ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

କଳିଙ୍ଗନଗର: ଗୁରୁବାର ଦିନ ଟାଟା ଷ୍ଟିଲ କଳିଙ୍ଗନଗରର ପ୍ରକଳ୍ପ କେନ୍ଦ୍ର ୧ରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡିଶା ରକ୍ତ କେନ୍ଦ୍ର ସହଯୋଗରେ ଟାଟା ଷ୍ଟିଲ କଳିଙ୍ଗନଗରର ଇଞ୍ଜିନିୟରିଂ ଟିମ ଏବଂ ପ୍ରକଳ୍ପ ପକ୍ଷରୁ ଆୟୋଜିତ ରକ୍ତଦାନ ଅଭିଯାନରେ ମୋଟ ୧୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ଟାଟା ଷ୍ଟିଲ ଏବଂ ବିଭିନ୍ନ ଭେଣ୍ଡରର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବାକୁ ଦିନସାରା ଧାଡ଼ି ବାନ୍ଧିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟାଟା ଷ୍ଟିଲ୍ କଳିଙ୍ଗନଗର ନିୟମିତ ଭାବରେ ଏହିପରି ରକ୍ତଦାନ ଶିବିରର ଆୟୋଜନ କରିଥାଏ ।

Share

Leave a Reply

Your email address will not be published. Required fields are marked *

7 + eighteen =