ଆଇଟେଲ୍ ପକ୍ଷରୁ ୭୬୯୯ ଟଙ୍କାରେ ୬୦୦୦ ଏମ୍‌ଏଏଚ୍ ବ୍ୟାଟେରି ଥିବା ପି୪୦ ସ୍ମାର୍ଟଫୋନ୍ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଆଇଟେଲ୍ ପକ୍ଷରୁ ସମସାୟିକ ପି୪୦ ସ୍ମାର୍ଟଫୋନ୍ ସହ ଏହାର ନୂଆ ପାୱାର ସିରିଜ୍‌କୁ ଉନ୍ମୋଚନ କରାଯାଇଛି । ଏହି ବର୍ଗରେ ଆଇଟେଲ୍ ପି୪୦ ହେଉଛି ପ୍ରଥମ ସ୍ମାର୍ଟଫୋନ୍ ଯେଉଁଥିରେ ୬୦୦୦ ଏମ୍‌ଏଏଚ୍ ବ୍ୟାଟେରି, ସୁନ୍ଦର ୬.୬ ଇଂଚ୍‌ର ଏଚ୍‌ଡି+ ଆଇପିଏସ୍ ୱାଟରଡ୍ରପ୍ ଡିପ୍ଲେ ଓ ଏକ ଷ୍ଟାଇଲିସ୍ ବଡି ରହିଛି । ଆଇଟେଲ୍ ଉତ୍ପାଦ ବର୍ଗମାଳାରେ ସାମିଲ ହୋଇଥିବା ଏହି ନୂଆ ସ୍ମାର୍ଟଫୋନ୍ ଲୁକ୍ ଓ ସୁଲଭତା ଦୃଷ୍ଟିରୁ ଜେଡ୍ ପିଢ଼ିର ଗ୍ରାହକମାନଙ୍କ ଅଭିଳାଷକୁ ପୂରଣ କରିବ । ନୂଆ ପ୍ରଯୁକ୍ତିରେ ପରିପୂର୍ଣ୍ଣ ଆଇଟେଲ୍ ପି୪୦ର ଦାମ୍ ଆକର୍ଷଣୀୟ ୭୬୯୯ ଟଙ୍କା ରହିଛି । ଆଇଟେଲ୍ ଏହାର ନୂଆ ଉତ୍ପାଦ ସହ ଶିଳ୍ପର ମାନକୁ ପୁଣି ବଢ଼ାଇଛି ଯାହା ବଜେଟ୍ ସ୍ମାର୍ଟଫୋନ୍ ବଜାରରେ ପରିବର୍ତନ ଆଣିବ ।
ଆଇଟେଲ୍ ଇଣ୍ଡିଆର ସିଇଓ ଶ୍ରୀ ଅରିଜିତ ତାଲାପାତ୍ରା କହିଛନ୍ତି ଯେ, “ଆଇଟେଲ୍‌ରେ ଆମେ ପ୍ରଯୁକ୍ତିର ପରିବର୍ତନକାରୀ ଶକ୍ତି ଉପରେ ବିଶ୍ୱାସ କରୁ ଯାହା ଶ୍ରେଷ୍ଠ ମୂଲ୍ୟରେ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରି ସାରା ଭାରତରେ ନିୟୁତାଧିକ ଗ୍ରାହକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଆମର ନୂଆ ଉତ୍ପାଦ ଆଇଟେଲ୍ ପି୪୦ରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୂଲ୍ୟରେ ଉଚ୍ଚ ପ୍ରଦର୍ଶନକାରୀ ଡିଭାଇସ୍ ପ୍ରଦାନ କରିବାର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି । ଏହି ବର୍ଗରେ ପି୪୦ ହେଉଛି ପ୍ରଥମ ସ୍ମାର୍ଟଫୋନ୍ ଯେଉଁଥିରେ ଅତୁଳନୀୟ ୬୦୦୦ ଏମ୍‌ଏଏଚ୍ ବ୍ୟାଟେରି, ଉନ୍ନତ ପ୍ରଯୁକ୍ତି ଓ ସୁନ୍ଦର ଡିଜାଇନ୍‌ର ଉପଯୁକ୍ତ ସମିଶ୍ରଣ ଭଳି ସୁବିଧା ରହିଛି ଯାହା ପ୍ରଥମ ଥର ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଗ୍ରାହକଙ୍କୁ ବୈପ୍ଳବିକ ଅନୁଭୂତି ପ୍ରଦାନ କରିବ ।’’
ସେ କହିଛନ୍ତି ଯେ, “ଆଜିର ଦୁନିଆରେ ଏଂଟ୍ରି ଲେବଲ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ଏକ ଡିଭାଇସ୍‌ରୁ ନନଷ୍ଟପ୍ ବ୍ୟବହାର ଏବଂ ଅଧିକ ଭିଡିଓ ଦେଖିବାକୁ ଚାହୁଛନ୍ତି । ଦିନ ସାରା ବ୍ୟବହାରକରିବା ଲାଗି ସେମାନଙ୍କୁ ଏକ ଉଚ୍ଚ କ୍ଷମତାର ବ୍ୟାଟେରି ଆବଶ୍ୟକ । ସୁଲଭତା ସହ ପି୪୦ ହେଉଛି ଆମ ଗ୍ରାହକମାନଙ୍କ ଲାଗି ଶ୍ରେଷ୍ଠ ଉତ୍ପାଦ । ପ୍ରତି ଭାରତୀୟମାନଙ୍କୁ ପ୍ରଯୁକ୍ତିର ଶକ୍ତି ଜରିଆରେ ସଶକ୍ତ କରିବା ଲାଗି ଆମ ଲକ୍ଷ୍ୟ ଆଇଟେଲ୍ ପି୪୦ ଉନ୍ମୋଚନ ସହ ଶେଷ ହୋଇନାହିଁ । ଆମ ଉତ୍ପାଦ ଯେଭଳି ସୁଲଭ ମୂଲ୍ୟରେ ସବୁ ପ୍ରକାର ଲୋକଙ୍କ ପାଖରେ ପହଂଚିବ ଯଦ୍ୱାରା ସେମାନେ ଡିଜିଟାଲ ଯୁଗକୁ ପୂର୍ଣ୍ଣ ମାତ୍ରାରେ ଗ୍ରହଣ କରିପାରିବେ ଏବଂ ସେମାନଙ୍କ ଅଭିଳାଷ ପୂରଣ କରିପାରିବେ, ତାହାକୁ ନିଶ୍ଚିତ କରିବା ଲାଗି ଆମେ ନିରନ୍ତର ଭାବେ କାର୍ଯ୍ୟ ଜାରି ରଖିବୁ ।’’
ଆଇଟେଲ୍ ପି୪୦ରେ ରହିଛି, ଆକର୍ଷଣୀୟ ୯.୨ ଏମ୍‌ଏମ୍ ଅତି ପତଳା ବଡି, ୧୩ ଏମ୍‌ପି ସହ କ୍ୟୁଭିଜିଏ ଡୁଆଲ୍ କ୍ୟାମେରା ଓ ଡୁଆଲ୍ ଫ୍ଲାସ. ୬.୬ ଇଂଚ୍ ଏଚ୍‌ଡି+ ଆଇପିଏସ୍ ୱାଟର ଡ୍ରପ୍ ଫୁଲ୍ ସ୍କ୍ରିନ୍ ଡିସ୍‌ପ୍ଲେ, ୫ ଏମ୍‌ପି ସାମ୍ନା କ୍ୟାମେରା, ରାମ୍‌କୁ ୭ ଜିବି ପର୍ଯ୍ୟନ୍ତ ବଢ଼ାଇବା ଲାଗି ମେମୋରି ଫ୍ୟୁଜନ୍ ପ୍ରଯୁକ୍ତି, ୬୦୦୦ ଏମ୍‌ଏଏଚ୍ ବ୍ୟାଟେରି, ୧୮ ୱାଟ୍ ଫାଷ୍ଟ୍ ଚାର୍ଜିଂ ଭଳି ସୁବିଧା । ଫୋନ୍ ଉପରେ ୧୨ ମାସର ୱାରେଟିଂ ପ୍ରଦାନ କରାଯାଉଛି । ଏଥିରେ ଏସ୍‌ସି ୯୮୬୩ଏ ଚିପ୍‌ସେଟ୍ ଓ ଆଣ୍ଡ୍ରଏଡ୍ ୧୨ ଗୋ ଏଡିସନ୍ ରହିଛି । ଏହା ଫୋର୍ସ ବ୍ଲାକ୍‌, ଡ୍ରିମି ବ୍ଲୁ ଓ ଲକ୍‌ଜୁରିଅସ୍ ଗୋଲ୍ଡ ଭଳି ତିନିଟି ରଙ୍ଗରେ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

five × 3 =