ରାଜ୍ୟ

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଜୟନ୍ତୀ । ଏହି ଅବସରରେ ମହାନ୍ ଯୁଗପୁରୁଷଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗାନ୍ଧୀଜୀ କେବଳ ଭାରତକୁ ସ୍ଵାଧୀନତା ଦେଇନଥିଲେ, ବରଂ ସାରା ବିଶ୍ଵକୁ ନୈତିକତା, ସତ୍ୟାଗ୍ରହ ଓ ଅସହଯୋଗ ପରି ନୂଆ ଦିଗଦର୍ଶନ ପ୍ରଦାନ କରିଥିଲେ ।

ମହାତ୍ମା ଗାନ୍ଧୀଙ୍କର ମୁଖ୍ୟ ସ୍ଵପ୍ନ ଥିଲା—ସମାଜରେ ଶେଷ ଧାଡ଼ିରେ ଥିବା ବ୍ୟକ୍ତି କିଭଳି ଭାବରେ ସମ୍ପୂର୍ଣ୍ଣ ଭାବରେ ସେବା ପାଇପାରିବ । ଏଥି ସହିତ ସେ ସ୍ଵଚ୍ଛତା ଏବଂ ସ୍ଵଦେଶୀକୁ ମଧ୍ୟ ଅଧିକ ଗୁରୁତ୍ଵ ଦେଉଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଵଚ୍ଛତା ଆଜି ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ସ୍ଵଦେଶୀ ମନ୍ତ୍ର ଆଜି ଆତ୍ମନିର୍ଭର ଭାରତ ଗଢ଼ିବାରେ ସହାୟକ ହେଉଛି ।

ସମାଜର ଶେଷ ଧାଡ଼ିର ବ୍ୟକ୍ତି ପାଖରେ ବିକାଶ ପହଞ୍ଚାଇବା ପାଇଁ ମୋଦୀଜୀ ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଯୋଜନା । ଏହା ମାଧ୍ୟମରେ ଗରିବ ଜନସାଧାରଣଙ୍କୁ ସଶକ୍ତ କରିବା ପାଇଁ ଜନକଲ୍ୟାଣକାରୀ ବିଭିନ୍ନ ପଦକ୍ଷେପମାନ ସେ ଗ୍ରହଣ କରି କାର୍ଯ୍ୟକାରୀ କରାଉଛନ୍ତି । ଗାନ୍ଧୀଜୀଙ୍କର ସତ୍ୟ ଓ ଅହିଂସା ଏବଂ ଶାସ୍ତ୍ରୀଜୀଙ୍କର କର୍ମନିଷ୍ଠା ଓ ନିସ୍ଵାର୍ଥପର ଦେଶସେବାକୁ ଆଦର୍ଶ ରୂପେ ଗ୍ରହଣ କରି ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନ କରିବା ଦିଗରେ ଆମର ଉଦ୍ୟମ ସର୍ବଦା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

19 − two =