ପୁରୀ ରଥଯାତ୍ରା ସମୟରେ ଟିପିସିଓଡିଏଲ୍ର ସୌର ସଚେତନତା ଷ୍ଟଲ୍ରେ ଜମୁଛି ଭିଡ଼
ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ରଥଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିର ପାଖରେ ଖୋଲାଯାଇଥିବା ସୌର ସଚେତନତା ଶିବିରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି। ସ୍ୱଚ୍ଛ ଉର୍ଜା ପାଇଁ ବିଭିନ୍ନ ପଦକ୍ଷେପ ଏବଂ ଉପଭୋକ୍ତା – କୈନ୍ଦ୍ରିକ ବିଦ୍ୟୁତ୍ ସେବା ସମ୍ପର୍କରେ ତଥ୍ୟ ପାଇବା ପାଇଁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଏହି ଶିବିରକୁ ଆସୁଛନ୍ତି।
ଏହି ଷ୍ଟଲ୍ଟି ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରୁଛି, ଯେଉଁଥିରେ ରୁଫଟପ୍ ସୋଲାର ସ୍ଥାପନର ଲାଭ, ସରକାରୀ ସବସିଡି ଏବଂ ସରଳ ଆବେଦନ ପ୍ରକ୍ରିୟା ଉପରେ ଆଲୋକପାତ କରାଯାଉଛି। ଏହା ସହିତ ନିରାପଦ, ସ୍ମାର୍ଟ ଏବଂ ସୁବିଧାଜନକ ବିଦ୍ୟୁତ୍ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଡିଜିଟାଲ୍ ବିଲ୍ ପେମେଣ୍ଟ, ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ମିଳୁଥିବା ରିହାତି ଓ ପ୍ରୋତ୍ସାହନ, ସ୍ମାର୍ଟ ମିଟରର ଲାଭ ଏବଂ ବୈଦ୍ୟୁତିକ ସୁରକ୍ଷା ବିଷୟରେ ମଧ୍ୟ ଦର୍ଶକମାନଙ୍କୁ ସଚେତନ କରାଯାଉଛି।
ଏହି ପଦକ୍ଷେପ ମାଧ୍ୟମରେ, ଟିପିସିଓଡିଏଲ୍ ନାଗରିକମାନଙ୍କ ସହ ଯୋଡ଼ି ହେଉଛି, ଯାହା ଅକ୍ଷୟ ଶକ୍ତି, ଡିଜିଟାଲ୍ ସେବା ଏବଂ ସୁରକ୍ଷିତ ବିଦ୍ୟୁତ୍ ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହିତ ଭାରତର ସ୍ୱଚ୍ଛ, ସୁଲଭ ଏବଂ ଦୀର୍ଘସ୍ଥାୟୀ ଶକ୍ତି ଭବିଷ୍ୟତର ପରିକଳ୍ପନାକୁ ସମର୍ଥନ କରୁଛି।

