ଜୟ ଇ-ବାଇକ୍ ପକ୍ଷରୁ ୧,୦୦,୦୦୦ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି ସହ ନୂଆ ମାଇଲଖୁଂଟ ସ୍ଥାପନ

ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ଭାରତରେ ୧,୦୦,୦୦୦ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରିର ଏକ ପ୍ରମୁଖ ମାଇଲଖୁଂଟ ହାସଲ କରିଛି । କମ୍ପାନି ଏହାର ଭଦୋଦରାରେ ଥିବା ଅତ୍ୟାଧୁନିକ କାରଖାନାରୁ ୧,୦୦,୦୦୦ତମ ମିହୋସ୍‌କୁ ଉନ୍ମୋଚନ କରିଛି ।
୨୦୧୬ରେ ୱାର୍ଡୱିଜାର୍ଡ ସଲ୍ୟୁସନ୍ସ ନାମରେ ପ୍ରତିଷ୍ଠା ହୋଇଥିବା କମ୍ପାନିର ନାମ ପରବର୍ତୀ ସମୟରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍‌କୁ ୨୦୧୯ରେ ପରିବର୍ତନ କରାଯାଇଥିଲା ଏବଂ କମ୍ପାନି ଇଲେକ୍ଟ୍ରିକ୍ ବାଇସାଇକଲ୍ ବର୍ଗରୁ ଏହାର ପ୍ରଥମ ଉତ୍ପାଦ ଯାତ୍ରା ଆରମ୍ଭ କରିଥିଲା । ବିଏସ୍‌ଇରେ ତାଲିକାଭୁକ୍ତ ହୋଇଥିବା ଭାରତର ପ୍ରଥମ ତାଲିକାଭୁକ୍ତ ଇଭି କମ୍ପାନି ଭାବେ ଏହା ୨୦୧୮ରେ ପ୍ରଥମ ଲୋ-ସ୍ପିଡ୍ ସ୍କୁଟର ବଟରଫ୍ଲାଏର ଶୁଭାରମ୍ଭ କରିଥିଲା । ବର୍ତମାନ କମ୍ପାନି ପାଖରେ ହାଇ ଓ ଲୋ ସ୍ପିଡ୍ ଭାରିଆଂଟ୍‌ର ୧୦ ମଡେଲ୍ ଥିବା ବେଳେ ୭୫୦ରୁ ଅଧିକ ଟଚ୍‌ପଏଂଟ୍‌ର ଏକ ଦୃଢ଼ ନେଟ୍‌ୱର୍କ ରହିଛି ।
ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ପାଳନ କରିବା ଲାଗି କମ୍ପାନି ପକ୍ଷରୁ ଗ୍ରାହକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ସ୍ୱତନ୍ତ୍ର ଲାଭ ଓ ମାଗଣା ବୀମା ପାଇପାରିବେ । ଏହି ଉଲ୍ଲେଖନୀୟ ଅଫର ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାରା ଭାରତରେ ଥିବା କମ୍ପାନିର ଡିଲରସିପ୍‌ଗୁଡ଼ିକରେ ଉପଲବ୍ଧ ରହିବ ।
ଏହି ଅବସରରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଅତୁଟ ସମର୍ଥନ ପାଇଁ ଆମେ ଆମ ଗ୍ରାହକ ଓ ଅଂଶୀଦାରଙ୍କ ନିକଟରେ ଗଭୀର ଭାବେ କୃତଜ୍ଞ ଯାହା ୱର୍ଡୱିଜାର୍ଡ ଇନୋଭେସନ୍ସକୁ ଦେଶର ଏକ ଅଗ୍ରଣୀ ଇଲେକ୍ଟ୍ରିକ୍ ଦୁଇଚକିଆ ବ୍ରାଣ୍ଡ୍‌ରେ ପରିଣତ କରିପାରିଛି । ଏକ ଲକ୍ଷ ବିକ୍ରି ମାଇଲଖୁଂଟ କମ୍ପାନିର ବିବିଧ ଉତ୍ପାଦର ମାନ ଏବଂ ଏକ ସ୍ଥାୟୀ ଭବିଷ୍ୟତ ଓ ଗ୍ରାହକମାନଙ୍କ ଚାହିଦା ପୂରଣ କରିବା ଦିଗରେ କମ୍ପାନିର ସମର୍ପଣ ଭାବକୁ ଦର୍ଶାଉଛି । ଆମ ଜୟ ଇ-ବାଇକ୍ ବ୍ରାଣ୍ଡ୍ ଜରିଆରେ ନବସୃଜନ ଓ ଗୋଷ୍ଠୀକୁ ଆମେ ସଶକ୍ତ କରିବା ଜାରି ରଖିଥିବା ବେଳେ ଆମେ ଏକ ସବୁଜ, ଅଧିକ ଦୀର୍ଘସ୍ଥାୟୀ ଗମନାଗମନ ଦୃଶ୍ୟପଟ୍ଟ ଲାଗି ଏକ ମିିଳିତ ଲକ୍ଷ୍ୟ ରଖିଛୁ । ଆମ ଦ୍ରୁତ ଅଭିବୃଦ୍ଧି ସହ ଆମେ ୨୦୨୬ ସୁଦ୍ଧା ଦୁଇ ଲକ୍ଷ ବିକ୍ରି ମାଇଲଖୁଂଟରେ ପହଂଚିବାକୁ ଲକ୍ଷ୍ୟ ରଖିଛୁ ।”
କମ୍ପାନି ପକ୍ଷରୁ ମିହୋସ୍‌, ୱଲ୍‌ଫ+, ଗ୍ରିନ୍ ନେକ୍ସଟ୍ ନାନୁ+ ଆଦି ଉତ୍ପାଦ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଓ ମାଗଣା ବୀମା ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

3 × one =