Friday, October 30, 2026
Business

ଟାଟା ଷ୍ଟିଲ୍ କଳିଙ୍ଗନଗରରେ ରକ୍ତଦାନ ଶିବିର ଆୟୋଜିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ)ର ଲଜିଷ୍ଟିକ୍ ବିଭାଗ ପକ୍ଷରୁ ଟିଏସ୍‌କେର ଅକ୍ୟୁପେସନାଲ ହେଲ୍‌ଥ ସର୍ଭିସେସ୍‌, କଟକର ସେଂଟ୍ରାଲ ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କ ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡିଶା ରକ୍ତ ଭଣ୍ଡାର ସହଭାଗିତାରେ ମଙ୍ଗଳବାର ଦିନ ଟାଟା ଷ୍ଟିଲ୍ କଳିଙ୍ଗନଗରର ଗ୍ରିନ୍ ଟ୍ରାନ୍ସପୋର୍ଟ ପାର୍କରେ ଆୟୋଜିତ ରକ୍ତଦାନ ଶିବିରରେ ୩୦୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

ଏହି ରକ୍ତଦାନ ଶିବିରକୁ ଟିଏସ୍‌କେର ଲଜିଷ୍ଟିକ୍ ଅପରେସନ୍ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ଶେଖର ରାଉତ ଏବଂ ଟିଏସ୍‌କେର ସୁରକ୍ଷା ବିଭାଗର ମୁଖ୍ୟ (ଅପରେସନ୍ସ) ଆର୍ ଏସ୍ ମିଶ୍ର ମିଳିତଭାବେ ଉଦଘାଟନ କରିଥିବା ବେଳେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଟାଟା ଷ୍ଟିଲ୍‌ର କର୍ମଚାରୀ ଏବଂ ବିଭିନ୍ନ ଭେଣ୍ଡର ସହଯୋଗୀମାନେ ସ୍ୱେଚ୍ଛାକୃତ ଭାବେ ସାରା ଦିନ ରକ୍ତଦାନ କରିବାକୁ ଧାଡ଼ି ଲଗାଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟାଟା ଷ୍ଟିଲ୍ କଳିଙ୍ଗନଗର ନିୟମିତ ଭାବେ ଏଭଳି ରକ୍ତଦାନ ଶିବିରର ଆୟୋଜନ କରିଥାଏ ।

Share

Leave a Reply

Your email address will not be published. Required fields are marked *

12 + four =