ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ଗୋଆରେ ଇଞ୍ଜିନିୟର ଓ ସ୍ଥପତି ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ପାଟ୍‌ନାର ଚ୍ୟାନେଲ୍ ପାର୍ଟନର ଷ୍ଟିଲ୍ ଟ୍ରେଡର୍ସ ପକ୍ଷରୁ ଗୋଆରେ ଆୟୋଜିତ ଇଞ୍ଜିନିୟର ଓ ସ୍ଥପତି ସମ୍ମିଳନୀରେ ରୁଙ୍ଗଟା ଷ୍ଟିଲ୍ ଲିମିଟେଡ୍‌ର ବ୍ରାଣ୍ଡ୍ ରୁଙ୍ଗଟା ଷ୍ଟିଲ ଅଂଶଗ୍ରହଣ କରିଥିଲା ।
ଗୋଆର କାଲାଙ୍ଗୁଟେରେ ଥିବା ବିହାମୋ ବାଏ ଷ୍ଟୋର୍କରେ ମାର୍ଚ୍ଚ ୧୫ ଓ ୧୬ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାର ଲକ୍ଷ୍ୟ ଥିଲା ନିର୍ମାଣ ଶିଳ୍ପର ସଦ୍ୟତମ ଧାରା ଉପରେ ଆଲୋଚନା କରିବା ଲାଗି ରାଜ୍ୟର ସବୁଠୁ ପ୍ରଭାବଶାଳୀ ଇଞ୍ଜିନିୟର ଓ ସ୍ଥପତିମାନଙ୍କୁ ଏକଜୁଟ କରିବା ।
ନେଟ୍‌ୱର୍କ ସ୍ଥାପନ କରିବା ଏବଂ ନିଜ ଅଭିଜ୍ଞତା ଓ ବିଶେଷତାକୁ ବାଂଟିବା ଲାଗି ଏହି ସମ୍ମିଳନୀ ଅଂଶଗ୍ରହଣକାରୀମାନଙ୍କୁ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଥିଲା । ଏହି ଦୁଇ ଦିନିଆ ସମ୍ମିଳନୀରେ ରୁଙ୍ଗଟା ଷ୍ଟିଲ୍‌ର ଏଫ୍‌ଇ୫୫୦ଡି ଟିଏମ୍‌ଟି ବାର୍ ବ୍ୟବହାରର ଲାଭ ଏବଂ ପ୍ରଯୁକ୍ତି, ନବସୃଜନ, ନିରନ୍ତରତା ଉପରେ ଆଲୋଚନା ହୋଇଥିଲା ।
ଏହି କାଯ୍ୟକ୍ରମ ସମ୍ପର୍କରେ କଂପାନିର ବରିଷ୍ଠ ମହାପ୍ରବନ୍ଧକ ଏବଂ ବିକ୍ରି ଓ ମାର୍କେଟିଂ ମୁଖ୍ୟ (ଟିଏମ୍‌ଟି) ଅରବିନ୍ଦ କୁମାର କହିଛନ୍ତି ଯେ, “ଆମର ଚ୍ୟାନେଲ୍ ପାର୍ଟନର ଷ୍ଟିଲ ଟ୍ରେଡର୍ସ ଏବଂ ସ୍ଥପତି ଇଞ୍ଜିନିୟର ଯେଉଁମାନେ ଆମ ପୋର୍ଟଫୋଲିଓରେ ଥିବା ଉତ୍ପାଦର ପ୍ରଥମ ଅନୁଭୂତି ହାସଲ କରନ୍ତି ସେମାନଙ୍କ ସହ ହାତ ମିଳାଇବା ଅତ୍ୟନ୍ତ ଖୁସିର ବିଷୟ । ଏକ ନିଦିଷ୍ଟ କଂପାନି ଓ ଶିଳ୍ପ ଭାବେ ମିଳିତ ଲକ୍ଷ୍ୟ ହାସଲ କରିପାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ମୂଲ୍ୟବୋଧ ଓ ଲକ୍ଷ୍ୟ ଆଣିଥାନ୍ତି । ଏହି ବର୍ଦ୍ଧିତ ଶଇଳ୍ପ ପେସାଦାରମାନଙ୍କ ସହ ନେଟୱର୍କ ଓ ସହଯୋଗିତା ସ୍ଥାପନ କରିବା ଲାଗି ଏହି ସମ୍ମିଳନୀ ରୁଙ୍ଗଟା ଷ୍ଟିଲ୍ ପାଇଁ ଏକ ଉଲ୍ଲେଖନୀୟ ସୁଯୋଗ ଥିଲା ଯାହା ଭବିଷ୍ୟତ ସହଯୋଗିତାର ଆକର୍ଷଣୀୟ ସମ୍ଭାବନା ପ୍ରଦାନ କରୁଛି ଏବଂ ଆମ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଲାଗି ଏକ ଦୃଢ଼ ମୂଳଦୁଆ ସ୍ଥାପନ କରୁଛି ।’’
ଏହି ସ୍ଥପତି ଓ ଇଞ୍ଜିନିୟର ସମ୍ମିଳନୀରେ ବିହାରର ନିର୍ମାଣ ଶିଳ୍ପର ୨୦ ପ୍ରଭାବଶାଳୀମାନଙ୍କ ଏକ ଦଳ ଅଂଶଗ୍ରହଣ କରିଥିଲା ।
ଇିହାରର ନିର୍ମାଣ ଶିଳ୍ପ ଓ ଭାରତର ବ୍ୟାକ ନେଟୱର୍କକୁ ସହାୟତା ପ୍ରଦାନ କରିବାକୁ ରୁଙ୍ଗଟା ଷ୍ଟିଲ୍ ପ୍ରତିବଦ୍ଧ । ସ୍ଥପତି ଇଞ୍ଜିନିୟର ଭଳି ବିଶ୍ୱାସନୀୟ ଅଂଶୀଦାରଙ୍କ ସହ ଯୋଡ଼ିହେବା ଏବଂ ଭାରତରେ ନିର୍ମାଣ ଶିଳ୍ପେ ର ନିରନ୍ତର ଓ ଅଭିନବ ପ୍ରଥକୁ ନେଇ ସ୍ୱରୂ ଉତୋଳନ କରିବା ଲାଗି ଏହି ସମ୍ମିଳନୀ ହେଉଛି ରୁଙ୍ଗଟା ଷ୍ଟିଲ୍ ଉଦ୍ୟମର ଏକ ଅଂଶ ଥିଲା ।

Share

Leave a Reply

Your email address will not be published. Required fields are marked *

2 × four =