୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ (Community Partners) ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଲୋକସେବା ଭବନରେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାମାନଙ୍କ ସଫଳତାରେ ମୁଁ ଖୁସି। ଆପଣମାନଙ୍କ ଆତ୍ମବିଶ୍ବାସ ହି ମିଶନ ଶକ୍ତିକୁ ନଂ୧ କରିଛି। ମା’ମାନେ ବହୁତ ଭଲ କାମ କରୁଛନ୍ତି ତାହାକୁ ଜାରି ରଖନ୍ତୁ । ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମୁଁ ଯାଉଛି, ମିଶନ ଶକ୍ତିର ମା’ ମାନଙ୍କୁ ଭେଟୁଛି। ନବୀନ ନିବାସକୁ ମା’ ମାନେ ଆସି ମୋତେ ଭେଟୁଛନ୍ତି। ମା’ମାନଙ୍କ ସଫଳତା ବହୁତ ଖୁସି ଦେଉଛି, ମା’ ମାନଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ମିଶନ ଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି । ବିଭିନ୍ନ ସହରରେ ମା’ ମାନେ ଅନେକ ଦାୟିତ୍ୱ ନେଇଛନ୍ତି । ମା’ ମାନେ କରୁଥିବା କାମରେ ସମସ୍ତେ ଖୁସି । ମା’ ମାନେ ଯେପରି ସୁବିଧାରେ ଦାୟିତ୍ୱ ପାଳନ କରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି। ୮୦୦୦ରୁ ଅଧିକ ମା’ ମାନେ ସାଇକେଲ ପାଇବେ। ଏହାଦ୍ୱାରା ମା’ ମାନଙ୍କର କାମ ସହଜ ହେବ। ଓଡ଼ିଶା ସରକାରର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ମା’ ମାନଙ୍କୁ ୧୦୦ କୋଟି ଟଙ୍କାର ଇନସେନଟିଭ ଦେଇଛି। ଓଡ଼ିଶା ଏବେ ବିଶ୍ୱସ୍ତରରେ ନାଁ କମାଇଛି। ଆଉ ଏଥିରେ ମିଶନ ଶକ୍ତି ମା’ ମାନଙ୍କର ଯଥେଷ୍ଟ ଅବଦାନ ରହିଛି। ଭଲ କାମ କରି ଓଡ଼ିଶାର ସମ୍ମାନ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

five × 4 =