ୱାର୍ଡୱିଜାର୍ଡ ଇନୋଭେସନ୍ସ ପକ୍ଷରୁ ଜାନୁଆରିରେ ୩୨୨୫ଟି ଇଲେକ୍ଟ୍ରିକ୍ ଦୁଇଚକିଆ ଗାଡ଼ି ଗ୍ରାହକଙ୍କୁ ହସ୍ତାନ୍ତର

ଭୁବନେଶ୍ୱର: ଜୟ ଇ-ବାଇକ୍ ନାମରେ ଦୁଇଚକିଆ ଇଲେକ୍ଟିକ୍ ଯାନ ନିର୍ମାଣ କରୁଥିବା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ୨୦୨୪ ଜାନୁଆରିରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରାଯାଇଛି । ୨୦୨୪ ଜାନୁଆରିରେ ୧୪୬ ପ୍ରତିଶତ ଅଭିବୃଦ୍ଧି ସହ କମ୍ପାନି ୩,୨୨୫ଟି ଗାଡ଼ି ଡେସ୍‌ପ୍ୟାଚ୍ କରିଛି । ଗତବର୍ଷ ଏହି ସମୟରେ କମ୍ପାନିର ଡେସ୍‌ପ୍ୟାଚ୍ ୧,୩୧୦ଟି ଗାଡ଼ି ଥିଲା ।
ଏହି ଅବସରରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ରେ୨୦୨୪ ଜାନୁଆରି ଆମ ପାଇଁ ଏକ ଚମତ୍କାର ଶୁଭାରମ୍ଭ ଥିଲା । ଆମ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସାହରେ ବୃଦ୍ଧି ଘଟିଥିବା ବେଳେ ଗତବର୍ଷ ତୁଳନାରେ ଆମ ବିକ୍ରିରେ ୧୪୬ ପ୍ରତିଶତ ଭଳି ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହି ସଫଳତା ଉତ୍କର୍ଷତା ଲାଗି ଆମ ନିରବନ୍ତର ଅନୁସନ୍ଧାନ ଓ ଇଲେକ୍ଟ୍ରିକ୍ ଯାନରେ ବିପ୍ଳବ ଆଣିବାରେ ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି । ଇଭି ଏକ ବିକଳ୍ପ ଠାରୁ ବର୍ତମାନର ଆବଶ୍ୟକତାରେ ପରିଣତ ହୋଇଛି । ଆମର ଜୟ ଇ-ବାଇକ୍ ବ୍ରାଣ୍ଡ୍ ଜରିଆରେ ଗୋଷ୍ଠୀ ସଶକ୍ତ କରିବା ଏବଂ ନବସୃଜନକୁ ଆମେ ଜାରି ରଖିଥିବା ବେଳେ ଆମେ ଗମନାଗମନ ପାଇଁ ଏକ ସବୁଜ ଓ ଅଧିକ ସ୍ଥାୟୀ ଭବିଷ୍ୟତର ମିଳିତ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ ।”
ଉଲ୍ଲେଖନୀୟ ବିକ୍ରି ସଂଖ୍ୟା ସହିତ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୪ରେ ୱାର୍ଡୱିଜାର୍ଡ ଇନୋଭସେନ୍ସ ଆଣ୍ଡ୍ ମୋବିଲିଟି ଏହାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଛି । ଏକ୍ସପୋରେ କମ୍ପାନି ଏହାର ପ୍ରଥମ ହାଇଡ୍ରୋଜେନ ଶକ୍ତି ଚାଳିତ ଇଲେକ୍ଟ୍ରିକ୍ ଯାନର ନମୁନା ଓ ବର୍ତମାନର ମଡେଲ୍‌ଗୁଡ଼ିକୁ ପ୍ରଦର୍ଶନ କରିଥିଲା ଯେଉଁଥିରେ ସାମିଲ ଥିଲା ହାଇ ଓ ଲୋ ସ୍ପିଡ୍ ମଡେଲ୍ ଏବଂ ଜୟ ଇ-ରିକ୍ ବ୍ରାଣ୍ଡ୍ ନାମରେ ତିନିଚକିଆ ଇଲେକ୍ଟ୍ରିକ୍ ଯାନ ।

Share

Leave a Reply

Your email address will not be published. Required fields are marked *

18 + 2 =