ଯୁବ ମହିଳା ପାଇଁ ଫାଷ୍ଟ୍‌ଟ୍ରାକ୍‌ର ନୂଆ ପାର୍ଟିଓୟାର ହାତଘଂଟା “ଭାଇବ୍‌”

ଭୁବନେଶ୍ୱର: ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ ଥିବା ବ୍ରାଣ୍ଡ୍ ଫାଷ୍ଟ୍‌ଟ୍ରାକ୍ ପକ୍ଷରୁ ଯୁବ ମହିଳାଙ୍କ ପାଇଁ ନୂଆ ପାର୍ଟିଓୟାର ହାତଘଂଟା ବ୍ରାଣ୍ଡ୍ “ଭାଇବ୍‌”କୁ ଉନ୍ମୋଚନ କରାଯାଇଛି । ଏହି ଷ୍ଟାଇଲିସ ଓ ସ୍ୱତନ୍ତ୍ର ଧରଣର ବ୍ରାଣ୍ଡ୍‌କୁ ଫେସନପ୍ରେମୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ସବୁ ପ୍ରକାର ପାର୍ଟିରେ ନିଜର ଷ୍ଟାଇଲିସ ଉତ୍ପାଦ ପ୍ରତି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିବାକୁ ଚାହୁଥିବା ଯୁବତୀମାନଙ୍କ ଆବଶ୍ୟକତାକୁ ଭାଇବ ପୂରଣ କରିବ । ଏହି ବ୍ରାଣ୍ଡ୍‌ର ପ୍ରଥମ ସମ୍ଭାରରେ ୭୧ଟି ସ୍ୱତନ୍ତ୍ର ଡିଜାଇନ୍ ରହିଛି । ହାତଘଂଟାଗୁଡ଼ିକର ଷ୍ଟ୍ରାପ୍ ବେଶ ସ୍ୱତନ୍ତ୍ର ଥିବା ବେଳେ ନୂଆ ରଙ୍ଗ ସେଥିରେ ରହିଛି ଏବଂ ଡାଏଲ୍‌ଗୁଡ଼ିକ ମଧ୍ୟ ବେଶ ଆକର୍ଷଣୀୟ ହୋଇଛି । ପ୍ରତିଟି ଅବସର ଓ ମୁହୂର୍ତ ପାଇଁ ଏଥିରେ ହାତଘଂଟା ରହିଛି । ଏହି ଘଂଟାଗୁଡ଼ିକର ଦାମ୍ ୧୨୫୦ ଟଙ୍କାରୁ ଆରମ୍ଭ ହୋଇ ୨୯୬୦ ଟଙ୍କା ପର୍ଯ୍ୟନ୍ତ ରହିଛି ।
ଭାଇବ୍‌ର ଶୁଭାରମ୍ଭ ସହିତ ଫାଷ୍ଟଟ୍ରାକ୍ ଏହାର ଉତ୍ପାଦ ବର୍ଗମାଳାର ସମ୍ପ୍ରସାରଣ କରିଛି ଯାହା ଫେସନ ପ୍ରେମୀ ଯୁବତୀମାନଙ୍କୁ ସେମାନଙ୍କ ମୁକ୍ତ ଭାବ ଓ ବିଶ୍ୱାସକୁ ପରିପ୍ରକାଶ କରିବାରେ ସହାୟକ ହେବ । ବ୍ରାଣ୍ଡ୍‌ର ଟ୍ୟାଗ୍‌ଲାଇନ୍ ହେଉଛି “ଭାଇବ୍ ଅନ୍‌” ।
ଏହି ଅବସରରେ ଫାଷ୍ଟ୍‌ଟ୍ରାକ୍‌ର ମାର୍କେଟିଂ ମୁଖ୍ୟ ଶ୍ରୀ ଅଜୟ ମୌର୍ଯ୍ୟ କହିଛନ୍ତି ଯେ, “ସବୁ ପ୍ରକାର ପାର୍ଟିରେ ପିନ୍ଧିବା ଲାଗି ଯୁବ ମହିଳାମାନଙ୍କ ଲାଗି ନୂଆ ସବ୍ ବ୍ରାଣ୍ଡ୍ ଭାଇବ୍‌କୁ ଉପସ୍ଥାପନ କରିଥିବାରୁ ଆମେ ବେଶ ରୋମାଂଚିତ । ଭାଇବ୍ ହେଉଛି ସର୍ବଦା ଗ୍ଲାମରସ ଦେଖାଯିବା ପାଇଁ ପ୍ରସ୍ତୁତ ରହିବା ଏବଂ ଅତି ସହଜରେ ଭିନ୍ନ ଲୁକ୍‌କୁ ଗ୍ରହଣ କରିବା । ଭାଇବ୍ ହାତଘଂଟାଗୁଡ଼ିକ ହେଉଛି ସ୍ୱତନ୍ତ୍ର ଫେସନ ଓ ଗ୍ରାହକମାନେଙ୍କୁ ଭାଇବ୍ ସହିତ ଭାଇବ୍ ଅନ୍‌ରେ ଦେଖିବାକୁ ଆମେ ଅପେକ୍ଷା କରିଛୁ ।’’

ସମସ୍ତ ଫାଷ୍ଟ୍‌ଟ୍ରାକ୍ ଓ ଟାଇଟାନ୍ ୱାର୍ଲଡ୍ ଷ୍ଟୋର୍‌ରେ ଭାଇବ୍ ହାତଘଂଟାଗୁଡ଼ିକ ଉପଲବ୍ଧ ରହିଛି । ଫାଷ୍ଟଟ୍ରାକର ଅଫିସିଆଲ ୱେବସାଇଟ୍ ଓ ଫ୍ଲିପ୍‌କାର୍ଟରୁ ମଧ୍ୟ ଏହି ଘଂଟାଗୁଡ଼ିକୁ ଅନଲାଇନ୍‌ରେ କିଣିହେବ ।

Share

Leave a Reply

Your email address will not be published. Required fields are marked *

5 − one =