Business

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ପୂର୍ବତନ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର ଏନ୍ ଏସ୍ ବିଶ୍ୱନାଥନଙ୍କୁ ଅଣ-କାର୍ଯ୍ୟନିର୍ବାହୀ (ପାର୍ଟ-ଟାଇମ୍‌) ଅଧ୍ୟକ୍ଷ ଭାବେ ନିଯୁକ୍ତି

ଭୁବନେଶ୍ୱର: ଆକ୍ସିସ୍ ବ୍ୟାଙ୍କର ନିର୍ଦେଶକମାନଙ୍କ ବୋର୍ଡ ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏନ୍ ଏସ୍ ବିଶ୍ୱନାଥନଙ୍କୁ ତିନି ବର୍ଷ ପାଇଁ ବ୍ୟାଙ୍କର ଅଣ କାର୍ଯ୍ୟନିର୍ବାହୀ (ପାର୍ଟ-ଟାଇମ୍‌) ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଥିବା ବେଳେ ଏହା ବ୍ୟାଙ୍କର ଅଂଶଧନକାରୀ ଓ ରିଜର୍ଭ ବ୍ୟାଙ୍କର ମଞ୍ଜୁରି ଅପେକ୍ଷାରେ ରହିଛି । ୨୦୨୩ ଅକ୍ଟୋବର ୨୭ରୁ କିମ୍ବା ରିଜର୍ଭ ବ୍ୟାଙ୍କ ତାଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିବା ଦିନଠାରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ।
ଶ୍ରୀ ବିଶ୍ୱନାଥନ୍ ୧୯୮୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ ଓ ସେଠାରେ ଦୀର୍ଘ ଚାରି ଦଶଦ୍ଧି କାର୍ଯ୍ୟ କରିବା ପରେ ଡେପୁଟି ଗଭର୍ଣ୍ଣର ଭାବେ ୨୦୨୦ ମାର୍ଚ୍ଚରେ ଅବସର ଗ୍ରହଣ କରିଥିଲେ । ଡେପୁଟି ଗଭର୍ଣ୍ଣର ଭାବେ ସେ ବ୍ୟାପକ ଜ୍ଞାନ ଓ ଦକ୍ଷତା ପ୍ରତିପାଦନ କରିଥିଲେ ଯାହା ପ୍ରଶାସନ, ବ୍ୟାଙ୍କିଙ୍ଗ ଓ ଅଣ ବ୍ୟାଙ୍କିଙ୍ଗ ନିୟମ, ଗଭର୍ଣ୍ଣାସ, ବିପଦ ପରିଚାଳନା ଓ ମାନବ ସମ୍ବଳ ପରିଚାଳନା ଆଦିରେ ଦେଖିବାକୁ ମିଳିଥିଲା । ସେ ବ୍ୟାଙ୍କ ଅଫ୍ ମରିସସ୍‌ର ନିରୀକ୍ଷଣ ନିର୍ଦେଶକ, ଇଣ୍ଡଷ୍ଟ୍ରିଆଲ୍ ଫାଇନାନ୍ସ କର୍ପୋରେସନର ମୁଖ୍ୟ ସତର୍କତା ଅଧିକାରୀ ଓ ଆଭ୍ୟନ୍ତରୀଣ ଅଡିଟ୍ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ବୋର୍ଡ ସଦସ୍ୟ ଭାବେ ୨୦୧୬ ଜୁଲାଇରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଥିଲେ ।
ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଶ୍ରୀ ବିଶ୍ୱନାଥନଙ୍କୁ ଆକ୍ସିସ୍ ପରିବାରକୁ ସ୍ୱାଗତ କରି ଆମେ ଉଲ୍ଲସିତ ଓ କୃତଜ୍ଞ । ତାଙ୍କ ବ୍ୟାପକ ଜ୍ଞାନ, ଆର୍ଥିକ କ୍ଷେତ୍ର ଉପରେ ତାଙ୍କ ଦଖଲ ଏବଂ ନିୟାମକ ଦୃଶ୍ୟପଟ୍ଟରେ ତାଙ୍କ ବିଶେଷତା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣରେ ସହାୟକ ହେବା ସହ ନିୟମ ପାଳନ ଓ କର୍ପୋରେଟ୍ ଗଭର୍ଣ୍ଣାସର ଶ୍ରେଷ୍ଠ ମାନକକୁ ବଜାୟ ରଖିବା ଲାଗି ଆମ ପ୍ରତିବଦ୍ଧତାରେ ଉନ୍ନତି ଆଣିବ । ବୋର୍ଡରେ ତାଙ୍କ ଉପସ୍ଥିତି ସହ ନିରନ୍ତର ଅଭିବୃଦ୍ଧି ଓ ଲାଭର ଏଜେଣ୍ଡାକୁ ଆମେ ଆଗକୁ ବଢ଼ାଇବା ଲାଗି ବହୁତ ଭଲ ସ୍ଥିତିରେ ରହିଛୁ ।’’
ନିଜ ନିଯୁକ୍ତି ସମ୍ପର୍କରେ ଏନ୍ ଏସ୍ ବିଶ୍ୱନାଥନ୍ କହିଛନ୍ତି ଯେ, “ଉତ୍କର୍ଷର ଅନୁଷ୍ଠାନ ଭାବେ ଖ୍ୟାତି ଲାଭ କରିଥିବା ଆକ୍ସିସ୍ ବ୍ୟାଙ୍କର ସମ୍ମାନଜନକ ବୋର୍ଡରେ ସାମିଲ ହେବାକୁ ଯାଉଥିବାରୁ ମୁଁ ଉଲ୍ଲସିତ । କର୍ପୋରେଟ୍ ଗଭର୍ଣ୍ଣାସ ଓ ଦୀର୍ଘସ୍ଥାୟିତ୍ୱ ଉପରେ ବ୍ୟାଙ୍କର ଗୁରୁତ୍ୱ ଶିଳ୍ପରେ ଏହାର ସ୍ଥିତିକୁ ସୁଦୃଢ଼ କରିଛି । ବ୍ୟାଙ୍କର ଏଜେଣ୍ଡା ପ୍ରତି ଯୋଗଦାନ ପ୍ରଦାନ କରିବା ଏବଂ ନିର୍ଦେଶକମାନଙ୍କ ବୋର୍ଡ ସହ ମିଶି କାମ କରିବାକୁ ମୁଁ ଚାହିରହିଛି । ମିଳିତ ଉଦ୍ୟମ ବଜାରର ଅଗ୍ରଣୀ ଭାବେ ଆକ୍ସିସ୍ ବ୍ୟାଙ୍କର ସ୍ଥିତିକୁ ମଜଭୁତ କରିବା ସହ ସମସ୍ତ ଅଂଶୀଦାରଙ୍କୁ ମୂଲ୍ୟ ପ୍ରଦାନ କରିବ ।’’

Share

Leave a Reply

Your email address will not be published. Required fields are marked *

twelve + 14 =