ଗୃହରେ ବିରୋଧୀଙ୍କ ହଙ୍ଗାମା,ଦିନ ୨ଟା ପର୍ଯ୍ୟନ୍ତ ଲୋକସଭା ଓ ରାଜ୍ୟସଭା ମୁଲତବି

ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ସପ୍ତାହ । ହେଲେ ସଂସଦର ଉଭୟ ଗୃହରେ ଆଜି ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ବିରୋଧୀ ଦଳମାନେ ସଂସଦର ଉଭୟ ଗୃହରେ ହଙ୍ଗାମା କରିବା ପରେ ଉଭୟ ଗୃହର ସଭାପତି ଦିନ ୨ଟା ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବି କରିଛନ୍ତି ।

ତେବେ ଆଜି ସଂସଦର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳମାନେ ବୈଠକ କରିଥିଲେ । ଏହି ବୈଠକରେ ସବୁ ବିରୋଧୀ ଦଳ ଅଦାନୀ ମାମଲାରେ ଯାଞ୍ଚ ପାଇଁ ଜେପିସି ଗଠନ ଦାବି କରିଥିଲେ । ତେବେ ଏହାସହିତ ରାହୁଲ ଗାନ୍ଧୀଙ୍କ ଘରକୁ ପୋଲିସ ପଠାଇବା ଓ ରାହୁଲଙ୍କ ଲଣ୍ଡନ ଅଭିଭାଷଣକୁ ନେଇ କଥା ରଖିବାକୁ ଏହି ବୈଠକରେ ବିରୋଧୀ ଦାବି କରିଥିଲେ ।

ସୂଚନାଯୋଗ୍ୟ ଯେ, ଆଜିର ଏହି ବିରୋଧୀ ଦଳ ବୈଠକରୁ ଟିଏମସି ଦୂରେଇ ରହିଛି । ମମତାଙ୍କ କୌଣସି ସାଂସଦ ଏହି ବୈଠକରେ ସାମିଲ ହୋଇନାହାଁନ୍ତି । ଜାଣିରଖିବା ଉଚିତ୍ ଯେ, ଏହା ପୂର୍ବରୁ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ବିରୋଧୀ ଓ ଶାସକ ମୁହାଁମୁହିଁ ହେବା ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀଙ୍କ ଲଣ୍ଡନ ଭାଷଣ ଓ ଅଦାନୀ ପ୍ରସଙ୍ଗକୁ ନେଇ ଗୃହରେ ଲଗାତାର ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ଉଭୟ ସଦନକୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିଲା ।

ସଂସଦ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପୋଲିସ ପହଞ୍ଚିଥିଲା । ଜାନୁଆରୀ ୩୦ ତାରିଖ ଭାରତ ଯୋଡ ଯାତ୍ରାର ଶେଷ ଦିନରେ ରାହୁଲ ଏକ ବୟାନ ରଖିଥିଲେ । ଯେଉଁଥିରେ ସେ ଶ୍ରୀନଗରର ଦୁଷ୍କର୍ମ ପୀଡିତଙ୍କୁ ନେଇ ମତ ରଖିଥିଲେ । ଏହି ସମ୍ଭନ୍ଧରେ ପଚରାଉଚୁରା ପାଇଁ ଗତକାଲି ରାହୁଲଙ୍କ ଘରେ ପହଞ୍ଚିଥିଲା ପୋଲିସ । ଯାହାର ତାତି ଆଜି ସଂସଦରେ ମଧ୍ୟ ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

five × 4 =