହୋଇଛି । ମୋଟ ଜମାରେ ୧୮ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଅଗ୍ରୀମ ପରିମାଣ ୨୩ ପ୍ରତିଶତ ବୃଦ୍ଧି ପାଇ ୮,୯୭,୩୪୭ କୋଟି ଟଙ୍କା ହୋଇଛି । ଖୁଚୁରା ଋଣ ୨୩ ପ୍ରତିଶତ ବୃଦ୍ଧି ପାଇ ୫,୧୯,୭୩୬ କୋଟି ଟଙ୍କା ହୋଇଥିବା ବେଳେ ବ୍ୟାଙ୍କର ମୋଟ ଋଣରେ ଖୁଚୁରା ଋଣର ଅବଦାନ ୩୧ ପ୍ରତିଶତ ହୋଇଛି । ଏସ୍‌ଏମ୍‌ଇ ଋଣ ୨୭% ବୃଦ୍ଧି ପାଇ ୯୫,୯୫୪ କୋଟି ଟଙ୍କା ହୋଇଥିବା ବେଳେ କର୍ପୋରେଟ୍ ଋଣ ୨୧ ପ୍ରତିଶତ ବୃଦ୍ଧି ପାଇ ୨,୮୧,୬୫୭ କୋଟି ଟଙ୍କା ହୋଇଛି ।
ଏହି ସମୟ ଭିତରେ ଆକ୍‌ିସ୍ ବ୍ୟାଙ୍କ ଅହମ୍ମଦାବାଦରେ ଏହାର ୫୦୦୦ତମ ଶାଖା ଖୋଲି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି । ବ୍ୟାଙ୍କ ଏହାର ପ୍ରଥମ ଶାଖାକୁ ସେହି ସହରରେ ୨୯ ବର୍ଷ ପୂର୍ବେ ଖୋଲଥିଲା । ସେହି ସମାନ ଦିନରେ ଦେଶର ବିଭିନ୍ନ ପ୍ରାନ୍ତରେ ଶତାଧିକ ଶାଖା ଖୋଲାଯାଇଥିଲା ।
ଫଳାଫଳ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଅତ୍ୟନ୍ତ ଅସ୍ଥୀର ବିଶ୍ୱ ଭୂରାଜନୈତିକ ଦୃଶ୍ୟପଟ୍ଟରେ ଆମର ବିଶ୍ୱାସ ରହିଛି, ଯେ ଭାରତ କାହାଣୀ ବେଶ ଦୃଢ଼ ରହିବ । ଆଗକୁ ଉତ୍ସବ ଆସୁଥିବା ବେଳେ ଚାହିଦାରେ ବଡ଼ ଧରଣର ବୃଦ୍ଧି ଘଟିଛି ଯାହା ବ୍ୟବସାୟ ପାଇଁ ଲାଭଦାୟକ ହେବ । ଆକ୍ସିସ୍ ବ୍ୟାଙ୍କରେ ଆମ ଜିପିଏସ୍ ଏଜେଣ୍ଡା ଠିକ୍ ବାଟରରେ ରହିଛି ଏବଂ ବ୍ୟାଙ୍କରେ ଆମର ସମସ୍ତ କ୍ଷେତ୍ରରେ ଭଲ ବ୍ୟବସାୟ ହେବ ବୋଲି ଆମେ ଚାହିରହିଛୁ । ଆମେ ଉଭୟ ପ୍ରତ୍ୟକ୍ଷ ଉପସ୍ଥିତି ବଢ଼ାଇବା ଏବଂ ଡିଜିଟାଲ୍ ଶକ୍ତିରେ ଉନ୍ନତି ଆଣିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା ବେଳେ କେବଳ ମେଟ୍ରୋ କିମ୍ବା ସହରାଚଂଳ କେନ୍ଦ୍ର ନୁହେଁ ବରଂ ଭାରତର ଅଧିକାଂଶ ଲୋକ ବାସ କରୁଥିବା ଭାରତରେ ମଧ୍ୟ ଆମ ସେବାର ସମ୍ପ୍ରସାରଣ କରୁଛୁ ।”

Share

Leave a Reply

Your email address will not be published. Required fields are marked *

eighteen − 18 =