ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକ ଡିଜିଟାଲ୍ ରୁପି ଆପ୍‌କୁ ବ୍ୟବହାର କରି ମର୍ଚାଂଟ୍ କ୍ୟୁଆର୍ କୋଡ୍‌ରେ ପେମେଂଟ୍ କରିପାରିବେ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର କୋଟି କୋଟି ଗ୍ରାହକ ବ୍ୟାଙ୍କର ଡିଜିଟାଲ୍ ରୁପି ଆପ୍ “ଡିଜିଟାଲ୍ ରୁପି ବାଏ ଆଇସିଆଇସିଆଇ ବ୍ୟାଙ୍କ”କୁ ବ୍ୟବହାର କରି ମର୍ଚାଂଟ୍ କ୍ୟୁଆର୍ କୋଡ୍‌ରେ ପେମେଂଟ୍ କରିପାରିବେ । ଡିଜିଟାଲ୍ ରୁପି ଆପ୍ ୟୁପିଆଇକୁ ଇଂଟରଅପରେବଳ୍ କରି କଂପାନି ଏହା ସମ୍ଭବ କରିପାରିଛି ।
ଏହି ସମନ୍ୱୟ ଦ୍ୱାରା ମର୍ଚାଂଟ୍ ଆଉଟ୍‌ଲେଟ୍‌ରେ ଥିବା ୟୁପିଆଇ କ୍ୟୁଆର୍ କୋଡ୍‌କୁ ସ୍କାନ୍ କରି ଗ୍ରାହକମାନେ ଡିଜିଟାଲ୍ ରୁପି ଆପ୍ ଜରିଆରେ ପେମେଂଟ୍ କରିପାରିବେ । ସେହି ସମୟରେ ମର୍ଚାଂଟ୍‌ମାନେ ୟୁପିଆଇ କ୍ୟୁଆର୍ କୋଡ୍ ଜରିଆରେ ଡିଜିଟାଲ୍ ରୁପି ଗ୍ରହଣ କରିପାରିବେ ।
ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ରୁପି ଆପ୍‌ରେ ୟୁପିଆଇ ଇଂଟରଅପରେବିଲିଟି ଗ୍ରାହକମାନଙ୍କୁ ସୁବିଧା ପ୍ରଦାନ କରିବ । ଏହା ଡିଜିଟାଲ୍ ରୁପି ବ୍ୟବହାର ବ୍ୟାପକତାକୁ ବଢ଼ାଇବ । ୨୦୨୨ ଡିସେମ୍ବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଡିଜିଟାଲ୍ ରୁପିକୁ ନେଇ ଆରମ୍ଭ କରାଯାଇଥିବା ପ୍ରଥମ ପରୀକ୍ଷଣରେ ଆଇସିଆଇସିଆଇ ବ୍ୟାଙ୍କୁ ସାମିଲ ହେବା ଲାଗି ଚୟନ କରାଯାଇଥିଲା ।
ଏହି ଅଭିଯାନ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର ମର୍ଚାଂଟ୍ ଇକୋସିଷ୍ଟମ୍ ମୁଖ୍ୟ ଶ୍ରୀ ବିଜିତ ଭାସ୍କର କହିଛନ୍ତିଯେ, “ଆଇସିଆଇସିଆଇ ବ୍ୟାଙ୍କରେ ଆମେ ଆମ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ, ଅଭିନବ, ଡିଜିଟାଲ୍ ବ୍ୟାଙ୍କିଙ୍ଗ ସମାଧାନ ପ୍ରଦାନ କରିବାକୁ ଉଦ୍ୟମ କରୁଛୁ । ଆମ ଡିଜିଟାଲ୍ ରୁପି ଆପ୍ “ଡିଜିଟାଲ୍ ରୁପି ବାଏ ଆଇସିଆଇସିଆଇ ବ୍ୟାଙ୍କ’ର ନୂଆ ସୁବିଧା ଗ୍ରାହକମାନଙ୍କୁ ମର୍ଚାଂଟ୍ କ୍ୟୁଆର୍ କୋଡ୍‌ରେ ପେମେଂଟ୍ କରିବାରେ ସକ୍ଷମ କରିବ ଯାହା ଫଳରେ ପେମେଂଟ୍ ମାଧ୍ୟମ ଆହୁରି ବ୍ୟାପକ ହୋଇପାରିବ । ଡିଜିଟାଲ୍ ଇଣ୍ଡିଆ ଆଡ଼କୁ ଅଗ୍ରସର ହେବାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାରେ ଅଂଶଗ୍ରହଣ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ ।’’
ଆମର ବିଶ୍ୱାସ ରହିଛି ଯେ ଏହି ଅଭିଯାନ ଭାରତରେ ଡିଜିଟାଲ୍ ପେମେଂଟ୍‌ର ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଆଣିବ ଏବଂ ଗ୍ରାହକମାନଙ୍କ ମଧ୍ୟରେ ଡିଜିଟାଲ୍ ମୁଦ୍ରା ଗ୍ରହଣୀୟତାର ପ୍ରସାର କରିବ ଏବଂ ଡିଜିଟାଲ୍ ମୁଦ୍ରା ଜରିଆରେ କାରବାର ପରିମାଣ ବଢ଼ାଇବା ପ୍ରତି ଯୋଗଦାନ ପ୍ରଦାନ କରିବ ।
ଡିଜିଟାଲ୍ ରୁପି ବାଏ ଆଇସିଆଇସିଆଇ ବ୍ୟାଙ୍କ ଆପ୍‌ରେ ଶୀଘ୍ର ପେମେଂଟ୍ କରିବା ପାଇଁ ଆପ୍ ଷ୍ଟୋର୍ କିମ୍ବା ପ୍ଲେ ଷ୍ଟୋର୍ ଖୋଲି ଡିଜିଟାଲ ରୁପି ବାଏ ଆଇସିଆଇସିଆଇ ବ୍ୟାଙ୍କର ସଦ୍ୟତମ ଭର୍ସନକୁ ଅପ୍‌ଡେଟ୍ କରନ୍ତୁ । ଏହା ପରେ ଆପ୍‌ରେ ଲଗ୍ ଇନ୍ କରି ସ୍କାନ୍ କ୍ୟୁଆର୍ କୋଡ୍ ବିକଳ୍ପ ଚୟନ କରନ୍ତୁ ଏବଂ ମର୍ଚାଂଟ୍‌ଙ୍କ ୟୁପିଆଇ କ୍ୟୁଆର୍ କୋଡ୍ ସ୍କାନ୍ କରନ୍ତୁ । ପେମେଂଟ୍ କରିବାକୁ ଥିବା ରାଶି ଦାଖଲ କରି ପିନ୍ ଦିଅନ୍ତୁ । ଆପଣଙ୍କ ପେମେଂଟ୍ ସମ୍ପାଦିତ ହେବ । ଡିଜିଟାଲ ରୁପି ବାଏ ଆଇସିଆଇସିଆଇ ବ୍ୟାଙ୍କ ଆପ୍ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଡିଭାଇସ୍ ପାଇଁ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

15 − one =