୧୦ରେ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା
୧୦ରେ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା । ନେଇପାରେ ଗଭୀର ଅବପାତର ରୂପ । ୧୩ ଜିଲ୍ଲାରେ ପ୍ରବଳ ବର୍ଷା । ଏବେ ସକାଳ ୮ଟା ପରେ ମାଡ଼ି ଆସୁଛି ଖରା । ୧୦ଟା ବେଳକୁ ଟାଣ ଖରା । ଦେହ ତତାଇ ଦେଉଛି । ଦିନ ଯେତିକି ବଢୁଛି, ଖରା ସେତିକି ବଢ଼ି ଚାଲିଛି । ତାତି ଓ ଗୁଳୁଗୁଳି ନାକେଦମ୍ କରିଛି । ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୭ ଡିଗ୍ରୀ ଛୁଇଁଛି । ଅଧିକାଂଶ ସ୍ଥାନରେ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଖରାଦିନ ଭଳି ଗରମ ଅନୁଭୂତ ହେଉଛି । ତେବେ ଏଥିରୁ ମିଳିବ ଆଶ୍ବସ୍ତି ।
ଆସନ୍ତା ୯ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିପାରେ ।ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। ୧୦ ଓ ୧୧ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୧୦ରୁ ବର୍ଷା ବଢ଼ିବ। ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି । ୯ ତାରିଖରେ ବାଲେଶ୍ଵର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି ।

