ସ୍ୱତନ୍ତ୍ର ଶିକ୍ଷା ଅଭିଯାନ ପାଇଁ ୟୁନିସେଫ୍ ସହ ହାତ ମିଳାଇଲା ଆଦାନି ବିଦ୍ୟା ମନ୍ଦିର, ଅହମ୍ମଦାବାଦ

ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଲାଗି ‘ୟୁନିସେଫ୍ ଅନ କ୍ୟାମ୍ପସ୍ ନଲେଜ୍ ଅଭିଯାନ’ର ଶୁଭାରମ୍ଭ କରିବା ଲାଗି ୟୁନିସେଫ୍ ସହିତ ହାତ ମିଳାଇଛି ଆଦାନି ବିଦ୍ୟା ମନ୍ଦିର ଅହମ୍ମଦାବାଦ । ଏହି ଅଭିଯାନକୁ ଗୁଜରାଟରେ ୟୁନିସେଫ୍ କାର୍ଯ୍ୟାଳୟ କାର୍ଯ୍ୟକାରୀ କରିବ ଏବଂ ଆଦାନି ବିଦ୍ୟା ମନ୍ଦିର ପରିସରରେ ଏନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଆଦାନି ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଆଦାନି ବିଦ୍ୟା ମନ୍ଦିର, ଅହମ୍ମଦାବାଦ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରୁଛି । ଆଧୁନିକ ପ୍ରଯୁକ୍ତି ଓ ପାରମ୍ପରିକ ମୂଲ୍ୟବୋଧର ସମିଶ୍ରଣରେ ଶିକ୍ଷାଦାନ ସହିତ ଦୈନିକ ପୁଷ୍ଟିକର ଭୋଜନ, ପୁସ୍ତକ, ପରିବହନ ସୁବିଧା ଓ ୟୁନିଫର୍ମ ଆଦି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଛି ।
ୟୁନିସେଫ୍ ଅନ୍ କ୍ୟାମ୍ପସ୍ ନଲେଜ୍ ଇନିସିଏଟିଭ୍ ଜରିଆରେ ଛାତ୍ରଛାତ୍ରୀମାନେ ଶିଶୁ ଅଧିକାର, ଜଳବାୟୁ ପଦକ୍ଷେପ, ଜୀବନ କୌଶଳ, ଶରୀର ସକାରାତ୍ମକ ଭାବ, ସ୍ୱାଭିମାନ, ପୁଷ୍ଟି, ରକ୍ତହୀନତା, ଅନଲାଇନ ସୁରକ୍ଷା, ଆର୍ଥିକ ସାକ୍ଷରତା, ଶିଶୁଙ୍କ ବିରୋଧରେ ହିଂସା ଆଦି ବିଷୟରେ ସଚେତନ ହୋଇପାରିବେ ।
ଆଦାନି ଫାଉଣ୍ଡେସନର ଅଧ୍ୟକ୍ଷା ଡକ୍ଟର ପ୍ରୀତି ଆଦାନି କହିଛନ୍ତି ଯେ, “ଆଦାନି ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଆଦାନି ବିଦ୍ୟା ମନ୍ଦିର (ଅହମ୍ମଦାବାଦ) ୟୁନିସେଫ୍ ସହିତ ସହଯୋଗିତା ସ୍ଥାପନ ଏବଂ ଏହାର ଛାତ୍ରଛାତ୍ରୀମାନଙ୍କ ଲାଗି ଉନ୍ନତ ଶିକ୍ଷଣୀୟ ଅନୁଭବ ପ୍ରସ୍ତୁତ କରି ଆନନ୍ଦିତ । ବ୍ୟାପକ ଭାବ ବିନିମୟ ଅଧିବେଶନ ଓ ବକ୍ତବ୍ୟ ସୁଯୋଗ ଜରିଆରେ ଆମ ପିଲାମାନେ ନିଜକୁ ସଚେତନ ଓ ଦାୟିତ୍ୱବାନ ନାଗରିକରେ ପରିଣତ କରିବାର ଶ୍ରେଷ୍ଠ ସୁଯୋଗ ପାଇବେ ।’’
ଗୁଜରାଟର ପ୍ରଥମ ଘରୋଇ ଶିକ୍ଷାନୁଷ୍ଠାନ ଭାବେ ୟୁନିସେଫ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆଦାନି ବିଦ୍ୟା ମନ୍ଦିର ଟିମ୍‌କୁ ଆଦାନି ଫାଉଣ୍ଡେସନର ଟ୍ରଷ୍ଟି ଶ୍ରୀମତୀ ଶାଲିନୀ ଆଦାନି ଅଭିନନ୍ଦନ ଜଣାଯାଇଛି । ଏହି ସହଯୋଗିତା ଗୁଜରାଟରେ ଏକ ସ୍ୱତନ୍ତ୍ର ମଡେଲ୍ ସୃଷ୍ଟି କରି ଗୁଣାତ୍ମକ ତଥା ସାମଗ୍ରିକ ଶିକ୍ଷା ଉଦ୍ଦେଶ୍ୟକୁ ଆଗକୁ ବଢ଼ାିବ । ଏଲିକ୍ସିର ଫାଉଣ୍ଡେସନ ଓ ଅନ୍ୟ ସହଯୋଗୀ ସଂଗଠନ ସହ ମିଶି ଏହି ଅଭିଯାନ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ୟୁନିସେଫ୍‌ର ଗୁଜରାଟ ଫିଲ୍ଡ କାର୍ଯ୍ୟାଳୟ ମୁଖ୍ୟ ପ୍ରଶାନ୍ତ ଦାଶ କହିଛନ୍ତି ଯେ, “ପିଲାମାନଙ୍କୁ ୧୦୦% ମାଗଣାରେ ଶିକ୍ଷାଦାନ କରୁଥିବା ଆଦାନି ବିଦ୍ୟା ମନ୍ଦିର, ଅହମ୍ମଦାବାଦରେ “ୟୁନିସେଫ୍ ଅନ୍ କ୍ୟାମ୍ପସ ନଲେଜ୍ ଇନିସିଏଟିଭ୍‌’ର ଶୁଭାରମ୍ଭ କରିଥିବାରୁ ୟୁନିସେଫ୍ ଆନନ୍ଦିତ । ଛାତ୍ରଛାତ୍ରୀଙ୍କ ଅଧିକାର ଓ ଆରଟିଇ ନିୟମ ଅନୁସାରେ ସମସ୍ତ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରୁଥିବା ୟୁନିସେଫ୍ ଆଇନ ଉପରେ ଗୁରୁତ୍ୱାରୋପ କରି ଏହି ସ୍ୱତନ୍ତ୍ର ମଡେଲ୍‌କୁ ବିକାଶ କରାଯାଇଛି । ଶିଶୁ ଅଧିକାର ବିଷୟରେ ସଚେତନତାକୁ ବଢ଼ାଇବା, ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ସେମାନଙ୍କୁ ସଂପୃକ୍ତ କରିବା ଏବଂ ସେମାନଙ୍କ ସ୍ୱରକୁ ବଢ଼ାଇବା ଲାଗି ପିଲାମାନଙ୍କୁ ମଂଚ ଓ ସୁଯୋଗ ପ୍ରଦାନ କରିବା ଲାଗି ଏହି ଅଭିଯାନରେ ଲକ୍ଷ୍ୟ ରଖାଯାଇଛି । ଆଦାନି ବିଦ୍ୟା ମନ୍ଦିରରେ ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ନିଶ୍ଚିତ କରିବା ଲାଗି ନେତୃତ୍ୱ, ପ୍ରତିବଦ୍ଧତା ଓ ଦୂରଦୃଷ୍ଟି ନିମନ୍ତେ ମୁଁ ଡକ୍ଟର ପ୍ରୀତି ଆଦାନି ଓ ଶ୍ରୀମତୀ ଶାଲିନୀ ଆଦାନିଙ୍କୁ ଅଭିନନ୍ଦନ ଜଣାଉଛି ।’’

Share

Leave a Reply

Your email address will not be published. Required fields are marked *

seventeen − fifteen =