ମହିନ୍ଦ୍ରା ଓଜା ଟ୍ରାକ୍ଟର ଉନ୍ମୋଚିତ, ହାଲୁକା ୪ଡବ୍ଲୁଡି ବର୍ଗରେ ୭ ନୂଆ ଟ୍ରାକ୍ଟରର ଶୁଭାରମ୍ଭ

ରାଉରକେଲା : ମହିନ୍ଦ୍ରା ଗ୍ରୁପ୍‌ର ଅଂଶ ମହିନ୍ଦ୍ରା ଟ୍ରାକ୍ଟର ପକ୍ଷରୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଟ୍ରାକ୍ଟର ବର୍ଗମାଳା –ମହିନ୍ଦ୍ରା ଓଜେଏକୁ ଦକ୍ଷିଣ ଆଫ୍ରିିକାର କେପ୍ ଟାଉନ୍‌ରେ ଅନୁଷ୍ଠିତ ଫ୍ୟୁଚରସ୍ପେସ୍‌ରେ ଉନ୍ମୋଚନ କରାଯାଇଛି ।
ସଂସ୍କୃତ ଶବ୍ଦ “ଓଜସ୍‌’ରୁ ଅନୁପ୍ରାଣିତ ହୋଇ ଏହାର ନାମକରଣ କରାଯାଇଛି ଯାହାର ଅର୍ଥ ହେଉଛି ଶକ୍ତିର ଗନ୍ତାଘର । ଓଜା ହେଉଛି ମହିନ୍ଦ୍ରାର ସବୁଠୁ ମହତ୍ୱକାଂକ୍ଷୀ ବିଶ୍ୱସ୍ତରୀୟ ହାଲୁକା ଟ୍ରାକ୍ଟର ପ୍ଲାଟଫର୍ମ । ମହିନ୍ଦ୍ରା ରିସର୍ଚ ଭ୍ୟାଲି, ଭାରତ ଓ ମିସତୁବିସି ମହିନ୍ଦ୍ରା ଏଗ୍ରିକଲଚର ମେସିନାରି, ଜାପାନର ଇଞ୍ଜିନିୟରିଂ ଟିମ୍ ସହଯୋଗରେ ଏହାକୁ ବିକାଶ କରାଯାଇଛି । ଏଥିରେ ୧୨୦୦ କୋଟି ଟଙ୍କା ନିବେଶ ହୋଇଛି ।
କେପ୍ ଟାଉନ୍‌ରେ ମହିନ୍ଦ୍ରା ପକ୍ଷରୁ ତିନି ଓଜା ପ୍ଲାଟଫର୍ମରେ ନୂଆ ଟ୍ରାକ୍ଟରକୁ ସବ୍ କମ୍ପାକ୍ଟ, କମ୍ପାକ୍ଟ ଓ ସ୍ମଲ ୟୁଟିଲିଟି ପ୍ଲାଟଫର୍ମରେ ଉନ୍ମୋଚନ କରାଯାଇଛି ଯାହା ବଜାରର ବିବିଧ ଆବଶ୍ୟକତା ପୂରଣ କରିବ । ୪ଡବ୍ଲୁଡିକୁ ସାଧାରଣ ଭାବେ ରଖି ମହିନ୍ଦ୍ରା ପକ୍ଷରୁ ଭାରତୀୟ ବଜାର ପାଇଁ ୭ ନୂଆ ଟ୍ରାକ୍ଟର ମଡେଲ୍ ଉନ୍ମୋଚନ କରାଯାଇଛି । ଏହି ମଡେଲ୍‌ଗୁଡ଼ିକ ୨୦ ଏଚ୍‌ପି-୪୦ ଏଚ୍‌ପି ମଧ୍ୟରେ ରହିଛି ଯାହାକୁ ବିବିଧ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ।
ଭାରତରେ ସଫଳତାର ସହ ଯାତ୍ରାର ଶୁଭାରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଓଜା ଟ୍ରାକ୍ଟର ବର୍ଗମାଳାକୁ ଉତର ଆମେରିକା, ଆସିଆନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ୟୁରୋପ ଓ ସାର୍କ ଅଂଚଳରେ ଉନ୍ମୋଚନ କରାଯିବ । ୨୦୨୪ରେ ଥାଇଲ୍ୟାଣ୍ଡ୍‌ରୁ ମହିନ୍ଦ୍ରା ଏହାର ଆସିଆନ୍ ଯାତ୍ରା ଆରମ୍ଭ କରିବ ।
ଓଜା ସମ୍ପର୍କରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ସଭାପତି-କୃଷି ଉପକରଣ କ୍ଷେତ୍ର ଶ୍ରୀ ହେମନ୍ତ ସିକ୍କା କହିଛନ୍ତି ଯେ, “ନୂଆ ଓଜା ହାଲୁକା ଟ୍ରାକ୍ଟର ବର୍ଗମାଳା ହେଉଛି ଶକ୍ତିର ଗନ୍ତାଘର ଯାହାକୁ ପ୍ରଗତିଶୀଳ ଚାଷୀଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ନବସୃଜନ ଓ ପ୍ରଯୁକ୍ତିକୁ ନେଇ ଓଜା ଟ୍ରାକ୍ଟର ମହିନ୍ଦ୍ରାକୁ ବିଶ୍ୱ ଟ୍ରାକ୍ଟର ଶିଳ୍ପର ୨୫ ପ୍ରତିଶତ ଆବଶ୍ୟକତା ପୂରଣ କରିବାରେ ସକ୍ଷମ କରିଥିବା ବେଳେ ୟୁରୋପ ଓ ଆସିଆନର ନୂଆ ବଜାର ପ୍ରଦାନ କରିଛି । ଭାରତରେ ୭ଟି ହାଲୁକା ୪ଡବ୍ଲୁଡି ଓଜା ଟ୍ରାକ୍ଟର ଉନ୍ମୋଚନ ଚାଷ ଦୁନିଆରେ ବିପ୍ଳବ ଆଣିବା ଲାଗି ଆମ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ।’’
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା କୃଷି ଡିଭିଜନର ସିଇଓ ଶ୍ରୀ ବିକ୍ରମ ୱାଗ କହିଛନ୍ତି ଯେ, “ଓଜା ଟ୍ରାକ୍ଟର ବର୍ଗମାଳା ଭାରତୀୟ କୃଷିରେ ବୈପ୍ଳବିକ ରୂପାନ୍ତରଣ ଆଣିଛି । ୪ଡବ୍ଲୁଡିକୁ ଏକ ମାନକ ଭାବେ ଗ୍ରହଣ କରି ସାରା ବର୍ଗମାଳାରେ ଏହା ପ୍ରଦର୍ଶନରେ ଉନ୍ନତି ଆଣିପାରିଛି । ଅପରେଟରଙ୍କ ଉଦ୍ୟମ କମ୍ କରିବା ଏବଂ କୃଷି ଉତ୍ପାଦକତାକୁ ବଢ଼ାଇବା ଆମର ଗ୍ରହଣୀୟତାକୁ ଉଦ୍ୟାନ କୃଷି ଓ ଅଙ୍ଗୁର ଚାଷ ଭଳି ଉଦୀୟମାନ କ୍ଷେତ୍ରରେ ବଢ଼ାଇବା ସହ କୃଷି ଯାନ୍ତ୍ରିକୀକରଣକୁ ସମୃଦ୍ଧ କରିବ ।ପ୍ରୋଜା, ମ୍ୟୋଜା ଓ ରୋବୋଜା ଭଳି ତିନି ଉନ୍ନତ ପ୍ରଯୁକ୍ତି ସହିତ ଆମେ ଭାରତର ବିଶ୍ୱ ନବସୃଜନ ଭାବେ ଓଜାକୁ ଗର୍ବର ସହିତ ଉପସ୍ଥାପନ କରୁଛୁ । ଓଜାକୁ ସ୍ୱତନ୍ତ୍ର ଭାବେ ଜାହିରାବାଦରେ ତିଆରି କରାଯିବ ଯାହା ହେଉଛି ଆମର କନିଷ୍ଠ ଟ୍ରାକ୍ଟର ଉତ୍ପାଦନ କାରଖାନା । ଅକ୍ଟୋବରଠାରୁ ଏହି ବର୍ଗମାଳା ଗ୍ରାହକମାନଙ୍କ ଲାଗି ଉପଲବ୍ଧ ହେବ ।’’
ଓଜା ବର୍ଗମାଳା ସହିତ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ମହିନ୍ଦ୍ରା ଏହାର ୧୧୦୦ରୁ ଅଧିକ ନେଟ୍‌ୱର୍କରେ ଉନ୍ନତି ଆଣିବ ।

Share

Leave a Reply

Your email address will not be published. Required fields are marked *

nine + 19 =