ଟିପିଏସ୍‌ଓଡିଏଲ୍‌ର ମହିଳା ଟେକ୍ନିସିଆନ୍‌ମାନେ ଗ୍ରାହକଙ୍କ ପାଇଁ ତ୍ରୁଟିହୀନ ମିଟର ସୁନିଶ୍ଚିତ କରୁଛନ୍ତି

ଭୁବନେଶ୍ୱର: ଏଥର ଆନ୍ତର୍ଜାତିକ ମହିଳା ଦିବସରେ ଲିଙ୍ଗଗତ ସମାନତା ପାଇଁ “ଡିଜିଟାଲ୍‌: ନବସୃଜନ ଓ ପ୍ରଯୁକ୍ତି’ ବିଷୟବସ୍ତୁ ପ୍ରତି ବିଶ୍ୱ ପ୍ରତିବଦ୍ଧ ହେବ ଏବଂ ସମସ୍ତ ପ୍ରକାର କ୍ଷେତ୍ରରେ ଲିଙ୍ଗ ସମାନ ଡିଜିଟାଲ୍ ନବସୃଜନ ଓ ପ୍ରଯୁକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବ । ମାତ୍ର, ଟିପିଏସ୍‌ଓଡିଏଲ୍‌ରେ ୨୦୨୧ରେ ଶୁଭାରମ୍ଭ ହେବା ପରଠାରୁ “ଡିଜିଟାଲ୍‌’ ବ୍ୟବସ୍ଥା ଜୀବନର ଏକ ମାଧ୍ୟମରେ ପରିଣତ ହୋଇଛି ।
ମହିଳା ଟେକ୍ନିସିଆନ୍‌ମାନେ ବିଜୁଳି ବିତରଣ କ୍ଷେତ୍ରରେ ଡିଜିଟାଲ୍ ଓ ବୈଷୟିକ ବିପ୍ଳବର ଅଗ୍ରଦୂତ ସାଜିଛନ୍ତି ଏବଂ ନିଜ ଉଦ୍ୟମ ବଳରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ସୁରକ୍ଷିତ, ଭରସାଯୋଗ୍ୟ ଓ ସଠିକ୍ ମିଟରକୁ ସୁନିଶ୍ଚିତ କରି ପାରମ୍ପରିକ ଭାବେ ପୁରୁଷ ପ୍ରାଧାନ୍ୟ ଶକ୍ତି କ୍ଷେତ୍ରରେ ନିଜର ଛାପ ଛାଡ଼ିଛନ୍ତି ।
ଆମ୍ବଗଡ଼ରେ ସ୍ଥାପନ କରାଯାଇଥିବା ଟିପିଏସ୍‌ଓଡିଏଲ୍ ମିଟର ଟେଷ୍ଟିଂ ଲ୍ୟାବ୍‌ରେ ମିଟର ସିରିଏଲ ନମ୍ବର, କ୍ରିପିଂ, ତ୍ରୁଟିି ଓ ଭୋଲ୍‌ଟେଜ୍ ତାରତମ୍ୟର ସୀମା ଆଦି ମାନଦଣ୍ଡ ଆଧାରରେ ମିଟରର ଗୁଣାତ୍ମକ ବିଦ୍ୟୁତ୍ ପରୀକ୍ଷଣ କରାଯାଇ ପ୍ରଭାବଶାଳୀ ମିଟରକୁ ସୁନିଶ୍ଚିତ କରାଯାଉଛି ।
କଂପାନିର ମହିଳା ଟେକ୍ନିସିଆନମାନଙ୍କ ଦ୍ୱାରା ସମ୍ପାଦନ କରାଯାଉଥିବା ସଠିକ୍ ପରୀକ୍ଷଣ ଜରିଆରେ ଗ୍ରାହକମାନଙ୍କୁ ଗୁଣାତ୍ମକ ଓ ଭରସାଯୋଗ୍ୟ ମିଟର ଯୋଗାଇ ଦେବାକୁ ଏହି ଲ୍ୟାବ୍ ପ୍ରତିବଦ୍ଧ ରହିଛି ।
ଏହି ଲ୍ୟାବ୍‌ରେ କାର୍ଯ୍ୟ କ୍ଷେତ୍ରରେ ମିଟରର ସ୍ଥିରତା କିଭଳି ରହିବ ତାହା ଯାଂଚ କରାଯାଉଛି । ଗ୍ରାହକମାନଙ୍କ ଲାଗି ମିଟର ଉପଯୁକ୍ତ ନା ନାହିଁ ତାହା ଜାଣିବା ଲାଗି କରାଯାଉଥିବା ପରୀକ୍ଷା ପାଇଁ ପ୍ରାୟ ୧ ଘଂଟା ୩୦ ମିନିଟ୍ ସମୟ ଲାଗିଥାଏ । ମାସିକ ଭିତିରେ ଭାରତୀୟ ଓ ଆନ୍ତର୍ଜାତିକ ମାନକ ଅନୁସାରେ ପ୍ରାୟ ୨୫୦୦-୩୦୦୦ ମିଟରର ପରୀକ୍ଷଣ କରାଯାଉଛି ।
ଏମ୍‌ଏମ୍‌ଜି ବିଭାଗର ଏଓଟି ବୈଶାଳି ସତପଥୀ କହିଛନ୍ତି ଯେ, “ଜେରା’ ନାମକ ପରୀକ୍ଷଣ ବ୍ୟବସ୍ଥାରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି ଆମେ ଦୈନିକ ପ୍ରାୟ ୩୦୦ ମିଟରର ପରୀକ୍ଷଣ କରୁଛୁ ଏବଂ ଏହି ବ୍ୟବସ୍ଥା “ୱିନ୍‌ସାମ୍‌’ ନାମକ ଏକ ସଫଟ୍‌ଓୟାର ଦ୍ୱାରା ପରିଚାଳିତ ହେଉଛି । ନିର୍ଦିଷ୍ଟ ସିରିଏଲ୍ ନମ୍ବର ଥିବା ଏକ ଉତ୍ସର୍ଗୀକୃତ ବକ୍ସରେ ଏହି ମିଟର ଆସୁଛି । ମିଟର ଥରେ ପରୀକ୍ଷଣ ହୋଇଯିବା ପରେ ତାହାକୁ ପ୍ୟାକ୍ କରି ଷ୍ଟୋର୍‌କୁ ପଠାଯାଉଛି ଯେଉଁଠାରୁ ତାହା ଗ୍ରାହକମାନଙ୍କ ନିକଟରେ ପହଂଚୁଛି ।’’
ଏମ୍‌ଏମ୍‌ଜି ବିଭାଗର ଏଓଟି ସୁସ୍ମିତା ସିଂହ କହିଛନ୍ତି ଯେ, “ଏହା ହେଉଛି ଏକ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ବ୍ୟବସ୍ଥା କାରଣ ଆମକୁ ଗ୍ରାହକ ସନ୍ତୁଷ୍ଟି ଦିଗରେ କଠିନ କାମ କରିବାକୁ ପଡ଼ିଥାଏ । ଆମେ ଏବିଷୟରେ ଭଲ ଭାବେ ଅବଗତ ଅଛୁ ଯେ ଆମେ ସମସ୍ତ ସୁରକ୍ଷା ମାନକକୁ ପାଳନ କରୁଛୁ ।’’

Share

Leave a Reply

Your email address will not be published. Required fields are marked *

one + nineteen =