ହୋଣ୍ଡା ରେସିଂ ଇଣ୍ଡିଆ ପକ୍ଷରୁ ୨୦୨୩ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ପାଇଁ ଚାଳକ ଘୋଷଣା

୫ ନୂଆ ଚାଳକ ସେମାନଙ୍କ ରେସିଂ କୌଶଳ ପ୍ରଦର୍ଶନ କରିବେ
ଭୁବନେଶ୍ୱର: ଚଳିତ ସପ୍ତାହ ଶେଷରେ କୋଏମ୍ବାଟୁରର କାରି ମୋଟର ସ୍ପିଡ୍‌ୱେରେ ଆରମ୍ଭ ହେବାକୁ ଯାଉଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ପାଇଁ ହୋଣ୍ଡା ରେସିିଂ ଇଣ୍ଡିଆ ପକ୍ଷରୁ ଏହାର ଚାଳକଙ୍କ ଦଳ ଘୋଷଣା କରାଯାଇଛି ।
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଉତ୍କୃଷ୍ଟ ରେସିଂ ଆକ୍ସନ ପ୍ରଦାନ କରିବା ଏବଂ ଭାରତରେ ମୋଟରସାଇକଲ୍ ରେସିଂର ପ୍ରତିଶ୍ରୁତିପୂର୍ଣ୍ଣ ଭବିଷ୍ୟତକୁ ଉପସ୍ଥାପନ କରିବା ଲାଗି ପ୍ରସ୍ତୁତ ରହିଛି । ଏହି ପାଂଚ ରାଉଣ୍ଡ୍‌ର ସିଜନ୍‌ରେ ୧୪ ଜଣ ଯୁବ ପ୍ରତିଭାବାନ ଚାଳକ ମୋଟୋ ୩ ରେସ୍ ମେସିନ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସିବିଆର୧୫୦ଆର ଶିକ୍ଷାନବିସ ପର୍ଯ୍ୟାୟରେ କୌଶଳ ପ୍ରଦର୍ଶନ କରି ସଫଳତାର ସହ ଆଗକୁ ବଢ଼ିଥିବା ପାଂଚ ଜଣ ନୂଆ ଚାଳକଙ୍କୁ ସାମିଲ କରାଯାଇଛି ।
ରେସ୍‌ରେ ଭାଗ ନେବାକୁ ଯାଉଥିବା ଚାଳକମାନେ ହେଉଛନ୍ତି କେଭିନ୍ କ୍ୱିଂଟାଲ, ଶ୍ୟାମ ସୁନ୍ଦର, ରକ୍ଷୀତ ଆର୍ ଡାଭେ, ଥିଓପଲ୍ ଲିଆଣ୍ଡର, ମୋହସିନ୍ ପି, ଏଏସ୍ ଜେମ୍‌ସ, ସାମୁଏଲ୍ ମାର୍ଟିନ୍‌, ପ୍ରକାଶ କାମାତ, ରୋହିତ କପାଡ଼ିଆ, ରାହୀଶ ଖତ୍ରି, ସିଦ୍ଦେଶ ସାୱନ୍ତ, ହର୍ଷିତ ବୋଗାର, ଶ୍ୟାମ ବାବୁ ଓ ବିଦାନି ରାଜେନ୍ଦେରା ।
ହୋଣ୍ଡା ମୋଟରସାଇକଲ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସଭାପତି, ସିଇଓ ଓ ପରିଚାଳନା ନିର୍ଦେଶକ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “ଯୁବ ପ୍ରତିଭାଙ୍କୁ ସମୃଦ୍ଧ କରିବା ଓ ଭାରତରେ ମୋଟରସାଇକଲ ରେସିଂକୁ ସୁଦୃଢ଼ କରିବା ଲାଗି ଆମର ରହିଥିବା ଅତୁଟ ଉତ୍ସର୍ଗର ପ୍ରତିିଫଳନ ହେଉଛି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ । ଆମ ଲକ୍ଷ୍ୟ ବେଶ ଦୃଢ଼ ରହିଥିବା ବେଳେ ଭାରତରେ ରେସିଂର ଭବିଷ୍ୟତ ନିର୍ଧାରଣ କରିବାରେ ଏହି ମଂଚ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଉତ୍କର୍ଷତା ହାସଲ କରିବା, ନିଜ ଦକ୍ଷତାକୁ ପୁନମାର୍ଜିତ କରିବା ଓ ପୂର୍ଣ୍ଣ ସମ୍ଭାବନାକୁ ଉଜାଗର କରିବା ଲାଗି ଏହା ଯୁବ ଚାଳକମାନଙ୍କୁ ମୂଲ୍ୟବାନ ସୁଯୋଗ ପ୍ରଦାନ କରୁଛି ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଚଳିତ ସପ୍ତାହରେ ହେବାକୁ ଥିବା ଆଗାମୀ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ରେ ଆମ ଯୁବ ଚାଳକମାନଙ୍କ ଉଲ୍ଲେଖନୀୟ ପ୍ରତିଭା ଦେଖିବାକୁ ଆମେ ଚାହିଁରହିଛୁ । ପୂର୍ବ ପର୍ଯ୍ୟାୟରେ ସେମାନଙ୍କ ନିରନ୍ତର ଉଲ୍ଲେଖନୀୟ ପ୍ରଦର୍ଶନ ଆଗାମୀ ରେସ୍ ପାଇଁ ଆମ ଆଶାକୁ ବଢ଼ାଇ ଦେଇଛି । ସେମାନଙ୍କ ଅତୁଟ ନିଷ୍ଠା ଓ ନିରନ୍ତର ସମର୍ପଣ ଭାବକୁ ନେଇ ଏହି ଯୁବ ଚାଳକମାନେ ଜାତୀୟ ସ୍ତରରେ ଚମକୃତ କରିବା ଭଳି ପ୍ରଦର୍ଶନ କରିବାକୁ ଭଲ ଭାବେ ପ୍ରସ୍ତୁତ ରହିଛନ୍ତି । ଏନ୍‌ଏସ୍‌ଏଫ୍‌୨୫୦ଆର୍ ଭଳି ମୋଟୋ ୩ ମେସିନ୍ ସହିତ ଶକ୍ତି, କ୍ଷୀପ୍ରତା ଓ ଉନ୍ନତ ପ୍ରଯୁକ୍ତିର ସମିଶ୍ରଣ ସହ ସେମାନେ ପ୍ରସ୍ତୁତ । ସେମାନଙ୍କ ଦକ୍ଷତା ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ଆଗାମୀ ରେସ୍‌ରେ ସେମାନଙ୍କ ଉଜାଗର ହେବାକୁ ଥିବା ଅତୁଲ୍ୟ ସମ୍ଭାବନାକୁ ଦେଖିବା ଲାଗି ମୁଁ ରୋମାଂଚିତ ।’’

Share

Leave a Reply

Your email address will not be published. Required fields are marked *

nineteen − nine =