ଟାଟା ଷ୍ଟିଲ୍ କଳିଙ୍ଗନଗରକୁ ସିଆଇଆଇ ଦ୍ୱାରା ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ (ସିଏଚ୍‌ଇ) ଉତ୍କର୍ଷ ପୁରସ୍କାର ପ୍ରଦାନ

କଳିଙ୍ଗନଗର: ସିଆଇଆଇର ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ (ସିଏଚ୍‌ଇ) ଉତ୍କର୍ଷ ପୁରସ୍କାର ୨୦୨୨-୨୩ରେ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ପୂର୍ବାଚଂଳର ବୃହତ ମାନୁଫାକ୍‌ଚରିଂ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ପ୍ରଥମ ଉପବିଜେତା ହୋଇଛି । ୨୦୨୩ ଅଗଷ୍ଟ ୨୨ରେ ସିଆଇଆଇ ପୂର୍ବାଚଂଳ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ୧୭ତମ ସୁରକ୍ଷା ସିମ୍ପୋଜିୟମ୍ ଓ ଏକ୍ସପୋଜିସନ୍ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ କଂପାନିର ସୁରକ୍ଷା ବିଭାଗର ମୁଖ୍ୟ ରବି ମିଶ୍ର, ପରିବେଶ ବିଭାଗର ମୁଖ୍ୟ ରାଜୁ ଅଗ୍ରୱାଲ୍‌, କୋକ୍ ପ୍ଳାଂଟ୍ ଓ ବିପିପି ବିଭାଗର ସୁରକ୍ଷା ଏରିଆ ମ୍ୟାନେଜର ସତ୍ୟମ ଶିବମ୍ ସୁନ୍ଦରମ, ସିନିଅର ରେଜିଷ୍ଟ୍ରାର ଡକ୍ଟର ଆଲୋକ ମିଶ୍ର ଏବଂ ସୁରକ୍ଷା, କମ୍ପ୍ଲିଏନ୍‌ସ ଓ ଅଡିଟ୍ ବିଭାଗର ମ୍ୟାନେଜର ସୁକାନ୍ତ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ପରିବେଶ, ସାମାଜିକ ଓ ଗଭର୍ଣ୍ଣାସ୍ (ଇଏସ୍‌ଜି) ପ୍ରଦର୍ଶନର ସାମଗ୍ରିକ ଲକ୍ଷ୍ୟ ହାସଲ କରିବା ଲାଗି ପରିବେଶ, ସ୍ୱାସ୍ଥ୍ୟ ଓ ସୁରକ୍ଷା (ଇଏଚ୍‌ଏସ୍‌) ପ୍ରଫେସନାଲ୍‌ମାନେ କିଭଳି ସଂସ୍ଥାର ବୃତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା (ଓଏଚ୍‌ଏସ୍‌) ପରିଚାଳନାକୁ ଆଗକୁ ବଢ଼ାଇପାରିବେ, ବିବିଧ ଭୂମିକାର ସହଯୋଗିତାକୁ ସମ୍ପ୍ରସାରଣ କରିପାରିବେ ଏବଂ ବ୍ୟାବହାରିକ ସଂସ୍କୃତିକୁ ବଦଳାଇପାରିବେ ତାହା ଉପରେ ବ୍ୟାପକ ଆଲୋଚନା କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ।

ଏହି ମାନ୍ୟତା ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନା ପାଇଁ ଉତ୍କର୍ଷର ବାର୍ତାବହ ଭାବେ ଦଣ୍ଡାୟମାନ ହୋଇଥିବା ବେଳେ ଏକ ସୁରକ୍ଷିତ, ଦୀର୍ଘସ୍ଥାୟୀ ଓ ପରିଚାଳନା ମୂଲ୍ୟବୋଧର ପ୍ରସାର କରିବା ଲାଗି ଏହାର ଅତୁଟ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ।

Share

Leave a Reply

Your email address will not be published. Required fields are marked *

15 + twenty =