ଗ୍ରେଟ୍ ପ୍ଲେସ୍ ଟୁ ୱାର୍କର ଭାରତରେ ମାନୁଫାକ୍‌ଚରିଂ କ୍ଷେତ୍ରର ଶ୍ରେଷ୍ଠ ୫୦ କର୍ମକ୍ଷେତ୍ର ମଧ୍ୟରେ ଟାଟା ଷ୍ଟିଲ୍ ସ୍ଥାନିତ

ଭୁବନେଶ୍ୱର: ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ପକ୍ଷରୁ ଲଗାତାର ଷଷ୍ଠ ଥର ପାଇଁ ମାନୁଫାକ୍‌ଚରିଂ କ୍ଷେତ୍ରରେ ଭାରତର ଶ୍ରେଷ୍ଠ କର୍ମକ୍ଷେତ୍ର ମଧ୍ୟରେ ଟାଟା ଷ୍ଟିଲ୍‌କୁ ସ୍ଥାନିତ କରାଯାଇଛି । ଉଚ୍ଚ ବିଶ୍ୱାସ, ନିଷ୍ଠାପର, ପେସାଦାର ବିକାଶ ଏବଂ କର୍ମ କ୍ଷେତ୍ରରେ ବିଚାର ଏକ ସଂସ୍କୃତି ବିକାଶ କରିବା ଲାଗି କଂପାନି ଜାରି ରଖିଥିବା ଉଦ୍ୟମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏକ ଅନ୍ତର୍ଭୁକ୍ତୀକରଣ ଓ ନିରନ୍ତର ସଂସ୍ଥା ଗଠନ ଦିଗରେ ଉଦ୍ୟମ ପାଇଁ କ୍ରମାଗତ ଷଷ୍ଠ ଥର ଲାଗି ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ପକ୍ଷରୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି ।
ଟାଟା ଷ୍ଟିଲ୍‌ର ଉପସଭାପତି-ମାନବ ସମ୍ବଳ ପରିଚାଳନା ଆତ୍ରାୟି ସାନ୍ୟାଲ କହିଛନ୍ତି ଯେ, “ଟାଟା ଷ୍ଟିଲ୍‌ରେ ମାନବ ପୁଂଜିର ଉଚିତ ବ୍ୟବହାର କରିବା ହେଉଛି ଏକ ପ୍ରମୁଖ ବ୍ୟବସାୟ ଗୁରୁତ୍ୱ କ୍ଷେତ୍ର ଏବଂ ଲୋକମାନଙ୍କୁ ପ୍ରାଥମିକତା ପ୍ରଦାନ କରିବା କଂପାନିର ନୀତିକୁ ମାର୍ଗଦର୍ଶନ କରୁଛି । ଆମେ ଏଭଳି ଏକ କର୍ମସଂସ୍କୃତି ବିକାଶ କରିବା ଲାଗି ଉଦ୍ୟମ କରୁଛୁ ଯାହା ସୁରକ୍ଷା, ସ୍ୱାସ୍ଥ୍ୟ, ବିବିଧତା, ପ୍ରତିଦ୍ୱନ୍ଦ୍ୱିତାରେ ଉନ୍ନତି ଏବଂ ଆମ କର୍ମଚାରୀମାନଙ୍କ ସାମଗ୍ରିକ କଲ୍ୟାଣର ପ୍ରସାର କରିବ । ଭାରତର ଶ୍ରେଷ୍ଠ ମାନୁଫାକ୍‌ଚରିଂ କର୍ମକ୍ଷେତ୍ରରେ ସ୍ଥାନ ପାଇଥିବାରୁ ଆମେ ଉଲ୍ଲସିତ ଏବଂ ଏହି ମାନ୍ୟତା ଉତମ ଭବିଷ୍ୟତ ଦିଗରେ ଆଗକୁ ବଢ଼ିବା ଲାଗି ଉତ୍ସାହିତ କରିବ ।’’
କଠୋର ଅନୁଶୀଳନ ପଦ୍ଧତିରେ ମାନୁଫାକଚରିଂ କ୍ଷେତ୍ରରେ ଭାରତର ଶ୍ରେଷ୍ଠ କର୍ମକ୍ଷେତ୍ରଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯାଇଛି । ଏହି ସଂସ୍ଥାଗୁଡ଼ିକ ଉଭୟ କର୍ମଚାରୀମାନଙ୍କ ଲାଗି ପ୍ରସ୍ତୁତ କରାଯାଇଥିବା ପ୍ରଥା ଏବଂ ମତାମତ ଆଧାରରେ ଏକ ଉଚ୍ଚ ବିଶ୍ୱାସର ସଂସ୍କୃତି ଗଠନ କରିବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଛନ୍ତି ।
ଜୀବନର ପ୍ରତିଟି କ୍ଷେତ୍ରରେ କର୍ମଚାରୀମାନଙ୍କ ଲାଗି କଲ୍ୟାଣମୂଳକ ନୀତି ଉପସ୍ଥାପନ କରିବାରେ ଟାଟା ଷ୍ଟିଲ୍ ଅଗ୍ରଦୂତ ସାଜିଛି । ଏଥିରେ ସାମିଲ ରହିଛି ମୂଳ ଖଣି କାର୍ଯ୍ୟରେ ତୃତୀୟ ଲିଙ୍ଗର ବ୍ୟକ୍ତି (କିନ୍ନର) ଏବଂ ମହିଳାଙ୍କୁ ସାମିଲ କରାଯିବା, ତତ୍ପର କର୍ମ ମଡେଲ୍‌, ବର୍ଦ୍ଧିତ ମାତୃତ୍ୱ ଛୁଟି ଏବଂ ଏଲଜିବିଟିକ୍ୟୁ+ ସହଯୋଗୀଙ୍କ ପାଇଁ ସୁବିଧା ସୁଯୋଗ । ନିଯୁକ୍ତି, ସଂପୃକ୍ତି, ବିବିଧତା ଓ ଅନ୍ତର୍ଭୁକ୍ତୀକରଣ, ପ୍ରୋତ୍ସାହନ ଓ ମାନ୍ୟତା ଏବଂ ପ୍ରଦର୍ଶନ ପରିଚାଳନା ଆଦି କ୍ଷେତ୍ରରେ କଂପାନି ଆଗରେ ରହିଛି । ଏକ ପସନ୍ଦର ନିଯୁକ୍ତିଦାତା ହେବା ଲାଗି ଟାଟା ଷ୍ଟିଲ୍ ଅଭିଳାଷ ରଖିଥିବା ବେଳେ ଏହାର ବିବିଧ ଶ୍ରମ ଶକ୍ତିର ଆବଶ୍ୟକତାର ଯତ୍ନ ନେଉଛି ।
ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ହେଉଛି ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ସଂସ୍ଥା ଯାହା ତିନି ଦଶନ୍ଧିରୁ ଅଧିକ ସମୟ ଧରି କର୍ମକ୍ଷେତ୍ର ସଂସ୍କୃତି ଉପରେ କର୍ମଚାରୀଙ୍କ ଅନୁଭୂତି ଓ ମାନବ ସମ୍ବଳ ପରିଚାଳନା ଉପରେ ଗବେଷଣା କରୁଛି । ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ସହିତ ବିଶ୍ୱର ୬୦ରୁ ଅଧିକ ଦେଶର ୧୦,୦୦୦ରୁ ଅଧିକ ବ୍ୟବସାୟ ସହଯୋଗିତା ସ୍ଥାପନ କରିଛନ୍ତି । ପ୍ରତିବର୍ଷ ତାହା କର୍ମକ୍ଷେତ୍ର ସଂସ୍କୃତିରେ ଉନ୍ନତି ଆଣିବା ଲାଗି ଅନୁଶୀଳନ, ମାନଦଣ୍ଡ ନିର୍ଧାରଣ ଏବଂ ଆକ୍ସନ ପ୍ଲାନ୍ ଉପରେ କାର୍ଯ୍ୟ କରୁଛି ।

Share

Leave a Reply

Your email address will not be published. Required fields are marked *

seven − 7 =