କ୍ରୋମା ପକ୍ଷରୁ କଟକରେ ନୂଆ ଷ୍ଟୋର୍‌ର ଶୁଭାରମ୍ଭ ସହ ଓଡ଼ିଶାରେ ଉପସ୍ଥିତିର ସମ୍ପ୍ରସାରଣ

କଟକର କଲେଜ ଛକରେ ଖୋଲାଯାଇଥିବା କ୍ରୋମାର ଷ୍ଟୋର୍ ଓଡ଼ିଶାରେ ତୃତୀୟ
ଭୁବନେଶ୍ୱର: କ୍ରୋମା ପକ୍ଷରୁ କଟକରେ ପ୍ରଥମ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି । ଷ୍ଟୋର୍‌କୁ ଏକ ପ୍ରମୁଖ ବଜାର ଅଂଚଳରେ ଖୋଲାଯାଇଛି ଯାହାର ବହୁତ ଭଲ ସଂଯୋଗ, କଲେଜ ଛକ, ଜୋବ୍ରା, ରାଣୀହାଟ, ମଙ୍ଗଳାବାଗ, ରିଙ୍ଗ ରୋଡ୍ ଓ ଶିଖରପୁର ଭଳି ପ୍ରମୁଖ ଅଂଚଳ ସହିତ ରହିଛି ।
୮,୭୨୫ ବର୍ଗଫୁଟରୁ ଅଧିକ ଅଂଚଳରେ ବ୍ୟାପ୍ତ ଏହି ଦୁଇ ମହଲା ଷ୍ଟୋର୍‌ରେ ବ୍ୟାପକ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଯଥା ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌, ଟେଲିଭିଜନ, ହୋମ୍ ଆପ୍ଲାଏନ୍‌ସେସ୍ ଆଦିର ବର୍ଗମାଳା ରହିଛି । ଗ୍ରାହକ କୈନ୍ଦ୍ରୀକ ଦୃଷ୍ଟିକୋଣ ଅନୁସାରେ କ୍ରୋମା ପକ୍ଷରୁ ଗ୍ରାହକଙ୍କୁ ବ୍ୟାପକ ଉତ୍ପାଦ ଭିତରୁ ନିଜ ପସନ୍ଦର ଉତ୍ପାଦ ଚୟନ କରିବାର ସୁଯୋଗ ପ୍ରଦାନ କରାଯାଉଛି ଯାହା ଜରିଆରେ ସେମାନେ ଶ୍ରେଷ୍ଠ ଉତ୍ପାଦ ପାଇବା ସୁନିଶ୍ଚିତ ହେଉଛି । ନିରବଚ୍ଛିନ୍ନ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଭଳି କଟକରେ କ୍ରୋମାର ନୂଆ ଷ୍ଟୋର୍‌କୁ ପ୍ରସ୍ତୁତ କରାଯାଇଛି ଏବଂ ସେଥିରେ ଗ୍ରାହକମାନେ ବ୍ୟକ୍ତିଗତ ସୁହାଇବା ଭଳି ବିଶେଷଜ୍ଞ ସହୟତା, ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୂଲ୍ୟରେ ଉତ୍ପାଦ ଓ ଚିନ୍ତାମୁକ୍ତ ବିକ୍ରି ପରବର୍ତୀ ସେବା ପାଇପାରିବେ । ଷ୍ଟୋର୍‌ରେ ସଦ୍ୟତମ ଗା୍‌ଜେଟ୍ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରହିଛି ଯାହା କଟକ ବାସିନ୍ଦାଙ୍କ ପାଇଁ ଏହାକୁ ନିଶ୍ଚିତ ପରିଦର୍ଶନ କରିବା ସ୍ଥଳରେ ପରିଣତ କରିଛି ।
କଟକ ହେଉଛି ଓଡ଼ିଶାର ସବୁଠୁ ପୁରୁଣା ଶିଳ୍ପ ପେଣ୍ଠସ୍ଥଳ ଯାହା ଉଭୟ ବ୍ୟବସାୟ ଓ ପ୍ରଫେସନାଲ୍ କ୍ଷେତ୍ରର ସମିଶ୍ରିତ ଅର୍ଥନୀତି ଲାଗି ପରିଚିତ । ଏଠାରେ କ୍ରୋମାର ସମ୍ପ୍ରସାରଣ ଲାଗି ଅନୁକୂଳ ପରିବେଶ ପ୍ରଦାନ କରିଛି । ବିଗତ ବର୍ଷଗୁଡ଼ିକରେ ଏହି ସହର ଉଲ୍ଲେଖନୀୟ ଅଭିବୃଦ୍ଧି ଓ ବିକାଶ ହାସଲ କରିଛି ଯାହା ଏହାକୁ ବାଣିଜ୍ୟିକ କାର୍ଯ୍ୟକଳାପର ପ୍ରମୁଖ ହବ୍‌ରେ ପରିଣତ କରିଛି । ସହରରେ ପ୍ରଥମ ଷ୍ଟୋର୍ ଖୋଲିବା ସହ ଗୁଣାତ୍ମକ ଇଲେକ୍ଟ୍ରୋନିକ୍ ଉତ୍ପାଦର ବର୍ଦ୍ଧିତ ଚାହିଦାକୁ ପୂରଣ କରିବାକୁ କ୍ରୋମା ଲକ୍ଷ୍ୟ ରଖିଛି ଏବଂ ଏହା ସହରର ପ୍ରଯୁକ୍ତି ପ୍ରେମୀଙ୍କୁ ଅତୁଳନୀୟ ସପିଙ୍ଗ ଅନୁଭୂତିି ପ୍ରଦାନ କରିବାକୁ ଚାହୁଛି ।
ନୂଆ ଷ୍ଟୋର୍ ଖୋଳିବା ଅବସରରେ କ୍ରୋମାର ସିିଇଓ ଶ୍ରୀ ଅଭିଜିତ ମିତ୍ର କହିଛନ୍ତି ଯେ, “କଟକରେ ଆମର ପ୍ରଥମ ଷ୍ଟୋର୍‌ର ଶୁଭାରମ୍ଭ କରି ଆମେ ରୋମାଂଚିତ, ଯାହା ଓଡ଼ିଶାରେ ଆମର ତୃତୀୟ ଷ୍ଟୋର । ସାରା ଭାରତର ଗ୍ରାହକମାନଙ୍କ ପାଇଁ ସଦ୍ୟତମ ପ୍ରଯୁକ୍ତି ଓ ବ୍ୟାପକ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଆଣିବା ଲାଗି କ୍ରୋମା ପ୍ରତିବଦ୍ଧ ରହିଛି । ସହରରେ ବ୍ୟାପକ ସୁଯୋଗ ରହିଛି ଏବଂ ଆମର ବିଶ୍ୱାସ ରହିଛି ଯେ ଆମର ନୂଆ ଷ୍ଟୋର ଏଠାକାର ଲୋକମାନଙ୍କ ଅଭିଳାଷ ଓ ଆବଶ୍ୟକତାକୁ ପୂରଣ କରିବ । ଓଡିଶାବାସୀଙ୍କୁ ସେବା ପ୍ରଦାନ କରିବା ଏବଂ ଆମ ଉପସ୍ଥିତିକୁ ସୁଦୃଢ଼ କରିବାକୁ ଆମେ ଚାହିରହିଛୁ ।’’
କ୍ରୋମା କଟକ ଷ୍ଟୋର ୭ ଦିନ, ଦିନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହୁଛି ।

Share

Leave a Reply

Your email address will not be published. Required fields are marked *

six − one =