ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ଆଖ୍ୟା

ଭୁବନେଶ୍ୱର : ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଖୋର୍ଦ୍ଧା ଜିଲ୍ଲା ନିମନ୍ତେ ବୁଧବାର ଦିନ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ପୁରସ୍କାର ପ୍ରଦାନ କରାଯାଇଛି ।
ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ମହାତ୍ମା ଗାନ୍ଧି ନ୍ୟାସ୍ନାଲ୍ କାଉନ୍ସିଲ୍ ଅଫ୍ ରୁରାଲ୍ ଏଜୁକେସନ୍ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ଖୋର୍ଦ୍ଧାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋଆ ଏନ୍ଏସ୍ଏସ୍ ସଂଯୋଜକ ଏବଂ ୟୁନିଭର୍ସିଟି ଆଉଟ୍ରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ସୋଆକୁ ପୁରସ୍କାର ପ୍ରଦାନ କରିବା ସହିତ କ୍ୟାମ୍ପସ୍ରେ ସ୍ୱଚ୍ଛତାକୁ ନେଇ କରାଯାଇଥିବା ଆଦର୍ଶ କାର୍ଯ୍ୟକଳାପ ତଥା ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋଆକୁ ଅଭିନନ୍ଦନ ଜଣାଇଛନ୍ତି ଜିଲ୍ଲାପାଳ ଶ୍ରୀ ମହାନ୍ତି ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ ଜିଲ୍ଲାରେ ଥିବା କ୍ୟାମ୍ପସ୍ରେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଯତ୍ନର ସହ ପାଳନ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପରାମର୍ଶ ଦେଇଥିଲେ । ତା’ ସହିତ ପ୍ରଦୁଷଣକୁ ହ୍ରାସ କରିବା ପାଇଁ ସାଇକେଲ୍ ବ୍ୟବହାର କରିବା ଲାଗି ସେ ପରାମର୍ଶ ଦେଇଥିଲେ ।

ପ୍ରଫେସର ଶର୍ମା ବିଶ୍ୱବିଦ୍ୟାଳୟର ସ୍ୱଚ୍ଛତା କାର୍ଯ୍ୟକ୍ରମର ତଦାରଖ କରିବାରେ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିବା ବେଳେ ସୋଆର ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ, କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଓ ଶ୍ରୀ ପ୍ରତୀକ ଦାସଙ୍କ ଉତ୍ସାହ ଏହି ସଫଳତା ଆଣି ଦେଇପାରିଛି ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମ ଅନଲାଇନ୍ରେ ହୋଇଥିବା ବେଳେ ମହାତ୍ମା ଗାନ୍ଧୀ ନ୍ୟାସ୍ନାଲ୍ କାଉନ୍ସିଲ୍ ଅଫ୍ ରୁରାଲ୍ ଏଜୁକେସନ୍ ର ଅଧ୍ୟକ୍ଷ ଡ. ଡବ୍ଲ୍ୟୁ.ଜି. ପ୍ରସନ୍ନ କୁମାର, ରିସୋର୍ସ ପର୍ସନ୍ ଶ୍ରୀମତି ଟୁଟି ସନ୍ଧ୍ୟା, ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କଲେଜର ଅଧ୍ୟକ୍ଷ, ଫ୍ୟାକଲ୍ଟି ଏବଂ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ଓ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ଶେଷରେ ଶ୍ରୀମତି ଶ୍ରେୟାଂଶି ଦାସ ଧନ୍ୟବାଦ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − eleven =