ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ନୂଆ ବ୍ରାଣ୍ଡ୍ ପରିଚୟ ଓ ବିମାନ ଲିଭରିର ଶୁଭାରମ୍ଭ

ଭୁବନେଶ୍ୱର: ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ନୂଆ ମିଳିତ ବ୍ରାଣ୍ଡ୍ ପରିଚୟ “ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌’କୁ ନୂଆ ବୋଇଙ୍ଗ ବି୭୩୭-୮ ବିମାନରେ ଉନ୍ମୋଚନ କରାଯାଇଛି ।

ବିମାନକୁ ଉଜ୍ଜଳ ରଙ୍ଗ ସହ ସ୍ପଷ୍ଟ ଭାବେ ଏହି ଭାବକୁ ଉପସ୍ଥାପନ କରାଯାଇଛି । ସ୍ଥାନ, ବ୍ୟକ୍ତି ଓ ସଂସ୍କୃତି ଭିନ୍ନ ସସମ୍‌ତଙ୍କୁ ସମାନ ଦୃଷ୍ଟିରେ, ଯିଏ ଯେଉଁଭଳି ସେହି ଭଳି ଢଙ୍ଗରେ ବିମାନରେ ଯାତ୍ରା କରିବାକୁ କଂପାନି ଯାତ୍ରୀମାନଙ୍କୁ ଆମନ୍ତ୍ରଣ କରିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଅଧ୍ୟକ୍ଷ କ୍ୟାମ୍ପ୍‌ବେଲ୍ ୱିଲ୍‌ସନ୍ ଓ ପରିଚାଳନା ନିର୍ଦ୍ଦେଶକ ଆଲୋକ ସିଂହ ନୂଆ ବ୍ରାଣ୍ଡ୍ ପରିଚୟ, ଲୋଗୋ ଓ ବିମାନ ଲିଭେରିକୁ ଉନ୍ମୋଚନ କରିଛନ୍ତି । କଂପାନି ପାଖରେ ୫୮ଟି ବିମାନ ରହିଛି ।

ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଅଧ୍ୟକ୍ଷ କ୍ୟାମ୍ପ୍‌ବେଲ୍ ୱିଲ୍‌ସନ୍ କହିଛନ୍ତି ଯେ, “ଏୟାର ଇଣ୍ଡିଆ ଏକ୍‌ପ୍ରେସ୍ ଓ ଏୟାର ଏସିଆ ଇଣ୍ଡିଆର ମିଶ୍ରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଥିବା ବେଳେ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ରୂପାନ୍ତର ଘଟୁଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ନୂଆ ବ୍ରାଣ୍ଡ୍ ପରିଚୟକୁ ଉନ୍ମୋଚନ କରି ଆମେ ବେଶ ଆନନ୍ଦିତ, ଯାହା ନୂଆ ଏୟାର ଇଣ୍ଡିଆ ଗ୍ରୁପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ପ୍ରତିଟି ଭାରତୀୟଙ୍କୁ ଶ୍ରେଷ୍ଠ ମୂଲ୍ୟ, ଡୋମେଷ୍ଟିକ୍ ଓ ଆଂଚଳିକ ସଂଯୋଗ ପ୍ରଦାନ କରିବ ଏବଂ ଏକ ନୂଆ ପିଢ଼ିର ଏୟାରଲାଇନ୍ସରେ ପରିଣତ ହେବ । ବ୍ୟାପକ ଲକ୍ଷ୍ୟ ହେଉଛି ଭାରତ ଓ ଭାରତୀୟଙ୍କୁ ଉତମ ସଂଯୋଗ ପ୍ରଦାନ କରି ଦୁନିଆକୁ ଯୋଡ଼ିବା ।”

ଏହି ଅବସରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ପରିଚାଳନା ନିର୍ଦ୍ଦେଶକ ଆଲୋକ ସିଂହ କହିଛନ୍ତି ଯେ, “ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାର ଏସିଆ ଇଣ୍ଡିଆ ମିଳିତ ଭାବେ ଆଧୁନିକ ଓ ସଚେଜ ବ୍ରାଣ୍ଡିଂ ସହ ନୂଆ ଭାରତର ସ୍ମାର୍ଟ ସଂଯୋଗ ପ୍ରଦାନକାରୀ ଭାବେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ନାମରେ ପରିଚାଳିତ ହେବ । ଆମର ଅଭିଳାଷପୂର୍ଣ୍ଣ ଅଭିବୃଦ୍ଧି ଓ ରୂପାନ୍ତରଣ ଯାତ୍ରାରେ ଏହି ବ୍ରାଣ୍ଡ୍ ଶୁଭାରମ୍ଭ ଏକ ନୂଆ ଅଧ୍ୟାୟ ଯାହାକୁ ୮ଟି ଇନ୍ଧନ ମିତବ୍ୟୟୀ ବୋଇଙ୍ଗ ବି୭୩୭ ବିମାନକୁ ସାମିଲ କରି ଆରମ୍ଭ କରାଯାଇଛି । ଆସନ୍ତା ୧୫ ମାସ ଭିତରେ ୫୦ଟି ବିମାନ ସାମିଲ କରିବାକୁ ଯୋଜନା ରହିଥିବା ବେଳେ ଅଳ୍ପ ସମୟ ଭିତରେ ଆମେ ସଂଖ୍ୟା ଦ୍ୱିଗୁଣିତ କରିବୁ । ଆସନ୍ତା ୫ ବର୍ଷ ଭିତରେ ୧୭୦ଟି ଅଣଓସାରିଆ ବିମାନ ଫ୍ଲିଟ୍ ସହ ଭାରତରେ ଡୋମେଷ୍ଟିକ୍ ଓ ଅଳ୍ପ ଦୂରତାର ଆନ୍ତର୍ଜାତିକ ବଜାରକୁ ଯୋଡ଼ିବୁ । ସ୍ୱତନ୍ତ୍ର ପରମ୍ପରାକୁ ବଜାୟ ରଖି ବିମାନ ଲିଭେରିର ଡିଜାଇନ୍ ଦେଶର ସମୃଦ୍ଧ କଳା ଓ ଐତିହ୍ୟ “ଭାରତର ରୂପରେଖ”ରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି ।’’

Share

Leave a Reply

Your email address will not be published. Required fields are marked *

two × three =