ଅକୁମ୍‌ସ ଡ୍ରଗ୍‌ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଅକୁମ୍‌ସ ଡ୍ରଗ୍‌ସ ଆଣ୍ଡ୍ ଫାର୍ମାସ୍ୟୁଟିକାଲ୍‌ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ(ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
ଏଫ୍‌ଆଣ୍ଡ୍‌ଏସ୍ ରିପୋର୍ଟ ଅନୁସାରେ ୨୦୨୩ ଆର୍ଥିକ ବର୍ଷରେ ରାଜସ୍ୱ, ଉତ୍ପାଦନ କ୍ଷମତା ଓ କ୍ଲାଏଂଟ୍ ଦୃଷ୍ଟିରୁ ଏହା ହେଉଛି ଭାରତର ସର୍ବବୃହତ ଫାର୍ମାସ୍ୟୁଟିକାଲ୍ କଂଟ୍ରାକ୍ଟ ବିକାଶ ଓ ମାନୁଫାକ୍‌ଚରିଂ କମ୍ପାନି ।
ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ କମ୍ପାନି ବଜାରରୁ ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି । ଏହି ଅଫରରେ କମ୍ପାନି ୬୮୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୧୮,୫୯୮,୩୬୫ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଇସୁୃ୍ୟରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ୧. କମ୍ପାନି ଓ ଏହାର ସହାୟକ କମ୍ପାନିର କିଛି ଋଣକୁ ପରିଶୋଧ/ ଆଗୁଆ ପରିଶୋଧ କରିବା ଏବଂ ୨. କମ୍ପାନିର ବର୍ଦ୍ଧିତ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା, ୩. ଅଧିଗ୍ରହଣ ଜରିଆରେ ଅଭିବୃଦ୍ଧି ବଢ଼ାଇବା ଏବଂ ୪. ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ଯୋଜନା ରଖିଛି ।
ଅଫର ଫର ସେଲ୍‌ରେ ସନ୍ଦୀପ ଜୈନଙ୍କ ପକ୍ଷରୁ ୨,୧୪୫,୯୬୫ ଇକ୍ୱିଟି ସେୟାର ଏବଂ ରୁବି କ୍ୟୁସି ଇନଭେଷ୍ଟମେଂଟ୍ ହୋଲ୍‌ଡିଂସ୍ ପିଟିଇ ଲିମିଟେଡ ପକ୍ଷରୁ ୧୪,୩୦୬,୪୩୫ ଇକ୍ୱିଟି ସେୟାର ବିକ୍ରି କରାଯିବ ।
କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ଆମ୍ବିଟ୍ ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

six + 13 =