ଟାଟା ଷ୍ଟିଲ୍ କଳିଙ୍ଗନଗରରେ ମାସବ୍ୟାପୀ ‘କ୍ୱାଲିଟି ମାସ’ ଉତ୍ସବ ଆରମ୍ଭ

କଳିଙ୍ଗନଗର: ‘ଗୁଣବତା’ କେବଳ କୌଣସି ଉତ୍ପାଦ, ପ୍ରକ୍ରିୟା କିମ୍ବା ବ୍ୟବସ୍ଥାରେ ସୀମିତ ନୁହେଁ ବରଂ ପ୍ରତ୍ୟେକ କାର୍ଯ୍ୟରେ ପ୍ରଦର୍ଶିତ ହେଉଥିବା ବିଶ୍ୱାସକୁ ଦୃଢ଼ କରିବା ପାଇଁ ଯାଜପୁର ଜିଲ୍ଲା ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ୍ କଳିଙ୍ଗନଗରଠାରେ ମାସବ୍ୟାପୀ ‘କ୍ୱାଲିଟି ମାସ’ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି ।

ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗର(ଟିଏସ୍‌କେ)ର ଉପାଧ୍ୟକ୍ଷ (ଅପରେସନ) ରାଜୀବ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍‌କେର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କର୍ମଚାରୀମାନଙ୍କୁ ସମ୍ବୋଧିତ କରି ରାଜୀବ କୁମାର ସିଧାସଳଖ କାର୍ଯ୍ୟସ୍ଥଳୀରେ ସମୀକ୍ଷା ବା ‘ଗେମ୍ବା’ ସଂସ୍କୃତି ଉପରେ ଗୁରୁତ୍ୱାରୋପ କରିବା ସହ ଗୁଣାତ୍ମକ ମାସ କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କୁ ଅଂଶଗ୍ରହଣ ପାଇଁ ଅନୁରୋଧ କରିଥିଲେ ।

ଟାଟା ଷ୍ଟିଲ୍‌ର କ୍ୱାଲିଟି ଏକ୍ସଲେନ୍ସର ଚମତ୍କାର ଅଭିବୃଦ୍ଧି ଯାତ୍ରା ପ୍ରତ୍ୟେକ ସ୍ତରରେ କର୍ମଚାରୀଙ୍କ ସମ୍ପୃକ୍ତି ସଂସ୍କୃତିର ଏକ ମଜଭୁତ ଭିତିଭୂମି ଉପରେ ନିର୍ମିତ ହୋଇଛି । ଏକାଧିକ ଡିଜିଟାଲ ପଦକ୍ଷେପର ଅଟୋମେସନ୍ ଏବଂ କାର୍ଯ୍ୟକାରିତା ଶପ୍‌-ଫ୍ଲୋର ସ୍ତରରେ ମଧ୍ୟ କାର୍ଯ୍ୟର ଦକ୍ଷତା ବୃଦ୍ଧି କରିଛି ।

ଏହି ଦିଗଉପରେ ଅଧିକ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଗୁଣାତ୍ମକ ମାସର ବିଷୟବସ୍ତୁ “ଗେମ୍ବା କେନ୍ଦ୍ରିତ ଉତ୍କର୍ଷତା”କୁ ଚୟନ କରାଯାଇଛି । ଏହା ପରିଚାଳକ ଏବଂ ନେତୃବୃନ୍ଦମାନଙ୍କୁ ପ୍ରକୃତ କାର୍ଯ୍ୟ ପ୍ରକ୍ରିୟାକୁ ନିରୀକ୍ଷଣ କରିବା, କର୍ମଚାରୀ / ଚୁକ୍ତିଭିିତିକ କର୍ମଚାରୀଙ୍କ ସହ ଜଡିତ ହେବା, କାର୍ଯ୍ୟ ପ୍ରକ୍ରିୟା ବିଷୟରେ ଜ୍ଞାନ ହାସଲ କରିବା ଏବଂ ଆମର ଉତ୍କର୍ଷ ଯାତ୍ରାକୁ ଆଗକୁ ବଢ଼ାଇବା ସହିତ ନିରନ୍ତର ଉନ୍ନତି ପାଇଁ ସୁଯୋଗ ଖୋଜିବାକୁ ଉତ୍ସାହିତ କରେ ।

ଗୁଣାତ୍ମକ ମାସ ପାଳନର ଏକ ଅଂଶ ଭାବରେ, କୁଇଜ, ପରାମର୍ଶ ମେଳା, କ୍ରସ-ଲର୍ଣ୍ଣିଂ ଭ୍ରମଣ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଇତ୍ୟାଦି ଭଳି ଗେମ୍ବା ବିଷୟବସ୍ତୁ ଉପରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରାଯାଇଛି ।

କ୍ୱାଲିଟି ମାସ ହେଉଛି ନଭେମ୍ବର ମାସରେ ପାଳନ କରାଯାଉଥିବା ଏକ ବାର୍ଷିକ ଉତ୍ସବ ଯାହା ବିଭିନ୍ନ ଶିଳ୍ପରେ ଅନୁଷ୍ଠାନଗୁଡିକରେ ଗୁଣବତା ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ପାଳନ କରାଯାଏ । ଏହି ମାସରେ, ବିଶ୍ୱବ୍ୟାପୀ ବ୍ୟବସାୟ ଏବଂ ସଂଗଠନଗୁଡିକ ଏକାଠି ହୋଇ ସର୍ବୋତମ ଅଭ୍ୟାସ ବାଂଟିବା, ଉପଲବ୍ଧି ପାଳନ କରିବା ଏବଂ ଗୁଣାତ୍ମକ ପରିଚାଳନାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରନ୍ତି ।

Share

Leave a Reply

Your email address will not be published. Required fields are marked *

one × 3 =